ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟ ଦିବସ: ସାମିଲ ହେବେ ୧୪୦ ଦେଶର ପ୍ରତିନିଧି, ଗଡିବ ୫ ଡବଲ ଡେକର ବସ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ୧୪୦ ଦେଶରୁ ୫ରୁ ୭ ହଜାର ପ୍ରତିନିଧି ସାମିଲ ହେବେ ।

18th Pravasi Bharatiya Divas
18th Pravasi Bharatiya Divas (ETV Bharat Odisha)

By ETV Bharat Odisha Team

Published : Dec 25, 2024, 8:33 AM IST

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ୯ ତାରିଖରେ ଓ ୧୦ ତାରିଖ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ୧୮ତମ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ଖାରବେଳ ଭବନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ବୈଠକ ଗୁରୁତ୍ଵପୂର୍ଣ୍ଣ । ବୈଠକ ପରେ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ।

ସାମିଲ ହେବେ ୭ ହଜାର ପ୍ରବାସୀ ଭାରତୀୟ:

18th Pravasi Bharatiya Divas (ETV Bharat Odisha)

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସବୁଠୁ ଭଲ ହେବ ବୋଲି ବିଶ୍ୱାସ ରଖି କାମ ବିଭାଗ କରୁଛି । ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗୁରୁତ୍ବର ସହ ଅନୁଧ୍ୟାନ କରୁଛନ୍ତି । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କିଭଳି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଆଲୋଚନା ହୋଇଛି । ବିଶ୍ବର ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଜାନୁଆରୀ ୮, ୯, ୧୦ ତାରିଖ ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ । ଏନେଇ ସବୁ ପ୍ରକାର ବ୍ୟବସ୍ଥା କରୁଛି ପର୍ଯ୍ୟଟନ ବିଭାଗ । କଟକ, ପୁରୀ, ଭୁବନେଶ୍ବର ଓ କୋଣାର୍କ ପର୍ଯ୍ୟଟନ କ୍ଷେତ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।"


ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ:

PRAVASI BHARATIYA DIVAS (ETV Bharat Odisha)

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରବାସୀ ଭାରତୀୟଙ୍କ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି । ଯେମିତି ସେମାନେ ଠକାମୀର ଶିକାର ନହେବେ, ସେଥିପାଇଁ ବିଭାଗ ସଚେତନ ରହିଛି । ସେମାନଙ୍କ ଲାଗି ଭୁବନେଶ୍ଵର ଆଖପାଖରେ ଥିବା ସମସ୍ତ ହୋଟେଲ ସମେତ ବିଭିନ୍ନ ବିଭାଗର ଆଇବି, ଅତିଥି ଭବନ ବୁକିଂ ଚାଲିଛି । ଏହା ସହ ସୁବିଧାଜନକ ଗମନାଗମନ ପାଇଁ କ୍ରୁଟ ୫ଟି ଡବଲ ଡେକର ବସ ସହ ୫୦ଟି ନୂଆ ବସ ଯୋଗାଇବ । ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ । ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି । ଉଦଘାଟନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବେ । ଓଡ଼ିଶା ସରକାରଙ୍କ ଗୃହ ଓ ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରବାସୀ ଭାରତୀୟ ଦିବସ: ସ୍ବଚ୍ଛ, ସୁନ୍ଦର ଓ ଆକର୍ଷଣୀୟ ହେବ ରାଜଧାନୀ, ଆୟୋଜନ ହେବ ୧୦ ଉତ୍ସବ

ଏହା ମଧ୍ୟ ପଢ଼ନ୍ତୁ...ପ୍ରବାସୀ ଭାରତୀୟ ଦିବସ: ପ୍ରସ୍ତୁତି ଜୋରଦାର, ଜନତା ମଇଦାନରେ ସରିଲା ଭୂମି ପୂଜନ

କାହିଁକି ପାଳନ ହୁଏ ପ୍ରବାସୀ ଦିବସ:

"୯ ଜାନୁଆରୀ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ଭାରତ ଫେରିବାକୁ ଏହି ଦିବସ ସ୍ମରଣ କରିଥାଏ । ଏହି ଦିନକୁ ପାଳନ କରିବା ପାଇଁ ୨୦୦୩ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା । ଭାରତର ବିକାଶ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟର ସହଭାଗିତା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ । ୨୦୧୫ରୁ ସଂଶୋଧିତ ଫର୍ମାଟରେ ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଛି । ବିଭିନ୍ନ ଆର୍ନ୍ତଜାତୀୟ ଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଓଡିଶା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି । କୁଏତ ଗସ୍ତର ସଦ୍ୟତମ ଉଦାହରଣ, ଯେଉଁଠାରେ ପ୍ରଧାନମନ୍ତ୍ରୀ ଗଞ୍ଜାମର ଜଣେ ଯୁବକଙ୍କ ସହିତ ଆଲୋଚନା କରିଥିଲେ । ଭୁବନେଶ୍ବରରେ ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ସର୍ବଭାରତୀୟ ସ୍ତରରେ ଓଡିଶାର ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତଙ୍କ ମିଳିତ ପ୍ରୟାସରେ ଏହା ସଫଳ କରି ଆମ ରାଜ୍ୟକୁ ବିଶ୍ବସ୍ତରରେ ଗର୍ବିତ କରାଇ ପାରିବ ।"

PRAVASI BHARATIYA DIVAS (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ପ୍ରବାସୀ ଭାରତୀୟ ଦିବସ,ଅତିଥିଙ୍କ ପାଇଁ ୩୭୦୦ଟି ରୁମ ବୁକିଂ

ତେବେ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଭୁବନେଶ୍ବର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ବିଡ଼ିଏ ଭିସି ତିରୁମାଳା ନାଏକ, ପର୍ଯ୍ୟଟନ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାପାଳଙ୍କ ସେମତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details