ଓଡିଶା

odisha

ETV Bharat / state

ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅ: ମନ୍ତ୍ରୀ - RATION CARD ISSUE

ଅନୁଗୋଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖରିଫ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ଦେଲେ ନିର୍ଦ୍ଦେଶ ।

MINISTER KRUSHNA CHANDRA PATRO
MINISTER KRUSHNA CHANDRA PATRO (ETV Bharat Odisha)

By ETV Bharat Odisha Team

Published : Nov 1, 2024, 10:16 PM IST

ଅନୁଗୋଳ: ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାରୁ ବାଦ୍ ଦେବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ସର୍କଟ ହାଉସ ଠାରେ ଯୋଗାଣ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପ୍ରଥମେ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ ।

MINISTER KRUSHNA CHANDRA PATRO (ETV Bharat Odisha)

ଅଯୋଗ୍ୟ ହିତାଧିକାରୀ ତାଲିକାରୁ ପଡ଼ିବେ ବାଦ୍ :

ଏହି ବୈଠକରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ତଥ୍ୟ ପାଓ୍ବାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ," ଜିଲ୍ଲାର ସମସ୍ତ ରାସନ କାର୍ଡଧାରୀଙ୍କ E-KYC ପ୍ରକ୍ରିୟା ନଭେମ୍ବର ୧୫ ତାରିଖ ସୁଦ୍ଧା ଶେଷ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ରାସନକାର୍ଡ ତାଲିକାରୁ ବାଦ୍ ଦେବା ଦିଅନ୍ତୁ ।" ସେହିପରି ଜିଲ୍ଲାରେ କେତେଟି ଗୋଦାମ ଗୃହର ଆବଶ୍ୟକତା ରହିଛି ତାହା ଆକଳନ କରି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ପରାମର୍ଶ:

ଆସନ୍ତା ଖରିଫ ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ ସହ ଦଲାଲମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ ।କୌଣସି ଚାଷୀ ଯେପରି ଧାନ କିଣା ପ୍ରକ୍ରିୟାରୁ ବଞ୍ଚିତ ନହେବେ ସେଥ‌ିପାଇଁ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଚାଷୀର ଧାର୍ଯ୍ୟ ତାରିଖ ମୁତାବକ ଧାନ କ୍ରୟ କରାଯିବ ଏବଂ ଏଥ‌ିରେ କୌଣସି ବ୍ୟତିକ୍ରମ କିପରି ନହେବ ସେଥି ପାଇଁ ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ କହିଥିଲେ । ପ୍ରତି ଧାନ କ୍ରୟ କେନ୍ଦ୍ର (ମଣ୍ଡି)ରେ ଚାଷୀମାନଙ୍କ ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଯଥା- ପାନୀୟ ଜଳ, ପାଲ, ବସିବା ବ୍ୟବସ୍ଥା ଇତ୍ୟାଦିର ସୁବ୍ୟବସ୍ଥା କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତ ....ନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି

ଏହା ମଧ୍ୟ ପଢନ୍ତୁ ...ରାସନ କାର୍ଡକୁ ନେଇ ବଡ଼ ଖବର, ବାଦ୍ ପଡ଼ିବେ ବାଂଲାଦେଶୀ ଶରଣାର୍ଥୀ

ଏହା ମଧ୍ୟ ପଢନ୍ତୁ...ରାସନ କାର୍ଡ ଅଛି କି ! କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ମିଳିବ ଏହି ସବୁ ସୁବିଧା - Ration Card Benefits

ଏହି ସମୀକ୍ଷା ବୈଠକରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡନାୟକ ଏବଂ ଅନୁଗୋଳଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକଙ୍କ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details