ଓଡିଶା

odisha

ETV Bharat / state

ସମ୍ବଲପୁରରୁ ବଡ଼ ଧରଣର ବେଆଇନ କଫ ସିରଫ ରାକେଟ ଠାବ, 3 ଜିଲ୍ଲାର 26 ଗିରଫ - Illegal Cough Syrup Seized - ILLEGAL COUGH SYRUP SEIZED

Illegal Cough Syrup Seized In Sambalpur: ସମ୍ବଲପୁରରୁ ବଡ଼ ଧରଣର ବେଆଇନ କଫ ସିରଫ ରାକେଟ ଠାବ କରିଛୁି ପୋଲିସ । 10 ହଜାର 800 ବୋତଲ ବେଆଇନ କଫ ସିରଫ ଜବତ । ଅଧିକ ପଢ଼ନ୍ତୁ

ବେଆଇନ କଫ ସିରଫ ରାକେଟ ଠାବ
ବେଆଇନ କଫ ସିରଫ ରାକେଟ ଠାବ

By ETV Bharat Odisha Team

Published : Mar 25, 2024, 7:54 PM IST

ବେଆଇନ କଫ ସିରଫ ରାକେଟ ଠାବ

ସମ୍ବଲପୁର: ଜିଲ୍ଲା ପୋଲିସର ବଡ଼ ସଫଳତା । ଆଜି (ସୋମବାର) ସମ୍ବଲପୁର ପୋଲିସ ଏକ ବଡ ଧରଣର ଅନ୍ତଃଜିଲ୍ଲା ବେଆଇନ କଫ ସିରଫ ରାକେଟକୁ ଠାବ କରିବାରେ ସଫଳ ହୋଇଛି । ଏହି ମାମଲାରେ ପୋଲିସ 3ଟି ଜିଲ୍ଲାର 26 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ସେମାନଙ୍କ ଠାରୁ 10 ହଜାର 800 ବୋତଲ ବେଆଇନ କଫ ସିରଫ ଜବତ କରିଛି ।

ତେବେ ସମ୍ବଲପୁର ପୋଲିସ ଏକ ବିଶିଷ ସୂତ୍ରରୁ ସୂଚନା ପାଇ ସମ୍ବଲପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ପଡିଆବାହାଲ ଅଞ୍ଚଳର ନୀଳଡୁଙ୍ଗରି ନିକଟରୁ ଏହି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିଛି । ଏହି କଫ ସିରଫକୁ ପଶ୍ଚିମବଙ୍ଗର ଡାଙ୍କୁନି ଓ ହୁଗୁଳି ଜିଲ୍ଲାରୁ କିଣାଯାଇ ସମ୍ବଲପୁରକୁ ଚାଲାଣ କରାଯାଉଥିଲା । ଏହି ମାମଲାରେ ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର 26 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ପାଖରୁ 10 ହଜାର 800 ବୋତଲ କଫ ସିରଫ 11 ଟି ମୋବାଇଲ ଫୋନ, ଗୋଟିଏ ଟ୍ରକ, ଗୋଟିଏ ମହିନ୍ଦ୍ରା ବୋଲେରୋ, 2 ଟି ଅଟୋ ରିକ୍ସା, ଗୋଟିଏ ଟିଭିଏସ ସ୍କୁଟି, ଗୋଟିଏ ବୁଲେଟ ସହ ନଗଦ 20 ହଜାର ଟଙ୍କା ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ l

ଏହା ମଧ୍ୟ ପଢ଼ନ୍ତୁ...1 ହଜାର ବୋତଲ ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ସେପଟେ ଧରାପଡ଼ିଥିବା କେତେକ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ପ୍ରଥମେ କେତେକ ଅଭିଯୁକ୍ତଙ୍କୁ ପଡ଼ିଆବାହାଲ ନୀଳଡୁଙ୍ଗୁରି ଅଞ୍ଚଳରୁ ଗିରଫ କରାଯିବା ପରେ ସେମାନଙ୍କୁ ପଚରା ଉଚରା କରାଯିବାରୁ ଏହି ମାମଲାର ଲିଙ୍କରେ ମୋଟ 26 ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କ ଠାରୁ ଏକ ପକେଟ ଡାଇରି ମଧ୍ୟ ଜବତ କରିଛି ପୋଲିସ । ଏହି ପକେଟ ଡାଇରିରେ ଆହୁରି ମଧ୍ୟ କଫ ସିରଫ ଚୋରା ଚାଲାଣକାରୀଙ୍କ ନାମ ଥିବା ସୂଚନା ମିଳିଛି l ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବ୍ରହ୍ମଣୀପାଳି ଗ୍ରାମର ତନ୍ମୟ ବାଗ ଓ କୁଶଦାଦାର ଗ୍ରାମର ରାହୁଲ ଡୁଙ୍ଗୁରି, ବରଗଡ଼ ଜିଲ୍ଲାର ନରସିଂହ ତରାଇ, ପ୍ରଫୁଲ୍ଲ ରଣା, ସମ୍ବଲପୁର ଜିଲ୍ଲାର ସୁଶାନ୍ତ ନାଗ, କରନ ନିଆଲ, ରାଜବାବୁ ସାହା, ଗଣେଶ ବର୍ମନ, ତଉସୀଫ ଆକ୍ରମ, ମହମ୍ମଦ ସକୀର, ଭବାନୀ ଶଙ୍କର ତରାସିଆ, ମନିଷ ସାହୁ, ନିଗମ ସୁନା, ଶ୍ୟାମ ତାଣ୍ଡି, କେ ସୁଜିତ, ସୁମନ ରନବିଡା, କୁଦାର୍ଥ ମହାନନ୍ଦ, ଲବ ସେନ୍ଦ୍ରିୟା, ମହମ୍ମଦ ଚାନ୍ଦ, ମହମ୍ମଦ ସରଫରାଜ, ସେକ ସବୀର, ଦେବ ଓରାମ, ଅବଦୁଲ କଲିମ, ସଂକୀର୍ତନ ମୁଣ୍ଡା, ସଂକେତ ମିଶ୍ର ଓ ଶିବାଜୀ ସାହାଣୀ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details