ଓଡିଶା

odisha

ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ

By ETV Bharat Odisha Team

Published : Mar 5, 2024, 10:17 PM IST

Mini Marathon On Biju Jayanti: ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ । ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଏକ ମାରାଥନ ଆୟୋଜନ କରିଥିଲେ । ଅଧିକ ପଢନ୍ତୁ

ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ
ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ

ବିଜୁ ଜୟନ୍ତୀ ଉଦ୍ଦେଶ୍ୟରେ ମିନି ମାରାଥନ, ସାମିଲ ହେଲେ ବିପିୟୁଟିର ଅଧ୍ୟାପକ ଓ ଛାତ୍ରଛାତ୍ରୀ

ରାଉରକେଲା: ଆଜି ଭୂମିପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ ହେଉଅଛି । ଏହି କ୍ରମରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀମାନେ ଏକ ମାରାଥନ ଆୟୋଜନ କରିଥିଲେ । ବିଶ୍ବବିଦ୍ୟାଳୟରୁ ବାହାରି ଅଭିଯାନ ଛକ ଦେଇ ଏହି ମିନି ମାରାଥନ ଚାଲିଥିଲା ।

ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅରୁଣ ଦାସ କହିଛନ୍ତି ଯେ ଭାରତ ବର୍ଷ ପାଇଁ ବିଜୁବାବୁ ଗର୍ବ ଓ ଗୌରବ । ନିଜର ଅଦମ୍ୟ ସାହସିକତା ପାଇଁ ସେ ସାରା ବିଶ୍ବରେ ପରିଚିତ । ଭାରତର ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ଅତ୍ୟନ୍ତ ପ୍ରେରଣାଦାୟୀ । ଏଥିପାଇଁ ବିପିୟୁଟିର ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ତଥା ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଆଜିର ମାରାଥନ ଆୟୋଜନ କରାଯାଇଛି । ଏହାଛଡା ଆଜି କ୍ବିଜ ପ୍ରତିଯୋଗିତା, ଆର୍ଟ ପ୍ରତିଯୋଗିତା ଓ ପ୍ୟାନେଲ ଡିସ୍କସନର ଆୟୋଜନ ମଧ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ ...ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା

ଏହା ପୂର୍ବରୁ ବିପିୟୁଟିରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ 'ବିଜୁବାବୁ ଆଧୁନିକ ଓଡିଶାର ବିଶ୍ବକର୍ମା' ଶୀର୍ଷକ ତର୍କ ପ୍ରତିଯୋଗିତା ସହିତ 'ବିଜୁବାବୁଙ୍କ ଓଡିଶା ମାଟି ପ୍ରତି ଅବଦାନ' ଶୀର୍ଷକ ଡକୁମେଣ୍ଟାରୀ ଫିଲ୍ମ ପ୍ରତିଯୋଗିତା ଆୟୋଜିତ ହୋଇସାରିଛି । ଏହା ସହ ଆଗାମୀ ଦିନ ମାନଙ୍କରେ ସ୍କୁଲ ପିଲାମାନଙ୍କ ପାଇଁ ବକ୍ତୃତା ପ୍ରତିଯୋଗିତା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଯୋଜନା ରହିଛି । ଏହି ମାରାଥନରେ ଭାଗନେଇ ଛାତ୍ରଛାତ୍ରୀ ମାନେ ବେଶ ଉତ୍ସାହିତ ଥିବା ବେଳେ ବିଜୁବାବୁଙ୍କ ସାହସିକତାକୁ ମନେପକାଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ସେହିପରି ଆଜି ରାଉରକେଲା ସହରରେ ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁଠାରେ ବିଶାଳ ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ କରାଯାଇଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେଉଛି ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯାଉଛି । ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ବିଜେଡି କର୍ମୀମାନେ ସଙ୍କଳ୍ପ ନେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details