ପୁରୀ:ଆଜି ପବିତ୍ର ମହାଶିବରାତ୍ରୀ ତଥା ଜାଗର । ଆଜିର ଦିନରେ ଦେବ ଦେବ ମହାଦେବଙ୍କୁ ନିଷ୍ଠାର ସହ ଜାଗର ଦୀପ ଜାଳି ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଅବସରରେ ପୁରୀର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ ଲାଗିଛି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିବା ବେଳେ ରାତି 3 ଟାରେ ଉଠିବ ମହାଦୀପ । ସେପଟେ ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।
- ରାତି ୩ଟାରେ ଉଠିବ ମହାଦୀପ:
ଏନେଇ ଲୋକନାଥ ମନ୍ଦିରର ସଦସ୍ଯ ତଥା ମ୍ୟାନେଜର ଅପୋଚ କୁମାର ପରିଡ଼ାକହିଛନ୍ତି," ରାତ୍ର 12ଟା ପରେ ଦ୍ଵାର ଫିଟା ନୀତି ପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି, ସକାଳ ଧୂପ ନୀତି ହୋଇଥିଲା । ରାତି 2ଟାରୁ ଭକ୍ତମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ଏହା ଆଜି ରାତି 11 ଟା ଯାଏ ଚାଲିବ । ରାତି 2ଟାରୁ 3ଟା ଭିତରେ ହରିହର ଭେଟ ଏବଂ 3ଟା ପରେ ମହାଦୀପ ଉଠିବା ପାଇଁ ସ୍ଥିର ହୋଇଛି ।"
- ଆଜି ରାତ୍ର 12ଟା ପରେ ଦ୍ଵାର ଫିଟା ନୀତି ହୋଇଛି
- ଲୋକନାଥଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
- 11ଟା ଯାଏ ଚାଲିବ ଦର୍ଶନ
- ରାତି 2ଟାରୁ 3ଟା ହରିହର ଭେଟ
- 3ଟାରେ ଉଠିବ ମହାଦୀପ
- 'ପ୍ରଭୁ ଲୋକନାଥ ସବୁ ମନସ୍କାମନା ପୂରଣ କରନ୍ତି':
ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଗୋପବନ୍ଧୁ ମିଶ୍ରକହିଛନ୍ତି, "ପବିତ୍ର ମହାଶିବ ରାତ୍ରୀରେ ନିଷ୍ଠାର ସହ ପ୍ରଭୁ ଲୋକନାଥଙ୍କୁ ଆରାଧନା ଓ ପୂଜା କଲେ ମନରେ ଯାହା ଥାଏ, ତାହା ପୂରଣ ହୋଇଥାଏ । ପ୍ରଭୁଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଯେତେବେଳେ ମୋର କିଛି ଅସୁବିଧା ହୋଇଛି । ପ୍ରଭୁ ଲୋକନାଥ କୃପାରୁ ତାହା ପୂରଣ ହୋଇଛି । ଆଜି ଭକ୍ତମାନେ ରାତିରେ ଉଜାଗର ହୋଇ ଜାଗର ଦୀପ ଜାଳନ୍ତି । ମହାଦୀପ ଦର୍ଶନ ପରେ ଜାଗର ବ୍ରତ ସମାପନ କରନ୍ତି । ପ୍ରଭୁ ଲୋକନାଥଙ୍କ ମନ୍ଦିର ପବିତ୍ର ଜାଗରରେ ରାଜ୍ୟ ଏବଂ ରାଜ୍ୟ ବାହାରରୁ ବହୁ ଭକ୍ତ ଆସିଥାନ୍ତି । ପ୍ରତ୍ୟେକ ଭକ୍ତ ଏହି ମହାଶିବରାତ୍ରୀକୁ ପାଳନ ପାଇଁ ଅପେକ୍ଷାରେ ଥାଆନ୍ତି ।"
- ଏମିତି କହିଲେ ଜଣେ ମହିଳା ଶ୍ରଦ୍ଧାଳୁ:
ଜଣେ ମହିଳା ଭକ୍ତ ରଶ୍ମିତା ମିଶ୍ର କହିଛନ୍ତି," ଆଜି ନିଷ୍ଠାର ସହ ଉପବାସ ରହି ଭକ୍ତି ସହକାରେ ପ୍ରଭୁଙ୍କୁ ସ୍ମରଣ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ଆଜି ସକାଳେ ଆସି ପ୍ରଭୁ ଲୋକନାଥଙ୍କୁ ଦର୍ଶନ କଲୁ । ଆଜି ଆମେ ଉପବାସରେ ପ୍ରଭୁଙ୍କୁ ଆରାଧନା କରୁ । ରାତିରେ ମନ୍ଦିର ପରିସରରେ ଜାଗର ଦୀପ ଜାଳିବୁ । ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି । ଯାହାକି ବେଶ୍ ଆମକୁ ଆନନ୍ଦିତ କରୁଛି । ତେବେ ପ୍ରଭୁଙ୍କୁ ଭକ୍ତି ଓ ନିଷ୍ଠାର ସହ ଡାକିଲେ ନିଶ୍ଚିତ ସେ ମନସ୍କାମନା ପୂର୍ଣ୍ଣ କରନ୍ତି ।"
- ପ୍ରଭୁ ଲୋକନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ଭକ୍ତମାନେ ଧାଡ଼ିରେ ଶୃଙ୍ଖଳିତ ଭାବେ ମନ୍ଦିରକୁ ପ୍ରବେଶ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି ହୋଇଛି । ସେହିପରି ପ୍ରଭୁ ଲୋକନାଥଙ୍କୁ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ଟିକେଟ ବ୍ୟବସ୍ଥା କରାଯାଇଛି । ଯେଉଁ ଭକ୍ତ ଚାହିଁବେ 100 ଟଙ୍କା ଟିକେଟ କରି ସ୍ବତନ୍ତ୍ର ଲାଇନରେ ମନ୍ଦିରକୁ ପ୍ରବେଶ କରି ପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ମହିଳା ଭକ୍ତଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ ମୁତୟନ କରାଯାଇଛି । ଚୋରି, ଛିନତାଇ ରୋକିବାକୁ ସାଧା ପୋଷାକରେ ପୋଲିସ କର୍ମଚାରୀଙ୍କୁ ଲୋକନାଥ ମନ୍ଦିର ଭିତରେ ମୁତୟନ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇଛି ।
- ଲାଗିଲା 'ଚୁଡା ଘଷା' ଭୋଗ: