ପାରଳାଖେମୁଣ୍ଡି :ରାଜ୍ୟବ୍ୟାପୀ ପାଳନ ହେଉଛି ମକର ଉତ୍ସବ । ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳାର ରହିଛି ସ୍ବତନ୍ତ୍ରତା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ସମସ୍ତେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । କିମ୍ବଦନ୍ତୀ ଦୃଷ୍ଟିରୁ ଏହି ପାହାଡରେ ମକର ଉତ୍ସବର ଭିନ୍ନ ମହାତ୍ମ୍ୟ ରହିଛି ।
- ସୀତା ପାହାଡରେ ମକର ଉତ୍ସବ:
ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ । ଏହି ପାହାଡ ଉପରେ ବର୍ଷତମାମ କୌଣସି ଗହଳି ଚହଳି ନଥିବା ବେଳେ ମକର ସଂକ୍ରାନ୍ତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହି ସମୟରେ ହେଉଥିବା ଯାତ୍ରା ସହ ହୋମଯଜ୍ଞରେ ସାମିଲ୍ ହୋଇ ଭକ୍ତମାନେ ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଗୋଟିଏ ପଥରରେ ଥିବା ଏହି ପାହାଡ ଉପରେ ଥିବା ମା' ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା ନୁହେଁ, ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ଏହି ସମୟରେ ପାହାଡ ଚଢି ଟ୍ରେକିଂର ମଧ୍ୟ ମଜା ଉଠାଇଥାନ୍ତି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ । ଭିଡକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଞ୍ଚିଥାନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି ।
ଏହା ବି ପଢନ୍ତୁ...ସୀତା ପାହାଡ଼ରେ ମକର ମେଳା, ଉତ୍ସବ ପାଳନ ପଛରେ ଅନନ୍ୟ କିମ୍ବଦନ୍ତୀ |