ରାଇରଙ୍ଗପୁର:ଦାଦନ ଖଟିବାକୁ ଯାଇ ଗଲା ଜୀବନ । ଶ୍ରମିକଙ୍କ ମୃତଦେହ କିପରି ଫେରିବ ସେ ଚିନ୍ତାରେ ପରିବାର । ଏନେଇ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।
୩ ଦିନ ହେଲାଣି ଆସିପାରୁନି ମୃତଦେହ:
ଅଭିଯୋଗ ଅନୁସାରେ, ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିଙ୍କ ୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବାବେଳେ ମୃତଦେହ ଘରକୁ ଆସିପାରୁନାହିଁ । ଯାହାକୁ ନେଇ ସ୍ଥାନୀୟ ବିଧାୟକ, ଅଧିକାରୀଙ୍କୁ ଜଣାଇବା ପରେ ନିରାଶ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ମୃତକଙ୍କ ପରିବାର । ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକ ଅନ୍ତର୍ଗତ ଛେଳିଆ ଗ୍ରାମର ରବୀନ୍ଦ୍ର ସିଂ ଗ୍ରାମର ଅନ୍ୟ ଲୋକଙ୍କ ସମେତ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାର ସିକଳାପାକମ ଅଞ୍ଚଳ ସ୍ଥିତ ଏକ କମ୍ପାନୀରେ ସେ କାମ କରୁଥିଲେ । ଗତ ନଭେମ୍ବର ୯ ତାରିଖରେ ତାଙ୍କର କୌଣସି କାରଣ ପାଇଁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା । ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ରଖାଯାଇଥିବାବେଳେ ସେଠାକୁ ଯାଇ ମୃତଦେହ ଆଣିବାକୁ କୁହାଯାଇଥିଲା । ଏହି ପରିବାର ଗରିବ ଶ୍ରେଣୀର ପରିବାର ହୋଇଥିବାବେଳେ ତାମିଲନାଡୁ ଯାଇ ମୃତଦେହ ଆଣିବାକୁ ସେ ଅସମର୍ଥ ଅଟନ୍ତି ।
ଏହା ବି ପଢନ୍ତୁ...ଅଧା ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ଘରକୁ ଫେରି ପାରିଲାନି ମୃତଦେହ - Migrant labour death
ଏହା ବି ପଢନ୍ତୁ...ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଗଲା ଜୀବନ, କେମିତି ଆସିବ ମୃତଦେହ, ଚିନ୍ତାରେ ପରିବାର ? - Migrant Labor Died In Gujarat