ଭୁବନେଶ୍ବର:ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ " ନମୋ ନବ ମତଦାତା ସମ୍ମିଳନୀ" । ନୂଆ କରି ମତଦାନ ଦେବାକୁ ଯାଉଥିବା ଯୁବ ଭୋଟରଙ୍କୁ ଆଖି ଆଗରେ ରଖି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡିଓ କନଫେରିସିଂ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ଏହା ଓଡ଼ିଶାର ୨୫୦ ଟି ଜାଗାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହେଇଛି ।
ଯୁବ ଭୋଟରଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ୱରରେ ଖଣ୍ଡଗିରି ଜାଗମରାରେ " ନମୋ ନବ ମତଦାତା ସମ୍ମିଳନୀ" ଆୟୋଜନ କରାଯାଇଛି । ବିଜେପିର ନବ ମତଦାତା ସମ୍ମିଳନୀ ଅବସରରେ ଦେଶର ୫୮୦୦ଟି ସ୍ଥାନରୁ ଯୋଡ଼ି ହୋଇଛନ୍ତି ନବ ମତଦାତା ଯୁବକ ଯୁବତୀ । ଏହି କ୍ରମରେ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗମରା ଠାରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଯୁବବର୍ଗ । ଓଡ଼ିଶାର ୨୫୦ଟି ଜାଗାରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହେଇଛି ।
ତେବେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ କହିଛନ୍ତି," ଆଗାମୀ ୨୫ ବର୍ଷ ଭାରତର ଭବିଷ୍ୟତ ନିର୍ଦ୍ଧାରଣ କରିବେ ଯୁବ ମତଦାତା । ଆଗାମୀ ସମସ୍ତ ନିର୍ବାଚନର ଯୁବକ ଯୁବତୀମାନଙ୍କର ବଡ଼ ଦାୟିତ୍ଵ ରହିବ । ଆପଣଙ୍କ ଭୋଟ ହିଁ ଭାରତର ଦିଗ ନିଶ୍ଚିତ କରିବ ।" ଏହା ସହ ପରିବାରବାଦୀ ଦଳ ମାନଙ୍କୁ ହରାଇବା ପାଇଁ ଦେଲେ ଆହ୍ଵାନ । ନିର୍ବାଚନୀ ଇସ୍ତାହାରରେ କ'ଣ ରହିବା ଦରକାର ସେ ନେଇ ଯୁବକ ଯୁବତୀଙ୍କ ମତ ଲୋଡ଼ିଲେ ମୋଦି ।