ଓଡିଶା

odisha

ETV Bharat / state

ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା - NABA DAS MURDER CASE

ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ । ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ ।

Naba Das Murder case
Naba Das Murder case (ETV Bharat Odisha)

By ETV Bharat Odisha Team

Published : Jan 18, 2025, 7:21 AM IST

କଟକ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି । ଏନେଇ ହାଇକୋର୍ଟରେ ପୁଣି ମାମଲା ରୁଜ୍ଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରାଯାଇଛି । ପୂର୍ବରୁ ମଧ୍ୟ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସମାନ ପ୍ରାର୍ଥନା ନେଇ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ସେହି ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ ।

ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି:

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଥିଲା । ତେବେ ତଦନ୍ତ ପ୍ରାରମ୍ଭିକ ସ୍ଥିତିରେ ଥିବାରୁ ୨୦୨୩ ଫେବ୍ରୁଆରୀ ୯ ତାରିଖରେ ମାମଲାକୁ ଖାରଜ କରିଥିଲେ । ଏହି ମାମଲାର ତଦନ୍ତ ଭାର ନେଇଥିଲା ଓଡିଶା କ୍ରାଇମବ୍ରାଞ୍ଚ ।

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ:

ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ ପି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ଚାଲିଥିଲା । କ୍ରାଇମବ୍ରାଞ୍ଚ ଚାର୍ଜଫ୍ରେମ କରିଥିବା ବେଳେ ମାମଲାର ଶୁଣାଣି ଝାରୁସୁଗୁଡା ଜିଲ୍ଲା କୋର୍ଟରେ ଚାଲିଛି । ଇତିମଧ୍ୟରେ ଦୁଇ ବର୍ଷ ଅତିକ୍ରାନ୍ତ ହେବାକୁ ବସିଲାଣି । ଏଭଳି ସ୍ଥିତିରେ ତଦନ୍ତର ସଠିକ ଅଗ୍ରଗତି ହୋଇ ନଥିବା ଦର୍ଶାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି । ଏହି ମାମଲାରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Naba Das Murder case (ETV Bharat Odisha)

ଏନେଇ ଭାରତୀୟ ବିକାଶ ପରିଷଦସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି," ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ଏକ ଜନସତ୍ତ୍ୱ ମାମଲା ଦାୟର କରାଯାଇଛି । ମାମଲାରେ ସିବିଆଇ ତଦନ୍ତ କରିବା ନେଇ ମାମଲା ଦାୟର କରାଯାଇଛି । ପୋଲିସ ଅଫିସର ହତ୍ୟା କରିଥିଲେ ଯଦି ଏହି ମାମଲାରେ ଜଣେ ପୋଲିସ ଅଫିସର ତଦନ୍ତ କରିବେ ତେବେ ତଦନ୍ତ ବାଟମଣା ହେବ । ସେଥିପାଇଁ ସିବିଆଇ ତଦନ୍ତ କରିବା ପାଇଁ ଦାବି କରାଯାଇଛି । ତେବେ ଏଥିରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି ଓ କ୍ରାଇମବ୍ରାଞ୍ଚ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ...

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ

ପୁଣି ତେଜିଲା ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ - MLA Jayanarayan Mishra Demands

ନବ ଦାସ ହତ୍ୟା ମାମଲା, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ NHRCର ନିର୍ଦ୍ଦେଶ - Naba Das Murder Case


ନବ ଦାସ ହତ୍ୟା ମାମଲା

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଥିବା ନେଇ ପୋଲିସ ପ୍ରମାଣ ଦେଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details