ଓଡିଶା

odisha

ETV Bharat / state

ମିଶନ ଶକ୍ତିକୁ ଅଣଦେଖା ଅଭିଯୋଗରେ ଗର୍ଜିଲେ ମହିଳା - MISSION SHAKTI MEMBERS PROTEST

ମିଶନ ଶକ୍ତିକୁ ଅଣଦେଖା ଅଭିଯୋଗ । ପୁନର୍ଗଠନକୁ ବିରୋଧ ସହ ସ୍ଥାୟୀ ନିଯୁକ୍ତି ଦାବି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ ।

Mission Shakti Members Protest
Mission Shakti Members Protest (ETV Bharat Odisha)

By ETV Bharat Odisha Team

Published : Jan 24, 2025, 9:38 PM IST

ରାଇରଙ୍ଗପୁର: ମିଶନ ଶକ୍ତିକୁ ଅଣଦେଖା ଅଭିଯୋଗରେ ଗର୍ଜିଲେ ମହିଳା । ପୁନର୍ଗଠନକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ । ୬ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ।

Mission Shakti Members Protest (ETV Bharat Odisha)

ମିଶନ ଶକ୍ତିକୁ ଅଣଦେଖା ଅଭିଯୋଗ:

ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ବାରିପଦାରେ ୬ ହଜାରରୁ ଉର୍ଦ୍ଧ୍ବ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମିଶନ ଶକ୍ତିକୁ ପୁନର୍ଗଠନ କରିବାକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ୬ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ୬ ହଜାର ଉର୍ଦ୍ଧ୍ବ ଇସି ଗ୍ରୁପ ସଦସ୍ୟାମାନେ କାର୍ଯ୍ୟ କରି ଆସୁଛନ୍ତି । ଏନେଇ ମିଶନ ଶକ୍ତି ଜିଲ୍ଲା ସଭାପତି ସୁଦୀପ୍ତା ବାରିକ କହିଛନ୍ତି,"ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ମଧ୍ୟ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ ମୁଖ୍ୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଉନାହାନ୍ତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ ଦେବା, ପ୍ରୋତ୍ସାହିତ କରିବା ଆଦି କାର୍ଯ୍ୟ କରାଯାଇଥାଏ।"

ପାରିଶ୍ରମିକ ପାଉନଥିବା ଅଭିଯୋଗ:

"ମିଶନ ଶକ୍ତି ସିଆରପି ଓ ଏମବିକେମାନଙ୍କ କାର୍ଯ୍ୟ ତଦାରଖ ମଧ୍ଯ କରିଥାନ୍ତି । ୨୦୨୧ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା କିମ୍ବା ପାରିଶ୍ରମିକ ନପାଇ ଅନବରତ କାର୍ଯ୍ୟ କରିଛନ୍ତି । ଏହାପରେ ସ୍ବଳ୍ପ ବେତନରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ପ୍ରତି କାର୍ଯ୍ୟରେ ସହାୟତା କରୁଥିଲେ ସୁଦ୍ଧା ନିୟମିତ ହେଲେ ନାହିଁ । ବର୍ତ୍ତମାନ ପୁନର୍ଗଠନ କରିବା ଆଳରେ ରାଜ୍ୟ ସରକାର ମିଶନ ଶକ୍ତି ବନ୍ଦ କରିବା ପାଇଁ ଯୋଜନା କରିଛନ୍ତି । ବରିଷ୍ଠତା, ଅଭିଜ୍ଞତାକୁ ଭିତ୍ତି କରି ପୁରସ୍କାର ଦେବା ପରିବର୍ତ୍ତେ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଯାହା ଦ୍ୱାରା ବ୍ଲକ, ପଞ୍ଚାୟତ ଓ ଗ୍ରାମ ସ୍ତରରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରାଯାଉଛି" ମିଶନ ଶକ୍ତି ଜିଲ୍ଲା ସଭାପତି ସୁଦୀପ୍ତା ବାରିକ । ଯାହାକୁ ନେଇ ବ୍ଲକସ୍ତରୀୟ ଇସି ସଦସ୍ୟମାନେ ହଜାର ହଜାର ସଂଖ୍ୟାରେ ସଂଘବଦ୍ଧ ହୋଇ ଦାବି ଉପସ୍ଥାପନ କରିଛନ୍ତି ।

ଏହା ବି ପଢନ୍ତୁ...ବକେୟା ଦରମା ପ୍ରଦାନ ଦାବିରେ ଗର୍ଜିଲେ ମହିଳା, କହିଲେ 'ଗର୍ଭ ଯନ୍ତ୍ରଣାରୁ ଅଧିକ କଷ୍ଟ'

ଏହା ବି ପଢନ୍ତୁ...70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ

ମିଶନ ଶକ୍ତି ମହିଳାଙ୍କ ଦାବି:

ମିଶନ ଶକ୍ତିମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ମାସିକ ବେତନ ପ୍ରଦାନ, ମୁଣ୍ଡ ପିଛା ହାରାରେ ଭତ୍ତା ପ୍ରଦାନ, ସହରାଞ୍ଚଳ କାର୍ଯ୍ୟରତଙ୍କୁ ମାସିକ ଭତ୍ତା ସୁନିଶ୍ଚିତ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ମିଶନ ଶକ୍ତି ସଦସ୍ୟାଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ, ବୀମା ସୁବିଧା, ୬୫ବର୍ଷ ପରେ ପେନସନ ପ୍ରଦାନ, ଦୁର୍ଘଟଣା ବୀମା ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଓ ମିଶନ ଶକ୍ତିକୁ ଅର୍ଥନୀତି ସମୃଦ୍ଧିକୁ ତ୍ବରାନ୍ବିତ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି । ମିଶନ ଶକ୍ତି ବିକ୍ଷୋଭବେଳେ ଆନ୍ଦୋଳନରତ ହଜାର ହଜାର ସଂଖ୍ୟକ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଧସେଇ ପଶିଥିବା ଦେଖିବାକୁ ମିଳିଥିଲା । ଯେପର୍ଯ୍ୟନ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଦାବିପତ୍ର ଗ୍ରହଣ କରିନାହାନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details