ଓଡିଶା

odisha

By ETV Bharat Odisha Team

Published : Mar 24, 2024, 7:14 PM IST

ETV Bharat / state

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍ - WEATHER UPDATE

WEATHER UPDATE: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଶୁଖିଲା ପାଗ ରହିବ । ଏହାସହ ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୫ଡ଼ିଗ୍ରୀ ତାପମାତ୍ରାରେ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍
ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍

ଭୁବନେଶ୍ବର: ପୁଣି ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି ତାତି । ରାଜ୍ୟରେ ଖରା ବଢିବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏପରିକି କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ପ୍ରଭାବ ନାହିଁ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ନେଇ ସୂଚନା ରହିଛି ।

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଶୁଖିଲା ପାଗ ରହିବ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୩ରୁ ୫ଡ଼ିଗ୍ରୀ ଯାଏଁ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ସମ୍ଭାବନା । ସେହିପରି ଆସନ୍ତାକାଲି ରାଜ୍ୟରେ ଶୁଖିଲା ପାଗ ସହ କେତେକେ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ଼, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି । ମାର୍ଚ୍ଚ ଶେଷବେଳକୁ କିଛି ଜିଲ୍ଲାରେ ୪୦ ଡ଼ିଗ୍ରୀ ତାପମାତ୍ରା ଛୁଇଁବ ବୋଲ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ ......ରାଜ୍ୟକୁ ଫେରିଲା ତାତି, ଆସନ୍ତା 5 ଦିନ ପାଗ ଶୁଖିଲା

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍

ସେହିପରି ୨୬ ତାରିଖରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁରରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୭, ୨୮ ଏବଂ ୨୯ ତାରିଖରେ ପାଗ ଶୁଖିଲା ରହିବ । ଅନ୍ୟପଟେ ଗତକାଲି ୫ ସହରରେ ୩୭ ଡିଗ୍ରୀ ଛୁଇଁଥିଲା ଦିନର ସର୍ବୋଚ୍ଚ ତାପମାତ୍ରା । ଆଜି ବଲାଙ୍ଗୀରରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ । ଏହା ପରେ ଆଗକୁ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପଶ୍ଚିମ ଓଡ଼ିଶା ଗରମରେ ଜଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ୨୦୧୯ଠାରୁ ଏହି ସମୟରେ ପଶ୍ଚିମାଝଡ଼ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details