ଓଡିଶା

odisha

ETV Bharat / state

କାନ୍ଥ ଖୋଳି ଲୁଟିଲେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଫୋନ - MOBILE SHOP THEFT

ମାଲକାନଗିରିରେ କାନ୍ଥ କଣାକରି ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି । ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଘଟଣା ।

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି
ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି (ETV Bharat Odisha)

By ETV Bharat Odisha Team

Published : 19 hours ago

ମାଲକାନଗିରି:କାନ୍ଥ କଣା କରି ଲୁଟିଲେ ଦୁର୍ବୃତ୍ତ । ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି । ଏଭଳି ଏକ ହାଇପ୍ରୋଫାଇଲ ଚୋରି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ସହରରୁ । ଯାହା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏକ ବଡ ମୋବାଇଲ ଦୋକାନର କାନ୍ଥକୁ କଣା କରି ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି କରି ନେଇଛନ୍ତି ଲୁଟେରା । ସିସିଟିଭିରେ କଏଦେ ହେଲା ସମ୍ପୂର୍ଣ୍ଣ ଘଟଣା । ପୋଲିସର ଛାନଭିନ ଆରମ୍ଭ ।

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି (ETV Bharat Odisha)

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି:

ମାଲକାନଗିରି ସହରର ସବୁଠାରୁ ବଡ ମୋବାଇଲ ଦୋକାନ ହେଉଛି ଓମ୍ ମୋବାଇଲ କେୟର । ଏହି ଦୋକାନରେ ଛୋଟରୁ ବଡ ବଡ ମୋବାଇଲ ସେଟ ମିଳିଥାଏ । ଏପରିକି ସହଜ କିସ୍ତିରେ ମଧ୍ୟ ମୋବାଇଲ ମିଳିଥାଏ । ତେବେ ଲୁଟେରାମାନେ ଗତକାଲି(ବୁଧବାର) ରାତିରେ ଏହି ଦୋକାନକୁ ଟାର୍ଗେଟ କରିଥିଲେ । ଏହି ଦୋକାନଟି ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି । ରାତି ପ୍ରାୟ ସାଢେ ୩ଟା ବେଳେ ଚୋରମାନେ ଦୋକାନର ପଛ କାନ୍ଥକୁ କଣା କରିଥିଲେ । ସେହି କଣାରେ ଜଣେ ମାତ୍ର ଚୋର ମୋବାଇଲ ଦୋକାନରେ ପଶି ଦାମୀ ମୋବାଇଲ ସେ ବସ୍ତାରେ ଭର୍ତ୍ତି କରି ବାହାରେ ଥିବା ଦୁଇ ଜଣ ସାଥୀଙ୍କୁ ବଢାଇ ଦେଉଥିଲା । ଯାହାର ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି । ତେବେ ଚୋର ୫ ହଜାରର ମୋବାଇଲ ସେଟ୍ ଛାଡି ଦେଇଥିବାବେଳେ କେବଳ ୨୦ ହଜାରରୁ ଦେଢ ଲକ୍ଷ ଟଙ୍କାର ମୋବାଇଲ ଚୋରି କରି ନେଇଥିବା ଦେଖିବାକୁ ମିଳିଛି ।

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି (ETV Bharat Odisha)

କିପରି ଜାଣିଲେ ଦୋକାନ ମାଲିକ ?

ଦୋକାନ ମାଲିକ ଦୀପଙ୍କର ମଣ୍ଡଲ କହିଛନ୍ତି,"ମୁଁ ଦୋକାନ ଖୋଲିବାକୁ ଆସିବାବେଳେ ଦୋକାନରେ ମୋବାଇଲ ଫିଙ୍ଗା ଫୋପଡା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନର କାନ୍ଥ କଣା ହୋଇଥିବା ଦେଖିବାକୁ ପାଇଥିଲି । ପରେ ମାଲାକନଗିରି ପୋଲିସକୁ ଖବର ଦେଇଥିଲି । ଚୋରମାନେ ମୋବାଇଲର ସମସ୍ତ ଖୋଳକୁ ବାହାରେ ଫିଙ୍ଗି ଦେବା ସହ ମୋବାଇଲ ଆସେସୋରିସ ଗୁଡିକ ନେଇ ଚାଲିଯାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ପୋଲିସର ଘୋଷଣା, ଚୋରକୁ ଧରାଇଲେ ମିଳିବ ଲକ୍ଷେ ଟଙ୍କା - SAMBALPUR MANAPURAM FINANCE ROBBERY

ଏହା ମଧ୍ୟ ପଢନ୍ତୁ...ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ - BURGLARS SET FIRE TO HOUSE

ଏହା ମଧ୍ୟ ପଢନ୍ତୁ...ଠାକୁରଙ୍କୁ ଛାଡିଲେନି ଚୋର, ପଞ୍ଚମୁଖୀ ହନୁମାନ ମନ୍ଦିରରେ ବୁଲାଇଲେ କଳାକନା - ROBBERY FROM HANUMAN TEMPLE

ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି (ETV Bharat Odisha)

ଏପରି କହିଲା ପୋଲିସ...

ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି,"ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି । "


ଇଟିଭି ଭାରତ,ମାଲକାଗିିରି

ABOUT THE AUTHOR

...view details