ଓଡିଶା

odisha

ETV Bharat / state

ଅପରାଧୀଙ୍କ ଟାର୍ଗେଟରେ ମହିଳା, ବୃଦ୍ଧାଙ୍କ ଠାରୁ ଲୁଟିଲେ ସୁନା ଚେନ

କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ବୃଦ୍ଧାଙ୍କୁ ଛାଡ଼ିଲେନି ଲୁଟେରା । ବୃଦ୍ଧାଙ୍କ ବେକରୁ ଛାମ୍ପି ନେଲେ ସୁନା ଚେନ ।

LOOT IN BHUBANESWAR
LOOT IN BHUBANESWAR (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଲୁଟପାଟ ଏବଂ ରାହାଜାନୀ ବଢିବାରେ ଲାଗିଛି । ଲୁଟେରାଙ୍କ ଟାର୍ଗେଟରେ ମହିଳା । ଚିନ୍ତାଜନକ ସ୍ଥିତିରେ ମହିଳାଙ୍କ ସୁରକ୍ଷା । ଲୁଟପାଟ ଘଟାଇ ଆଖି ପିଛୁଳାକେ ଚମ୍ପଟ ମାରୁଛନ୍ତି ଅପରାଧୀ । ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ବୃଦ୍ଧାଙ୍କ ପାଖରୁ ଛାମ୍ପି ନେଲେ ସୁନା ଚେନ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ‌ପରେ କମିଶନରେଟ ପୋଲିସ ଛାନଭିନ ଆରମ୍ଭ କରିଛି ।

ବୃଦ୍ଧାଙ୍କ ଠାରୁ ସୁନା ଚେନ ଲୁଟ:

LOOT IN BHUBANESWAR (ETV Bharat Odisha)

ଲକ୍ଷ୍ମୀପ୍ରିୟା ପତି ନାମକ ଜଣେ ବୃଦ୍ଧାଙ୍କ ଅଭିଯୋଗ ଅନୁସାରେ, ଗତକାଲି ସେ ନୟାପଲ୍ଲୀ ବେହେରା ସାହି ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଭୋର୍ ସମୟରେ ଡଙ୍ଗା ଭସାଇବା ପରେ ଠାକୁରଙ୍କୁ ଦର୍ଶନ ପାଇଁ ଠିଆ ହୋଇଥିଲେ । ଏହି ସମୟରେ ତାଙ୍କ ବେକରୁ କେହି ଜଣେ ଦୁର୍ବୃତ୍ତ ସୁନା ଚେନ ଲୁଟି ଚମ୍ପଟ ମାରିଥିଲା । ତେବେ ଲୁଟେରା ମାନେ ଏପରି ବାରମ୍ବାର ମହିଳାଙ୍କୁ ଟାର୍ଗେଟ କରୁଥିବବେଳେ ଚିନ୍ତାରେ ପୋଲିସ ।

ଲୁଟର ଶିକାର ହୋଇଥିବା ମହିଳାଙ୍କ ଗଲା ଜୀବନ:

LOOT IN BHUBANESWAR (ETV Bharat Odisha)

ପୂର୍ବରୁ ରାଜଧାନୀରେ ଅନେକ ମହିଳା ଲୁଟର ଶିକାର ହୋଇଛନ୍ତି । ସେହିପରି ଗତ ୧୧ ତାରିଖ (ସୋମବାର) ଦିନ ଲୁଟ ସମୟରେ ବାଇକରୁ ଖସି ପଡ଼ି ଜଣେ ମହିଳା ଜୀବନ ଚାଲିଯାଇଥିଲା । ଏଭଳି ଏକ ଘଟଣା ଘଟିଥିଲା ଏୟାରଫିଲଡ ଥାନା ଅଞ୍ଚଳରେ । ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତି । ହଠାତ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କ ସୁନା ଚେନ ଝାମ୍ପିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଲୁଟେରା ମାନେ ଅସଫଳ ହୋଇଥିଲେ । ତେବେ ପୁଣି ଲୁଟେରା ମାନେ ରକ୍ତମୁଖା ହୋଇ ସେହି ମହିଳାଙ୍କୁ ଆକ୍ରମଣ କରିଥିଲେ ଯାହାଫଳରେ ସେ ଚଳନ୍ତା ବାଇକରୁ ଖସି ପଡ଼ି ପ୍ରାଣ ହରାଇଥିଲେ । ଯାହାକୁ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ ...ପୋଲିସ ପୋଷାକରେ ଆସି ଲୁଟିନେଲେ ଚୋର, ୩ ଡକାୟତ ଗିରଫ

ଏହା ମଧ୍ୟ ପଢନ୍ତୁ ...ନନା ବେଶରେ ବୁଲୁଥିଲେ ମନ୍ଦିରରୁ ଲୁଟୁଥିଲେ, ଧରାପଡିଲେ ଦୁଇ ଭାଇ - two TEMPLE THIEF ARRESTED
ଏହା ମଧ୍ୟ ପଢନ୍ତୁ ....ବାଇକରେ ଆସିଲେ 3 ଲକ୍ଷ ଝାମ୍ପିନେଲେ, ରାଜଧାନୀରେ ଚାଞ୍ଚଲ୍ୟ - Loot From Woman

ଶ୍ବେତପତ୍ର ରିପୋର୍ଟ 2024 :
ଚଳିତ ବର୍ଷ ବିଧାନସଭାରେ ଜାରି ହୋଇଥିବା ଶ୍ବେତପତ୍ର ରିପୋର୍ଟ ଅନୁସାରେ ।ଚଳିତବର୍ଷ ୨୮୨୬ଟି ଦୁଷ୍କର୍ମ ,୧୩୬୨ଟି ହତ୍ୟା ,୩୭୦ଟି ଡକାୟତି ,୨୯୬୧ଟି ଲୁଟ ଓ ୧୬୮୫୧ଟି ଚୋରି ସହ ୬୧୯୬ଟି ଠକିବା ଭଳି ଘଟଣା ରିପୋର୍ଟ ହୋଇଛି । ଯାହାକି ୨୦୨୩ରେ ୩୧୮୪ଟି ଦୁଷ୍କର୍ମ ଓ ୧୩୭୯ଟି ହତ୍ୟା ୬୨୬ଟି ହତ୍ୟା ,୨୯୮୮ଟି ଲୁଟ ଭଳି ,୧୪୮୯୩ଟି ଚୋରି ଓ ୨୨୪୮ଟି ଠକେଇ ଘଟଣା ରିପୋର୍ଟ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details