ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

ବାପାଙ୍କଠୁ ଅଲଗା ହେଲେ ବି ମିଳିବ ଆବାସ, ଘର ଦେବେ ମୋହନ ମାଝୀ ସରକାର - PM Awas Yojana

PM Awas Yojana: ବାପାଙ୍କ ଠାରୁ ଅଲଗା ହୋଇ ରହୁଥିଲେ ବି ମିଳିବ ଆବାସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବେ ମୋହନ ଚରଣ ମାଝୀ ସରକାର । ବଡ଼ ବୟାନ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅଧିକ ପଢନ୍ତୁ

ମିଳିବ ଆବାସ
ମିଳିବ ଆବାସ (ETV Bharat Odisha)

ଭୁବନେଶ୍ବର: ଆବାସ ଯୋଜନା ପାଇଁ ଅପେକ୍ଷା କରିଛନ୍ତି କି ? ଆବାସ ଯୋଜନାକୁ ନେଇ ବଡ ବୟାନ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ । ଏଣିକି ବାପାଙ୍କଠୁ ଅଲଗା ହୋଇ ନିଜର ପରିବାର କରିଥିବା ବ୍ୟକ୍ତିଙ୍କୁ ମିଳିବ ଆବାସ ଯୋଜନାରେ ପକ୍କା ଘର । ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି 6 ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ଏହି ପ୍ରକ୍ରିୟାରେ 20ରୁ 22 ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ଘର । ହିତାଧିକାରୀ ଚିହ୍ନଟରେ ତ୍ରୁଟି ରହିଲେ ସଂପୃକ୍ତ ସରକାରୀ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ବାପାଙ୍କ ଠାରୁ ଅଲଗା ହେଲେ ବି ମିଳିବ ଘର:

ମିଳିବ ଆବାସ (ETV Bharat Odisha)

ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘ଭୂମିହୀନଙ୍କୁ କ୍ଲଷ୍ଟର୍ ଅନୁସାରେ ଘର ଯୋଗାଇ ଦିଆଯିବ । ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସିସିସିସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର 10ଟି କ୍ରାଇଟେରିଆ କରିଛୁ । ଏହି ପ୍ରଣାଳୀରେ ଲୋକଙ୍କୁ ଆମେ ସିଲେକ୍ଟ କରିବୁ। ଏହି ପ୍ରକ୍ରିୟା ପାଇଁ 6 ମାସ ସମୟ ଲାଗିବ । ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ ।’

ମିଳିବ ଆବାସ (ETV Bharat Odisha)

ହିତାଧିକାରୀଙ୍କୁ ଚିହ୍ନଟ କରିବେ ଏହି ଅଧିକାରୀ:

ମନ୍ତ୍ରୀ ରବି ନାଏକ ଆହୁରି କହିଛନ୍ତି, ‘ପୂର୍ବ ସରକାର ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । ସର୍ବଭାରତୀୟ ସ୍ତରରେ 2017-18 ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ତେଣୁ ବଞ୍ଚିତ ହୋଇଥିବା ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି 6 ମାସ ଭିତରେ ସରକାର ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ଦେବୁ । ଆଉ ଗୋଟେ କଥା ଆମେ କରିବୁ ,ଯେଉଁ ମାନେ ସିଲେକ୍ସନ ପ୍ରକିୟାରେ ରହିବେ ଯେମିତିକି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓ ମାନେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ରହିବେ । ତେଣୁ ଯଦି ଚିହ୍ନଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେବ, ତେବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରି ପ୍ରତି ବ୍ଲକକୁ ଦିଆଯାଇଛି ।’

PM Awas Yojana (@PMAYUrban)

ଭୂମିହୀନ ହେବେ ଥଇଥାନ:

ମନ୍ତ୍ରୀ ଆହୁରି କହିଛନ୍ତି, ‘ଏହି ପ୍ରକ୍ରିୟାରେ ଆଗାମୀ ଦିନରେ 20ରୁ 22 ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । ପୂର୍ବ ସରକାରରେ ଜଣେ ଲୋକ 3ଟି ପର୍ଯ୍ୟନ୍ତ ଘର ପାଉଥିଲେ । ତେଲିଆ ମୁଣ୍ଡରେ ତେଲ ଦିଆଯାଉଥିଲା । କିନ୍ତୁ ବିଜେପି ସରକାର ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବ । ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଳଷ୍ଟର କରୁଛନ୍ତି ସରକାର । ଗୋଟିଏ ଗାଁରେ ଯଦି 15ଟି ପରିବାର ବାହାରୁଛି, ଆଉ ତାଙ୍କ ପାଖରେ ଘର କରିବା ପାଇଁ 4 ଡିସିମିଲ ଜାଗା ନାହିଁ ଭୂମିହୀନଙ୍କୁ ତେବେ ସେମାନଙ୍କୁ ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି 1 BHK, 2 BHK ଭଳି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ ।’

PM Awas Yojana (@PMAYUrban)

ଆବାସ ଯୋଜନା ସମ୍ପର୍କିତ ଖବର ପଢନ୍ତୁ:

ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି କି ? ଜାଣନ୍ତୁ କେଉଁମାନଙ୍କୁ ମିଳିବ ଘର

ବଢିବ ପିଏମ୍ ଆବାସ ଟଙ୍କା; ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି, ଶୌଚାଳୟ ପାଇଁ 20ହଜାର ଟଙ୍କା

ନବରଙ୍ଗପୁରରୁ ଝାଡଖଣ୍ଡ ପଳାଇଲା ଆବାସ ଟଙ୍କା ! ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ, ଋଣ ପରିଶୋଧ ପାଇଁ ଜମି ବନ୍ଧକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details