ଓଡିଶା

odisha

ETV Bharat / state

OPSC ପରୀକ୍ଷାରେ ଚମକିଲେ ବଣ୍ଡା ଝିଅ ବିନି, ଜନଜାତିରୁ ପ୍ରଥମ OAS

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବଣ୍ଡା ଜନଜାତିର ଝିଅଙ୍କୁ ସଫଳତା । ମାଲକାନଗିରିର ବିନି ମୁଦୁଲି ପାଇଲେ ଓଡିଶା ପ୍ରଶାସନିକ ସେବା ।

By ETV Bharat Odisha Team

Published : 9 hours ago

ବିନି ମୁଦୁଲି
ବିନି ମୁଦୁଲି (ETV BHARAT ODISHA)

ମାଲକାନଗିରି/ଯାଜପୁର:ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଉପାନ୍ତ ଅଞ୍ଚଳର ବିଦ୍ୟାର୍ଥୀ । ଜିଲ୍ଲା ପାଇଁ ଗର୍ବ ଆଣିଲେ ବଣ୍ଡାଜାତିର ଝିଅ ବିନି ମୁଦୁଲି । ପ୍ରଥମ ବଣ୍ଡାଜନଜାତି ଭାବେ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବିନି । ମାଲକାନଗିରିର ଜଣେ ବଣ୍ଡା ଜାତିର ଝିଅଙ୍କ ସମେତ ମୋଟ 4ଜଣ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଉଛନ୍ତି କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ଶ୍ୟାମା ମାଢୀ, ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ଓ ସଦରର ପିଲହୋଲିକା ପ୍ରିୟଦର୍ଶିନୀ ।

ବଣ୍ଡା ଜାତି ପାଇଁ ଗୌରବ ବିନି ମୁଦୁଲି (୫୯୬):

ବିନି ମୁଦୁଲି (ETV BHARAT ODISHA)

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୫୯୬ ରାଙ୍କରେ ଉତୀର୍ଣ୍ଣ ହୋଇଛନ୍ତି ବଣ୍ଡା ଝିଅ ବିନି ମୁଦୁଲି । ଖାଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଖେମାଗୁଡା ବାସିନ୍ଦା ରାମ ମୁଦୁଲିଙ୍କ ଝିଅ ହେଉଛନ୍ତି ବିନି । ବର୍ତ୍ତମାନ ବଣ୍ଡାଘାଟିର ମୁଦୁଲିପଡା ହାଇସ୍କୁଲର ରୋଷେୟା ଭାବେ କାମ କରୁଛନ୍ତି ତାଙ୍କ ବାପା । ମାଆ ସୁନାମଣି କିରସାନି ଅଙ୍ଗନବାଡି କର୍ମୀ ଅଟନ୍ତି । ବିନି ପ୍ରାଥମିକ ଶିକ୍ଷା ବଣ୍ଡାଘାଟିର ମୁଦୁଲିପଡା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାୟନ କରିଥିବା ବେଳେ ମାଲକାନଗିରି ନବୋଦାୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ସେ ସ୍ନାତକ କରିବା ପରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଗତ ୨୦୨୨ରେ ପରୀକ୍ଷା ଦେଇଥିଲେ। ଫଳାଫଳ ବାହାରିବା ପରେ ତାଙ୍କ ନାମ ରହିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

  • OPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଣ୍ଡା ଝିଅ ବିନି ମୁଦୁଲି
  • ବଣ୍ଡା ଜନଜାତିର ପ୍ରଥମ ଝିଅ ପାଇଲେ OAS
  • ବଣ୍ଡାଘାଟିର ମୁଦୁଲିପଡା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାୟନ କରିଥିଲେ ବିନି
  • ମାଲକାନଗିରି ନବୋଦାୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ
  • ସ୍ନାତକ କରିବା ପରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ
  • ବିନିଙ୍କ ବାପା ହାଇସ୍କୁଲର ରୋଷେୟା ଓ ମାଆ ଅଙ୍ଗନବାଡି କର୍ମୀ

ଶ୍ୟାମା ମାଢୀ (୬୩୧):

ଶ୍ୟାମା ମାଢୀ (ETV BHARAT ODISHA)

ଆଦିବାସୀ ସମ୍ପଦ୍ରଦାୟର ଶ୍ୟାମା ମାଢୀ ଓଏଏସ ୨୦୨୨-୨୩ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି । ପଟ୍ରେଲ୍ ଗ୍ରାମ ନିବାସୀ ବାସୁଦେବ ମାଢୀ ଓ ୱାଗେ ମାଢୀଙ୍କ ପୁଅ ହେଉଛନ୍ତି ଶ୍ୟାମା । ୨୦୧୪ରେ ଗୋବିନ୍ଦପାଲ୍ଲି ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ, କିସ୍ ଭୁବନେଶ୍ବରରୁ ଯୁକ୍ତ ଦୁଇ ଏବଂ ମାଲକାନଗିରି ମଡେଲ ଡ଼ିଗ୍ରୀ କଲେଜରୁ ବଟାନୀରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ । ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଲକ୍ଷ୍ୟ କୋଚିଂ ସେଣ୍ଟର ଆରମ୍ଭ କରାଯାଇଛି । ଯେଉଁଠାରେ କୋଚିଂ ନେଉଥିଲେ ଶ୍ୟାମା । ତାଙ୍କୁ ଗୁରୁକୁଳ ଆଇଏଏସ ଏକାଡେମୀ ତରଫରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସହ କୋଚିଂ ପ୍ରଦାନ କରାଯାଉଥିଲା । ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଦ୍ବାରା ଶ୍ୟାମାଙ୍କ ସ୍ବପ୍ନ ସାକାର ହୋଇପାରିଛି। ତାଙ୍କର ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର, ଟପ୍-10ରେ 5 ମହିଳା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା

ଏହା ମଧ୍ୟ ପଢନ୍ତୁ-Bonda Boy Cracks NEET: ମାଲକାନଗିରି ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର, ନିଟ୍ ପରୀକ୍ଷା ପାସ୍ ମଙ୍ଗଳା ମୁଦୁଲି, ହେବେ ଡାକ୍ତର - Bonda youth will become a doctor

ଭାଗ୍ୟଶ୍ରୀ ମିଶ୍ର (୧୩୮)-ପିଲହୋଲିକା ପ୍ରିୟଦର୍ଶିନୀ ( ୪୮୪) :

ଭାଗ୍ୟଶ୍ରୀ ମିଶ୍ର (ETV BHARAT ODISHA)

ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ୧୩୮ ରାଙ୍କ ପାଇ କୃତିତ୍ଵ ହାସଲ କରିଥିବା ବେଳେ ଜିଲ୍ଲା ସଦରର ପିଲହୋଲିକା ପ୍ରିୟଦର୍ଶିନୀ ୪୮୪ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉଭୟ ନିଜର ସଫଳତା ପାଇଁ ନିଜ ପରିବାର, ଶିକ୍ଷକ ଶିକ୍ଷୟତ୍ରିଙ୍କୁ ଶ୍ରେୟ ଦେଇଛନ୍ତି ।

ପ୍ରଥମ ପ୍ରୟାସରେ ଓପିଏସସି କ୍ଲିୟର କଲେ ଯାଜପୁର ଝିଅ:

ALIVA JENA (ETV BHARAT ODISHA)

ଯାଜପୁର ଜିଲ୍ଲାର ମାଳାଆନ୍ଦପୁର ଗାଁର ଅଲିଭା ଜେନା ଓପିଏସସି ପରୀକ୍ଷାରେ 436 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଲିଭା 2022 ମସିହାରେ ପରୀକ୍ଷା ଦେଇଥିବା ବେଳେ ଗତକାଲି ରେଜଲ୍ଟ ପ୍ରକାଶ ପାଇଥିଲା ଅକ୍ଷୟ କୁମାର ଜେନାଙ୍କ ଝିଅ ଅଲିଭା ଏକ ସାଧାରଣ ପରିବାର ହୋଇଥିବା ବେଳେ କଳିଙ୍ଗ ଏକାଡେମି ଅଫ ସିଭିଲ ସର୍ଭିସ କୋଚିଂ ସେଣ୍ଟରେ ପଢୁଥିଲେ । ଅଲିଭାଙ୍କ ଏହି ସଫଳତା ପାଇଁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, ମାଲକାନଗିରି , ଯାଜପୁର

ABOUT THE AUTHOR

...view details