ଓଡିଶା

odisha

ETV Bharat / state

ମେଳାରେ ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ସାଂସଦ ଓ ବିଧାୟକ - GAJAPATI AGRICULTURAL FAIR

ଗଜପତିରେ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା । ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଟୋ ଚଳାଇଥିବା ଦେଖିବାକୁ ମିଳିଛି ।

GAJAPATI AGRICULTURAL FAIR
GAJAPATI AGRICULTURAL FAIR (ETV Bharat Odisha)

By ETV Bharat Odisha Team

Published : Nov 8, 2024, 9:31 PM IST

ପାରଳାଖେମୁଣ୍ଡି:ମନ୍ତ୍ରୀ ଚଲାଇଲେ ଅଟୋ ବସିଲେ ସାଂସଦ ଏବଂ ଦୁଇ ବିଧାୟକ । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳାରେ । ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମତ୍ସ୍ୟ ଓ ପଶୁ ସମ୍ପଦ ମେଳାର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଆରମ୍ଭ:

ଗଜପତିରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଉଦଘାଟିତ ହୋଇଛି ।ଏହି ଅବସରରେ ଜିଲ୍ଲାର ୭ଜଣ ମତ୍ସ୍ୟଚାଷୀଙ୍କୁ ଜାଳ,ବାସ୍କେଟ ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରୁ ରାୟଗଡ଼ ବ୍ଲକର ପାଉଲ ଶବରଙ୍କୁ ଏକ ତିନି ଚକିଆ ଯାନ ଓ ବରଫ ବାକ୍ସ ପ୍ରଦାନ କରାଯାଇଛି । ସେହିପରି ବିଦ୍ୟାଧର ଭୂୟାଁ ନାମକ ଜଣେ ଚାଷୀଙ୍କୁ ମୋଟର ସାଇକେଲ ସହ ବରଫ ବାକ୍ସ ପ୍ରଦାନ କରାଯାଇଛି ।

GAJAPATI AGRICULTURAL FAIR (ETV Bharat Odisha)

ମନ୍ତ୍ରୀ ଚଲାଇଲେ ଅଟୋ:

ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ମେଳାରେ ଲାଗିଥିବା ଷ୍ଟଲ ବୁଲି ଦେଖିବାବେଳେ ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ଅଟୋରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରହୀ ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ବସାଇ ଷ୍ଟଲ ବୁଲିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

GAJAPATI AGRICULTURAL FAIR (ETV Bharat Odisha)

'ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ଜିଲ୍ଲାର ବିକାଶ ହେବ':

ଏହି ଅବସରରେ ମନ୍ତ୍ରୀ କହିଛନ୍ତି," ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଓଡ଼ିଶାର ଗଜପତି ଜିଲ୍ଲାରୁ ଆରମ୍ଭ କରାଯାଇଛି । ସତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବା ପାଇଁ ଗଜପତି ମହାରାଜାର ମୁଖ୍ୟ ଭୂମିକା ରହିଥିବାରୁ ଏହି ଜିଲ୍ଲାରୁ ମେଳା ଆରମ୍ଭ କରାଯାଇଛି । ଜିଲ୍ଲାର ଚାଷୀଙ୍କ ନିଜର ଜୀବିକା ନିର୍ବାହ କରିବା ପାଇଁ ଏହି ବିଭାଗ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଅଛି । ବିକାଶ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି ,ଜିଲ୍ଲା ପ୍ରଶାସନ,ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ଜିଲ୍ଲା ତଥା ରାଜ୍ୟର ବିକଶିତ ହୋଇପାରିବ। ଗଜପତି ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆବେଦନ ପତ୍ର ଗ୍ରହଣ କରାଯିବା ସହିତ ସରକାରଙ୍କ ତରଫରୁ ପାଉଥିବା ଯୋଜନାରେ ସାମିଲ କରାଯିବା ।"

GAJAPATI AGRICULTURAL FAIR (ETV Bharat Odisha)

ଗଜପତିକୁ ପୌଷ୍ୟ ଜିଲ୍ଲା ଭାବେ ଗ୍ରହଣ କଲେ ମନ୍ତ୍ରୀ:

ସେହିପରି ଗଜପତି ଜିଲ୍ଲାକୁ ପାଞ୍ଚ ବର୍ଷ ପାଇଁ ପୌଷ୍ୟ ଜିଲ୍ଲାଭାବେ ମନ୍ତ୍ରୀ ଗ୍ରହଣ କରିଛନ୍ତି । ଯାହା ନିଜ ବିଭାଗ ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ସମସ୍ତ ଯୋଜନାକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦଳ,ମତ ନିର୍ବିଶେଷରେ ଏକ ହୋଇ କାର୍ଯ୍ୟ କଲେ ଗଜପତି ଜିଲ୍ଲା ବିକଶିତ ହୋଇପାରିବ ବୋଲି କହିଥିଲେ । ଜିଲ୍ଲାରେ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଉତ୍ତମ ପରିବେଶ ଥିବାରୁ ଏହି ଚାଷ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ... ଶିକ୍ଷକଙ୍କ ପାଇଁ ଖୁସି ଖବର, ଏଣିକି ଘର ପାଇଁ ଟଙ୍କା ଦେବେ ମୋହନ ମାଝୀ ସରକାର

ଏହା ମଧ୍ୟ ପଢନ୍ତୁ...ଆମ୍ବ ଟାକୁଆ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ, ହାଇଡ୍ରାଜେନ ସଲଫାଇଡରେ ମୃତ୍ୟୁ ହୁଏକି ? ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏହା ମଧ୍ୟ ପଢନ୍ତୁ... ଗଜରାଜ ସୁରକ୍ଷା ଚିନ୍ତା, ଗଜ ଉତ୍ସବରେ ଗଣମାଧ୍ୟମ ଭୂମିକାକୁ ଗୁରୁତ୍ବ

ଚାଷୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ:

GAJAPATI AGRICULTURAL FAIR (ETV Bharat Odisha)

ଏହି ମେଳା ନଭେମ୍ୱର ୮ ଓ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଜିଲ୍ଲାରେ ବେଷ୍ଟ ଚାଷୀ ଭାବେ ଗୋଷାଣୀ ବ୍ଲକର କୋଟା ଦେବ ରାଜୁ , ମୋହନା ବ୍ଲକର ମାଆ ମଙ୍ଗଳା ମହିଳା ମଣ୍ଡଳ ସ୍ୱୟଂ ସହାୟିକା ଗୋଷ୍ଠୀ, ଗୁମ୍ମା ବ୍ଲକର ସେଙ୍କରି ଶବର ଓ ମୋହନା ବ୍ଲକର ଉଜ୍ଜେଲେଶ୍ୱରି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଛି । ଏହି ମେଳାରେ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଶୁ ସମ୍ପଦ, ମତ୍ସ୍ୟ ବିଭାଗ, ମିଶନ ଶକ୍ତି, କୃଷି ବିଭାଗ, ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଇତ୍ୟାଦି ୨୦ ଗୋଟି ବିଭିନ୍ନ ଷ୍ଟଲ୍ ଖୋଲାଯାଇ ଚାଷୀଙ୍କୁ ସଚେତନତା କରଯାଇଛି ।

ଇଟିଭି ଭାରତ,ଗଜପତି

ABOUT THE AUTHOR

...view details