ବଲାଙ୍ଗୀର:ଜିଲ୍ଲାରେ ପିଛା ଛାଡ଼ୁନି ଦାଦନ ଦୁଃଖ । ଦିନକୁ ଦିନ ଜିଲ୍ଲାରେ ଦାଦନକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍ ମାରିଥିବା ଅଭିଯୋଗ ହୋଇଛି । କାମ ପାଇଁ ଘରଛାଡ଼ି ଯାଇଥିବା ଦାଦନ ଶ୍ରମିକର ନିର୍ଯାତନାରେ ମୃତ୍ୟୁ ହୋଇଥିବା ଅଭିଯୋଗ । ସେପଟେ ମୃତକଙ୍କ ନାବାଳିକା ଝିଅ ଟଙ୍କା ପାଇଁ ବାହାର ରାଜ୍ୟର ଇଟା ଭାଟି ମାଲିକ ପାଖରେ ବନ୍ଧା ପଡ଼ି ଥିବାର ଆସିଛି ଗୁରୁତର ଅଭିଯୋଗ ହୋଇଛି । ତେଣୁ ଝିଅକୁ ଉଦ୍ଧାର ଓ ମୃତ ଦାଦନ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ବେଲପଡା ବ୍ଲକ ସୁଲେକେଲା ଗ୍ରାମରୁ ଆସିଛି।
ଅଭିଯୋଗ ଅନୁସାରେ, ଏଠିକାର ଗରିବ ଦାଦନ ଶ୍ରମିକ କାହ୍ନୁ ମଲ୍ଲିକ ସୁଦୁର ତେଲେଙ୍ଗାନାକୁ ପରିବାର ବର୍ଗ ସହ ଦାଦନ ଖଟି ଯାଇଥିଲେ । ହେଲେ ସେଠି ଭାଟି ମାଲିକର ନିର୍ଯାତନା ଯୋଗୁଁ ତାଙ୍କ ଦେହ ଅସୁସ୍ଥ ହେଇଥିଲା। ଦେହ ଅସୁସ୍ଥ ହେଇଥିବା ସତ୍ତ୍ବେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇଥିଲା । ଫଳରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଯାହା ପରେ ଉକ୍ତ ଭାଟି ମାଲିକ କାହ୍ନୁ ମଲ୍ଲିକଙ୍କୁ ଘରକୁ ପଠେଇ ଦେଇଥିଲେ । ତେବେ ଘରେ ପହଞ୍ଚିବା ପରେ କାହ୍ନୁ ମଲ୍ଲିକଙ୍କର ମୃତ୍ୟୁ ହୋଇଥିଲା । ସେପଟେ ମୃତ ଦାଦନ ଶ୍ରମିକର ୧୨ ବର୍ଷର ଝିଅ ଅଙ୍କିତା ମଲ୍ଲିକଙ୍କୁ ଭାଟି ମାଲିକ ଓ ଦାଦନ ସର୍ଦ୍ଦାର ଟଙ୍କା ପାଇଁ ବନ୍ଧକ ରଖିଥିବା ର ଅଭିଯୋଗ ହୋଇଛି।