ଓଡିଶା

odisha

ETV Bharat / state

ମୁକୁଳା ଡ୍ରେନ ନେଲା ଜୀବନ, ପୁରୀ ପୌରପାଳିକାକୁ ଦାୟୀ କଲେ ପରିବାର - PURI DRAIN DEATH

ପୁରୀରେ ମୁକୁଳା ଡ୍ରେନରେ ପଡି ଜଣକ ମୃତ୍ୟୁ ହୋଇଛି । ପୌରପାଳିକାର ଅବହେଳାକୁ ଦାୟୀ କଲେ ପରିବାର । 3 ବର୍ଷରେ ଗଲାଣି 4 ଜୀବନ ।

ମୁକୁଳା ଡ୍ରେନ ନେଲା ଜୀବନ
ମୁକୁଳା ଡ୍ରେନ ନେଲା ଜୀବନ (ETV Bharat Odisha)

By ETV Bharat Odisha Team

Published : 23 hours ago

ପୁରୀ:ଧର୍ମକ୍ଷେତ୍ର ପୁରୀରେ ମୁଣ୍ଡବିନ୍ଧାର କାରଣ ପାଲଟିଛି ମୁକୁଳା ଡ୍ରେନ । ଗତକାଲି(ମଙ୍ଗଳବାର) ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଗଜପତି ନଗରରେ ଏପରି ଦୁଃଖଦ ଘଟଣା ଘଟିଛି । 3 ବର୍ଷରେ 4 ଜଣଙ୍କ ଜୀବନ ଯାଇଥିବା ବେଳେ ପୌର ପ୍ରଶାସନକୁ ଦାୟୀ କରିଛନ୍ତି ଲୋକେ । ଜିଲ୍ଲାପାଳ କହିଲେ ଖୁବ ଶୀଘ୍ର ସ୍ଲାବ ପକାଇବା କାର୍ଯ୍ୟ ଶେଷ ହେବ ।


ମୁକୁଳା ଡ୍ରେନ ନେଲା ଜୀବନ !

ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୁରୀ ଗଜପତି ନଗରରେ ଏହି ଅଘଟଣ ଘଟଛି । ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗଜପତି ନଗରର ପ୍ରଦୀପ୍ତ ଚୌଧୁରୀ । ତେବେ କେଉଁ ପରିସ୍ଥିତିରେ ଡ୍ରେନରେ ପଡି ତାଙ୍କର ମୃତ୍ୟୁ ହୋଇଛି ଜଣାପଡିନାହିଁ । କୌଣସି ସ୍ପଷ୍ଟ ସୂଚନା ପୋଲିସ ପକ୍ଷରୁ ମିଳି ନଥିବା ବେଳେ ମୁକୁଳା ଡ୍ରେନ୍ ଯୋଗୁ ତାଙ୍କର ଜୀବନ ଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ବାରମ୍ବାର ସହରବାସୀ ପୌର ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ପୌର ପ୍ରଶାସନ ଏହାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ମୁକୁଳା ଡ୍ରେନ ନେଲା ଜୀବନ (ETV Bharat Odisha)

ମୁକୁଳା ଡ୍ରେନ,ତିନି ବର୍ଷରେ ଗଲାଣି 4 ଜୀବନ:

ଗତ ୨୦୨୨ ମସିହାରେ ମୁକୁଳା ଡ୍ରେନରେ ପଡି ଦୁଇଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ୨୦୨୨ ମସିହା ମେ ୧୮ ଏବଂ ନଭେମ୍ୱର ୬ ତାରିଖରେ ବଡ଼ଦାଣ୍ଡର ମାର୍କେଟ ଛକ ଏବଂ ରେଡକ୍ରସ ରୋଡରେ ଥିବା ମୁକୁଳା ଡ୍ରେନରେ ପଡି ଦୁଇଜଣଙ୍କର ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇବା ପରେ ମୁକୁଳା ଡ୍ରେନ ଉପରେ ସ୍ଲାବ୍ ପକାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ କେବଳ ବଡ଼ଦାଣ୍ଡ ଓ ସମୁଦ୍ର କୂଳ ଅଞ୍ଚଳକୁ ଛାଡିଦେଲେ ପୁରୀ ସହରର ବିଭିନ୍ନ ସାହି ଗଳିକନ୍ଦିରେ ଡ୍ରେନ ମୁକୁଳା ହୋଇପଡ଼ିଛି । ସମସ୍ୟା ବିଷୟରେ ବୁଦ୍ଧିଜୀବୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।



‘ପୌର ପାଳିକା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ’:

ମୃତକଙ୍କ ପୁଅ ଆଦିତ୍ୟ ଚୌଧୁରୀନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଡ୍ରେନଟି ମୁକୁଳା ଥିବା ଯୋଗୁଁ ମୋ ବାପା ଡ୍ରେନରେ ପଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଘଟଣା ପାଇଁ ପୁରୀ ପୌର ପାଳିକା ଦାୟୀ । ଯେହେତୁ ଡ୍ରେନରେ ସ୍ଲାବ ପକାଇବା କାର୍ଯ୍ୟ ପୌର ପାଳିକାର । ଏଣୁ ଏହି ଘଟଣାରେ ପୌର ଦାୟୀ । ଯଦି ପୌରପାଳିକା ଆଗାମୀ ଦିନରେ ମୁକୁଳା ଡ୍ରେନରେ ସ୍ଲାବ୍ ପକାଇବା କାର୍ଯ୍ୟ ନ କରନ୍ତି ଆମେ ପୌରପାଳିକା ବିରୋଧରେ ଆଇନଗତ ପଦକ୍ଷେପ ନେବୁ । ତେବେ ଆମର କ୍ଷୀର ବ୍ୟବସାୟ ଅଛି । ବାପା ଆସିଥିଲେ ବ୍ୟବସାୟ କାର୍ଯ୍ୟ ପାଇଁ । ସେ ଘରକୁ ଫେରିବା ବେଳେ ଡ୍ରେନରେ ପରିସ୍ରା ପାଇଁ ଠିଆ ହୋଇଥିଲେ । ତେବେ ଡ୍ରେନଟି ମୁକୁଳା ଥିବାରୁ ତାଙ୍କର ଗୋଡ ଖସି ଯିବାରୁ ସେ ଡ୍ରେନରେ ପଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି । ତେବେ ବାପାଙ୍କ ମୃତ୍ୟୁକୁ ନେଇ ଆମେ ପୁରୀ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛୁ।’

ଏହା ମଧ୍ୟ ପଢନ୍ତୁ:

ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ'

ରାଜଧାନୀରେ ବନ୍ଦ ହେବ ମୁକୁଳା ଡ୍ରେନ; ମାସକ ଭିତରେ ସରିବ ବ୍ୟାରିକେଡ କାମ - Slabbing Of Open Drains

ଭୁବନେଶ୍ୱର ମୁକୁଳା ଡ୍ରେନ ନେଲା ନାବାଳକ ଜୀବନ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ସହାୟତା - Minor boy dies

ମୁକୁଳା ଡ୍ରେନରେ ସ୍ଲାବ ଖୁବ୍ ଶୀଘ୍ର ପଡ଼ିବ: ଜିଲ୍ଲାପାଳ

ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁକହିଛନ୍ତି କି, ‘ପୁରୀର ଅଧିକାଂଶ ଅଞ୍ଚଳରେ ଥିବା ଡ୍ରେନରେ ସ୍ଲାବ୍ ପକାଯାଇ ସାରିଛି । ବଡ଼ଦାଣ୍ଡ, ସମୁଦ୍ରକୂଳ ସହ ପୁରୀ ସହର ବିଭିନ୍ନ ଅଞ୍ଚଳରେ ଡ୍ରେନ ଉପରେ ସ୍ଲାବ ପକାଯାଇଛି । ଆଉ ଯେଉଁ ଅଞ୍ଚଳରେ ମୁକୁଳା ଡ୍ରେନ ରହିଛି ସେଠାରେ ସ୍ଲାବ୍ ପକାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ଖୁବଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ।’


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details