ରାଜଧାନୀରେ ସମ୍ମାନିତ ହେଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରା କଳାକାର ଭୁବନେଶ୍ବର: ସମ୍ମାନିତ ହେଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରା କଳାକାର । ଭିନ୍ନ ଭିନ୍ନ ପାର୍ଟିର କଳାକାର ଗୋଟିଏ ମଞ୍ଚରେ ଏକାଠି ହେଲେ ଆଉ ସମ୍ମାନିତ ହୋଇ ଯାତ୍ରା ଜୀବନର ସଂଘର୍ଷ ଖଟାମିଠା ଅନୁଭୂତି ବାଣ୍ଟିଲେ । ଏହି ଯାତ୍ରା କଳାକାରମାନଙ୍କୁ ତୃତୀୟ ତୁଷାରାଶ୍ରୀ ଯାତ୍ରା କଳାକାର ସମ୍ମାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ହୋଇଛି । ଏହି ସମ୍ମାନିତ କାର୍ଯ୍ୟକ୍ରମ ମା ସୁନାଦେଇ ପ୍ରଡକ୍ସନ ବ୍ୟାନରରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଦେଉଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତ୍ରା କଳାକାରଙ୍କୁ ସମ୍ମାନିତ କରିଥିଲେ । ସେମାନଙ୍କୁ ପ୍ରେରଣା ଦେବା ସହ ମନୋରଞ୍ଜନ କରିବା ପାଇଁ ବିଧାୟକ ନିଜର ଅନେକ ସଂଳାପ ମଞ୍ଚରେ କହି ହସିଥିଲେ ।
ଏହା ମଧ୍ୟ ପଢନ୍ତୁ...ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ, ଥାନାରେ ଫେରାଦ ଯାତ୍ରା କମିଟି
ସୁର ରାଉତରାୟଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇ କଳାକାରଙ୍କୁ ସମ୍ମାନିତ କରିଥିଲେ । ସମ୍ମାନିତ ହେବା ସହ ମଞ୍ଚରେ ବି ଶୁଭିଥିଲା କଳାକାର ମନାକର ଦମଦାର ଓ ମନଛୁଆଁ ସଂଳାପ । ଯେଉଁଥିରେ ଉପସ୍ଥିତ ଦର୍ଶକ ବେଶ ମନ୍ତ୍ରମୁଗ୍ଧ ହୋଇଥିଲେ । ଯାତ୍ରା କଳାକାରଟିଏ ସବୁବେଳେ ଦର୍ଶକଙ୍କର ମନୋରଞ୍ଜନ ପାଇଁ ଗୋଟିଏ ପ୍ରୟାସରେ ହିଁ ନିଜର ଦମଦାର ସଂଳାପ କହି ବେଶ ନିଖୁଣ ଭାବେ ନିଜର ଅଭିନୟ କରିଥାନ୍ତି । ଯାହାଙ୍କ ଅଭିନୟରେ କୌଣସି କପି କି କଟ ନଥାଏ ସିଧାସଳଖ ସେ ଦର୍ଶକଙ୍କ ସାମ୍ମୁଖରେ ନିଜର ଚରିତ୍ରକୁ ପ୍ରତିପାଦିତ କରିଥାନ୍ତି । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରେ । ସେହି ଯାତ୍ରା କଳାକାରଙ୍କୁ ଯେତେବେଳେ ଆଜି ଦର୍ଶକଙ୍କ ସେହି ଭଲପାଇବା ଯୋଗୁ ସମ୍ମାନ ମିଳୁଛି ପୁରସ୍କାର ମିଳୁଛି ତାକୁ ନେଇ ପ୍ରତିଟି କଳାକାର ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଉ ଆଗାମୀ ଦିନରେ ଏହି ଭଲପାଇବାକୁ ପାଥେୟ କରି ଏଭଳି ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିବା ବୋଲି କହିଛନ୍ତ ଯାତ୍ରା ଦୁନିଆର ଜଣାଶୁଣା ଅଭିନେତ୍ରୀ ଡଲି ଭୂଆଁ ।
ସେ କହିଛନ୍ତି ଏଭଳି ସମ୍ମାନ ଆମ ପାଇଁ ଆଗକୁ ବଢିବାର ଏକ ବଡ ଉତ୍ସ ଦର୍ଶକଙ୍କ ଆଶୀର୍ବାଦ । ଏହାସହ ସରକାରଙ୍କ ଆମ ଉପରେ ଟିକେ କୃପା ଦୃଷ୍ଟି ଯଦି ପଡନ୍ତା, ଆମକୁ ସରକାରୀ ସ୍ତରରେ ପ୍ରେରଣା ଓ ପ୍ରୋତ୍ସାହନ ମିଳନ୍ତା ତେବେ ଓଡ଼ିଶାର ପ୍ରତିଟି କଳାକାର କଳାକୁ ବଞ୍ଚିବାର ଏହି ପ୍ରୟାସରୁ ମୁହଁ ଫେରାନ୍ତେନି । ତେଣୁ ଆମେ ସବୁ ଯାତ୍ରା କଳାକାରଙ୍କୁ ଅନୁରୋଧ କରୁଛୁ ଆମ ଦାବି କୁ ଶୁଣନ୍ତୁ ଏହି ଯାତ୍ରା କଳାକାର ଦୁନିଆର ବିକାଶ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଡଲି ଭୂଆଁ ।
ଇଟିଭି ଭାରତ, ଭୁବନେଶ୍ବର