ବରଗଡ: ଜିଲ୍ଲାପାଳଙ୍କର ଅଫିସ ଘେରିଲେ ବରଗଡ ଜିଲ୍ଲାର ସମସ୍ତ ପାଚକ ପାଚିକା । ବରଗଡ ଜିଲ୍ଲାର ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଆଜି ବରଗଡ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇ ସାମୁହିକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । 3 ଦଫା ଦାବି ନେଇ ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କୁଶଳୀ ଶ୍ରମିକ , ଅଣ କୁଶଳୀ ଶ୍ରମିକ , ଅର୍ଦ୍ଧ କୁଶଳୀ ଶ୍ରମିକ ଆଦି ଭିନ୍ନ ପ୍ରକାରର ଶ୍ରମିକଙ୍କ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ଏବଂ ସେହି ଧାର୍ଯ୍ୟ ଦର ଅନୁଯାୟୀ ଶ୍ରମିକଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ କରାନଗଲେ ଶ୍ରମିକ ମାନେ ଆଇନର ଆଶ୍ରୟ ନେଇପାରିବେ ବୋଲି ନିୟମ ରହିଛି ।ଏଥିପାଇଁ ଶ୍ରମିକଙ୍କ ସ୍ଵତନ୍ତ୍ର କାର୍ଯ୍ୟଳୟ ମଧ୍ୟ ରହିଛି ଏବଂ ସ୍ଵତନ୍ତ୍ର ଲେବର କୋର୍ଟ ମଧ୍ୟ ରହିଛି । ମାତ୍ର ଖୋଦ ରାଜ୍ୟସରକାର ଏହି ନିୟମକୁ ଅବମାନନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବିଭିନ୍ନ ସ୍କୁଲ ମାନଙ୍କରେ ପିଲାଙ୍କ ମଧ୍ୟାନ୍ନ ଭୋଜନ ପାଇଁ ରୋଷେଇ କରୁଥିବା ପାଚକ ପାଚିକା। ଦୀର୍ଘ ବର୍ଷରୁ ପାଚକ ପାଚିକା ମାନେ ମାତ୍ର 1400 ଟଙ୍କାରେ ସ୍କୁଲ ମାନଙ୍କରେ MDM ପାଇଁ ସକାଳ 9 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ 7 ଘଣ୍ଟା ଧରି ରୋଷେଇ କାମ ଠାରୁ ଆରମ୍ଭ କରି ସଫେଇ କାମ କରିଆସୁଛନ୍ତି । ଏତେ ପରିଶ୍ରମ କରି ମଧ୍ୟ ମାସକୁ ମାତ୍ର 1400 ଟଙ୍କା ସରକାର ପ୍ରଦାନ କରୁଛନ୍ତି ଯାହା ହିସାବକୁ ନେଲେ ପ୍ରତିଦିନ ମାତ୍ର 46 ଟଙ୍କା 66 ପଇସା ପଡୁଛି ।
ଏହା ମଧ୍ୟ ପଢନ୍ତୁ...ଦେଢ ମାସ ଧରି ଆମରଣ ଅନଶନରେ ଦୃଷ୍ଟିବାଧିତ: ଶୁଣୁନି ବିଏମସି, ଭେଟିଲେ ସୁର