ଓଡିଶା

odisha

ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ନାହାନ୍ତି ଡାକ୍ତର, ସ୍ୱାସ୍ଥ୍ୟମିତ୍ର କରୁଛନ୍ତି ରୋଗୀ ଚିକିତ୍ସା - ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

Miserable Health Care Facility: ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ନାହାନ୍ତି ଡାକ୍ତର । ସ୍ବାସ୍ଥ୍ୟମିତ୍ର ଓ ସୁରକ୍ଷାକର୍ମୀଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ଅଧିକ ପଢନ୍ତୁ

Miserable Health Facility
Miserable Health Facility

By ETV Bharat Odisha Team

Published : Feb 21, 2024, 11:32 AM IST

Updated : Feb 21, 2024, 12:43 PM IST

Miserable Health Facility

ବୌଦ୍ଧ: ଜିଲ୍ଲାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ନାହାଁନ୍ତି ଡାକ୍ତର । ସ୍ବାସ୍ଥ୍ୟମିତ୍ର ଓ ସୁରକ୍ଷାକର୍ମୀଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ଏନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ ହୋଇଛି ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ ଓ ଆଢେଣୀଗଡଠାରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ହେଲେ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡିଦେଲେ ଜିଲ୍ଲାର କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ନଥିବାରୁ ଆମ୍ବୁଲାନ୍ସ ସେବା ଏକପ୍ରକାର ଅପହଞ୍ଚ ହୋଇରହିଛି । ଏପରିକି ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ଆମ୍ବୁଲାନ୍ସ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜିଲ୍ଲାର ସମସ୍ତ ଡ଼ାକ୍ତରଖାନା ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେଉଥିବା ବେଳେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା କିନ୍ତୁ ଠିକରେ ମିଳିପାରୁ ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ଫାର୍ମାସିଷ୍ଟଙ୍କ ଘୋର ଅଭାବ ରହିଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟମିତ୍ର କିମ୍ବା ସୁରକ୍ଷାକର୍ମୀଙ୍କ ଦ୍ବାରା ରୋଗୀ ଚିକିତ୍ସିତ ହେଉଥିବା ଅଭିଯୋଗ ଆସୁଛି ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ADMO

ଗତକାଲି (ମଙ୍ଗଳବାର) ସକାଳୁ ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ଛକରେ ସିରିଜ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ବଦଳରେ ଜଣେ ସ୍ବାସ୍ଥ୍ୟମିତ୍ର ଷ୍ଟିଚ କରି ଚିକିତ୍ସା କରିଥିଲେ । ଯାହାକୁ ନେଇ ରୋଗୀଙ୍କ ସଂପର୍କୀୟ ତଥା ସ୍ଥାନୀୟ ଅଧିବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ଗତକାଲି ଜଣେ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଏକ ଲୁହା ରଡ଼ ଭାଙ୍ଗି ଆଖିରେ ପଶି ଯାଇଥିଲା । ହେଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନମିଳିବାରୁ ଅନ୍ୟତ୍ର ଚିକିତ୍ସା ପାଇଁ ଯାଇଥିଲେ । ତେଣୁ ତୁରନ୍ତ ଜିଲ୍ଲାର ସ୍ବାସ୍ଥ୍ୟସେବା ପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 21, 2024, 12:43 PM IST

ABOUT THE AUTHOR

...view details