ଓଡିଶା

odisha

ETV Bharat / state

ମନମୋହୁଛି ମର୍ଜାକୁଦ: ବଣଭୋଜି ଓ ନୌକା ବିହାର ପାଇଁ ପର୍ଯ୍ୟଟକଙ୍କ ଭିଡ଼ - PICNIC SPOT MARJAKUDA

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପିକନିକ ସ୍ପଟ ବୌଦ୍ଧ ଜିଲ୍ଲା 'ମର୍ଜାକୁଦ' ଦ୍ବୀପାଞ୍ଚଳ । ଶୀତ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । କେମିତି ଯିବେ, କଣ ଦେଖିବେ ଜାଣନ୍ତୁ ।

MARJAKUDA
MARJAKUDA (ETV Bharat Odisha)

By ETV Bharat Odisha Team

Published : Jan 20, 2025, 11:57 AM IST

ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ ଜିଲ୍ଲା । ଏଠାକାର ପ୍ରାକୃତିକ ପରିବେଶ ପ୍ରକୃତିପ୍ରେମୀଙ୍କୁ ଆନମନା କରେ । ପ୍ରକୃତିକୋଳରେ ସମୟ ବିତାଇବାକୁ ଧାଇଁ ଆସନ୍ତି ଲୋକେ । ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ‘ମର୍ଜାକୁଦ’ । ଶୀତ ଋତୁ ଚାଲିଥିବା ବେଳେ ବଣଭୋଜି ପାଇଁ ଜମୁଛି ଭିଡ଼ । ଲୋକେ ପିକନିକ ପାଇଁ ଆସୁଛନ୍ତି ଏଠାକୁ । ଆସନ୍ତୁ ଜାଣିବା ମର୍ଜାକୁଦ ଆସିଲେ କଣ ଦେଖିବେ । କେଉଁଠି ବୁଲିବେ ?

ମର୍ଜାକୁଦ:

ମନମୋହୁଛି ମର୍ଜାକୁଦ (ETV Bharat Odisha)

ବୌଦ୍ଧ ଜିଲ୍ଲାର ସହରରେ ଥିବା ମର୍ଜାକୁଦ ଅଞ୍ଚଳଟି ଏକ ଦ୍ବୀପାଞ୍ଚଳ ଭାବେ ଜଣାଶୁଣା । କାରଣ ପୂରା ଅଞ୍ଚଳକୁ ଚାରିପଟୁ ମହାନଦୀ ଘେରି ରହିଛି । ପ୍ରାୟ ପାଞ୍ଚ ହଜାର ଏକରରୁ ଊର୍ଦ୍ଧ୍ବ ବିଶିଷ୍ଟ ଏହି ମର୍ଜାକୁଦର ଚତୁପାର୍ଶ୍ବକୁ ମହାନଦୀ ଘେରି ପ୍ରବାହିତ ହେଉଛି । ତେଣୁ ପିକନିକ ସ୍ପଟ ଭାବେ ବେଶ ପରିଚିତ ଲାଭ କରିଛି । ମର୍ଜାକୁଦ ଦ୍ବୀପାଞ୍ଚଳ ଉଭୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ବଣଭୋଜିର ଏକ ପ୍ରମୁଖ ସ୍ଥାନ ପାଲଟିଛି । ଏଠାରେ ଦୁଇଟି ଓ୍ବାର୍ଡର ଅଧିବାସୀ ବସବାସ କରୁଛନ୍ତି ।

ମର୍ଜାକୁଦରେ କଣ ଦେଖିବେ ?

ମହାନଦୀ (ETV Bharat Odisha)

ମହାନଦୀ ପ୍ରବାହିତ ହେଉଥିବାରୁ ସମଗ୍ର ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଆପଣ ଯଦି ପ୍ରକୃତିକୋଳରେ ସମୟ ବିତାଇବାକୁ ଚାହୁଁଛନ୍ତି ତାହାଲେ ଏ ସ୍ଥାନଟି ନିହାତି ଆପଣଙ୍କୁ ପସନ୍ଦ ଆସିପାରେ । ବର୍ଷତମାମ ପର୍ଯ୍ୟଟକଙ୍କ ଆଗମନ ରହୁଥିବା ବେଳେ ବିଶେଷତଃ ଶୀତ ଋତୁରେ ପର୍ଯ୍ୟଟକ ସଂଖ୍ୟା ଅଧିକ ରହିଥାଏ । ଏଠାକୁ ଆସିଲେ ଆପଣ ଅନେକ ଦେଶୀୟ ଓ ବିଦେଶାଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇବେ । ତାହା ସହ ନୌକାରେ ମହାନଦୀ ଭ୍ରମଣ କରିବାର ସୁଯୋଗ ପାଇବେ । ମହାନଦୀରେ ବିଭିନ୍ନ ପ୍ରଜାତିର ମାଛ ଦେଖିବାର ସୁଯୋଗ ପାଇବେ ।

କେଉଁଠି ଅବସ୍ଥିତ ମର୍ଜାକୁଦ ?

Boudh Picnic Spot Marjakuda (ETV Bharat Odisha)

ରାଜଧାନୀ ଭୁବନେଶ୍ବର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରୁ ବୌଦ୍ଧ ସହର ପ୍ରାୟ 250 କିଲୋମିଟର ଦୂରରେ ଅବସ୍ଥିତ । ବଲାଙ୍ଗୀର ଓ ସମ୍ବଲପୁର ଠାରୁ ବୌଦ୍ଧକୁ ମାତ୍ର ଶହେ କିଲୋମିଟର ରାସ୍ତା ପଡେ । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ରହିଛି ମର୍ଜାକୁଦ । ସହରକୁ ଲାଗି କି ରହିଛି ଏହି ଅଞ୍ଚଳ । ପର୍ଯ୍ୟଟକଙ୍କ ରହିବା ପାଇଁ ସହରରେ ହୋଟେଲ ଏବଂ ଗେଷ୍ଟ ହାଉସ ରହିଛି ।

ମର୍ଜାକୁଦ ନାଁକୁ ନେଇ ଲୋକକଥା:

ପୂର୍ବ କାଳରେ ବୌଦ୍ଧ ପଟରୁ ଏହି ଦ୍ବୀପକୁ ମହାନଦୀର ସରୁଧାରରେ ଜଳ ପ୍ରବାହିତ ହେଉଥିବା କୁହାଯାଏ । ଏପରିକି ଗୋଟିଏ ପଟରୁ ଅନ୍ୟପଟକୁ ମାର୍ଜାର ବା ବିଲେଇ ଡେଇଁ ଯାଇ ପାରୁଥିବାରୁ ଏହାର ନା ମଧ୍ୟ ମର୍ଜାକୁଦ ହୋଇଥିବା ଅନେକ ମତ ପ୍ରକାଶ କରନ୍ତି ।

ମର୍ଜାକୁଦ (ETV Bharat Odisha)

ମର୍ଜାକୁଦକୁ କେଉଁ ସମୟରେ ଆସିବେ ?

ପିକନିକ ଋତୁରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଲାଗେ । ଏଠାକୁ ମଧ୍ୟ ବର୍ଷ ତମାମ ପର୍ଯ୍ୟଟକ ଆସନ୍ତି । କିନ୍ତୁ ଶୀତ ଋତୁ ସମୟରେ ବିଶେଷକରି ଜାନୁଆରୀ ଓ ଫେବୃଆରୀରେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୁଏ । ଏଠାକୁ ଆସିବା ପାଇଁ ଜାନୁଆରୀ-ଫେବୃଆରୀକୁ ଉପଯୁକ୍ତ ସମୟ ଭାବେ ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ:

ପ୍ରକୃତିର ଗନ୍ତାଘର ମଣ୍ଡନଗିରି: ୧୧୦୦ ଫୁଟ ଉଚ୍ଚରେ ପୂଜା ପାଉଛନ୍ତି ରାମ-ସୀତା

ଚାନ୍ଦିଲି ପାହାଡ଼: ପଥର ଛାତିରେ ଇତିହାସ ଛାପ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ

ଜିରାଙ୍ଗ ବୌଦ୍ଧ ମନ୍ଦିର, ପର୍ଯ୍ୟଟକଙ୍କ ମନ ମୋହୁଛି ଶାନ୍ତ ପରିବେଶ

କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ

ଜମୁଛି ବଣଭୋଜି:

Boudh Picnic Spot Marjakuda (ETV Bharat Odisha)

ମର୍ଜାକୁଦ ଦ୍ବୀପାଞ୍ଚଳ ଉଭୟ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ବଣଭୋଜିର ଏକ ପ୍ରମୁଖ ସ୍ଥାନ ପାଲଟିଛି । ଏବେ ପିକନିକ ଋତୁ ଚାଲିଥିବାରୁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ବିଶେଷ କରି ଛୁଟି ଦିନ ମାନଙ୍କରେ ବଣଭୋଜି କରିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଲୋକେ ସାଙ୍ଗ ସାଥି ପରିବାର ସହ ଏହି ସ୍ଥାନକୁ ଆସି ବଣଭୋଜିର ମଜା ନେଉଛନ୍ତି ।

Boudh Picnic Spot Marjakuda (ETV Bharat Odisha)

ମର୍ଜାକୁଦ ଆଖପାଖରେ ବୁଲିବା ପାଇଁ ରହିଛି ସ୍ଥାନ:

ମର୍ଜାକୁଦ ବୁଲିବାକୁ ଆସିଥିବା ଜଣେ ପ୍ରକୃତିପ୍ରେମୀ ସୁଶାନ୍ତ ମହାପାତ୍ରକହିଛନ୍ତି, ‘ବୌଦ୍ଧରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଆପଣ ଯଦି ମର୍ଜାକୁଦକୁ ଆସୁଛନ୍ତି, ନୌକାବିହାର, ପକ୍ଷୀ ବିହାର ଦେଖିବେ । ସହରରେ ସ୍ଥାନଟି ଥିବାରୁ ରହିବା ପାଇଁ ହୋଟେଲ ରହିଛି । ମର୍ଜାକୁଦଟି ପାଖରେ ନଦୀ ଓ ଜଙ୍ଗଲରେ ଭରପୂର । ପ୍ରାକୃତିକ ସୌଦର୍ଯ୍ୟକୁ ଉପଭୋଗ କରିପାରିବେ । ଏଥିସହ ମର୍ଜାକୁଦ ଆଖପାଖ ଅର୍ଥାତ 15 କିଲୋମିଟର ଦୂର ଭିତରେ ଅନେକ ସୁନ୍ଦର ସ୍ଥାନ ସବୁ ରହିଛି ତାହା ମଧ୍ୟ ଦେଖିପାରିବେ । ସେହିପରି ଜଣେ ଗୃହିଣୀ କହିଛନ୍ତି, ‘ଆସନ୍ତୁ ମର୍ଜାକୁଦ ବୁଲିକି ଯିବେ ଭଲ ଲାଗିବ ।’

Boudh Picnic Spot Marjakuda (ETV Bharat Odisha)
  • ମର୍ଜାକୁଦରେ ମୁଖ୍ୟ ଆକର୍ଷଣ
  • ନୌକା ବିହାର ଏବଂ ପକ୍ଷୀ ବିହାର

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details