ଓଡିଶା

odisha

ETV Bharat / state

ଗାଁକୁ ନାହିଁ ରାସ୍ତା: ନା ଶୁଣିଲେ ଜିଲ୍ଲାପାଳ ନା ବିଡ଼ିଓ, ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ - Kalahandi Road Problem

Mundapalla Village Road Problem: ଗାଁକୁ ନାହିଁ ରାସ୍ତା । ବର୍ଷା ହେଲେ ସ୍ଥିତି ବେହାଲ । ଜିଲ୍ଲାପାଳ କି ବିଡ଼ିଓ, କେହି ଅଭିଯୋଗ ଶୁଣିଲେନି । ରାସ୍ତାରେ ଧାନ ତଳି ରୋଇ ଗ୍ରାମବାସୀଙ୍କ ଭିନ୍ନ ପ୍ରତିବାଦ । ଅଧିକ ପଢ଼ନ୍ତୁ

Mundapalla Village  Road Problem
Mundapalla Village Road Problem (ETV Bharat Odisha)

By ETV Bharat Odisha Team

Published : Aug 18, 2024, 7:59 PM IST

ଭବାନୀପାଟଣା: ଗାଁ ଭିତରକୁ ପସିବାକୁ ହେଳେ ପ୍ରଥମେ ଆଣ୍ଠିଏ କାଦୁଅରେ ଯିବାକୁ ପଡ଼ିବ । ଗାଡ଼ି ମଟର ତ ଦୂରେ ଥାଉ, ଚାଲିକି ଯିବା ବି ମୁସ୍କିଲ । ରାସ୍ତାକୁ ଦେଖିଲେ ଏକ ପ୍ରକାର କାଦୁଅ ବିଲର ଭ୍ରମ ସୃଷ୍ଟି କରୁଛି । ଯଦି ଗାଁରେ କେହି ଅସୁସ୍ଥ ହେଲା ତାହାଲେ କଥା ସରିଲା । ଯେଉଁଠି ଚାଲିକି ଯିବା କାଠିକର ପାଠ, ସେଠି ଆମ୍ବୁଲାନ୍ସ କଥା ଭାବି ବୃଥା । ତେଣୁ ରୋଗୀଙ୍କୁ ବୁହା ହୋଇ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ନିଆଯାଉଛି । ଏମିତି କି ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଥିଲା, ହେଲେ ଫଳ ଶୂନ । ତେଣୁ ବାଧ୍ୟ ହୋଇ ଆଜି କାଦୁଆ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

Mundapalla Village Road Problem (ETV Bharat Odisha)

ପକ୍କା ରାସ୍ତା ସାତ ସପନ:

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହୁକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ରିସଗାଁ ପଞ୍ଚାୟତର ମୁଣ୍ଡାପଲା ଗାଁ । ଏହି ଗାଁରେ ବସବାସ କରନ୍ତି ପ୍ରାୟ ୨୦୦ ସହ ଆଦିବାସୀ ପରିବାର । ହେଲେ ବିଡମ୍ବନାର କଥା ହେଲା ଦେଶ ସ୍ଵାଧୀନ ହେବାର 78 ବର୍ଷ ପରେ ବି ଏହି ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇ ପାରିଲାନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗାଁକୁ ରାସ୍ତା ନଥିବାରୁ ସ୍ୱଳ୍ପ ବର୍ଷାରେ ରାସ୍ତା ମଝିରେ କାଦୁଅ ଭର୍ତ୍ତି ହୋଇଯାଉଛି । ଯାହା ଫଳରେ ଯାନବାହାନ ତ ଦୂରର କଥା ଚାଲିକି ଯିବା ବି ମୁସ୍କିଲ ।

ନା ଶୁଣିଲେ ଜିଲ୍ଲାପାଳ ନା ବିଡ଼ିଓ:

ଗତ ବର୍ଷ ବର୍ଷାରେ ଗାଁକୁ ସଂଯୋଗ କରୁଥିବା ରାସ୍ତା ମଝିରେ ନାଲ ଭୁଶୁଡ଼ି ପଡ଼ିଥିଲା । ପରେ ଗ୍ରାମବାସୀ ଅନେକ ଅଭିଯୋଗ କରିବା ପରେ ମଧ୍ୟ ନାଳ ଉପରେ ପୋଲଟିଏ ନିର୍ମାଣ ହୋଇ ପାରିଲାନାହିଁ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ମିଶି ବାଉଁଶ ଓ କାଠରେ ନାଳ ଉପରେ ପୋଲ ନିର୍ମାଣ କରିଛନ୍ତି । ବାରମ୍ବାର ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଗ୍ରାମବାସୀ ଜଣାଇଥିଲେ । ଏପରିକି ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ଗ୍ରାମବାସୀଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଆଜି କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

କେବେ ସୁଧୁରିବ ସ୍ଥିତି:

ଏନେଇ ଗ୍ରାମର ସୁମନ୍ତ ମାଝୀ କହିଛନ୍ତି, "ଗାଁରେ ବହୁତ ସମସ୍ୟା ଅଛି । ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଲୁ । ବିଡ଼ିଓଙ୍କୁ ମଧ୍ୟ ଜଣାଇଲୁ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯଦି କାହାର ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ରୋଗୀଙ୍କୁ ବୋହିକି ନେବାକୁ ପଡ଼ୁଛି ।" ସେପଟେ ଏନେଇ ଭବାନୀପାଟଣା ବିଡ଼ିଓ ଚନ୍ଦନ ଭୋଇଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଯଥାଶୀଘ୍ର ଅର୍ଥ ବ୍ୟୟ ବରାଦ କରି ଗାଁକୁ ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ରାସ୍ତା ସୃଷ୍ଟି କରୁଛି ପୋଖରୀ ଭ୍ରମ, ଚିନ୍ତା ବଢାଇଛି ବାଲିଗାଡି ! - CUTTACK ROAD PROBLEM

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details