ନବରଙ୍ଗପୁର: ଏଟିଏମ୍ କାଟିଲେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଗତ ରାତିରେନବରଙ୍ଗପୁର ସହର ଗାଦୁଆଗୁଡାରେ ଥିବା ଏକ ଏଟିଏମ୍କୁ ଗ୍ୟାସ କଟରରେ କାଟି ଲୁଟ କରି ଫେରାର ହେଇଥିଲେ ଦୁର୍ବୃତ୍ତ । ହେଲେ ଘଟଣାର ଆଠ ଘଣ୍ଟା ନ ପୁରୁଣୁ ପୋଲିସ ହାବୁଡ଼ରେ ଲୁଟେରା ଗ୍ୟାଙ୍ଗ । ପୋଲିସ ପିଛା କରିବାରୁ ଛତିଶଗଡ ଆଡ଼କୁ ଯାଉଥିବା ବେଳେ ଡାବୁଗାଁ ନିକଟରେ ଗାଡ଼ି ଚକା ପଞ୍ଚର ହୋଇଥିଲା । ହେଲେ ପୋଲିସ ଘେରାବନ୍ଦୀ କରି ଲୁଟେରା ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଧରିବାକୁ ସଫଳ ହୋଇଛନ୍ତି । ସେମାନଙ୍କ ଅଣ ଓଡ଼ିଆ ହୋଇଥିବା ବେଳେ ଜଣେ ଛତିଶଗଡ଼ ରାୟପୁର ଓ ଚାରି ଜଣ ହରିୟାଣାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ।
ଗତ ରାତି ୨.୨୮ ମିନିଟରେ CG 07 BP 3319 ନମ୍ବରର ଏକ କାର୍ ଯୋଗେ ଦୁର୍ବୃତ୍ତମାନେ ଆସି ,ଗାଦୁଆଗୁଡ଼ାରେ ଥିବା ଏସବିଆଇ ଏଟିଏମ୍କୁ ଲୁଟ କରିଥିଲେ । ନିକଟରେ ଥିବା CCTVକୁ ଘୋଡେଇ ଦେଇ ଏଟିଏମ୍ ଭିତରେ ପଶି କଟର ସାହାଯ୍ୟରେ କାଟି ଲକ୍ଷାଧିକ ଚଙ୍କା ଲୁଟ କରିଥିଲେ । କଟରରେ କାଟିବା ବେଳେ ଏଟିଏମ୍ରେ ନିଆଁ ଲାଗିଯାଇଥିଲା । ତେବେ କିଛି ଟଙ୍କା ପୋଡି ଯାଇଥିବାରୁ ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ଗୁଡିକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି l ଖବର ପାଇଁ ନବରଙ୍ଗପୁର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l
ଏହା ମଧ୍ୟ ପଢନ୍ତୁ ....ବାଲେଶ୍ବରରେ ଏଟିଏମ ତାଡି 20 ଲକ୍ଷରୁ ଅଧିକ ଟଙ୍କା ଲୁଟ୍