ଓଡିଶା

odisha

ETV Bharat / state

କାମଚଳା ଅଧ୍ୟାପକଙ୍କ ଭରସାରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ; 50 ପଦବୀ, ଅଧ୍ୟାପକ ଶୂନ ! - ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

Madhusudan Law University: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟାପକ । କାମଚଳା ଅଧ୍ୟାପକରେ ଚାଲିଛି ପାଠପଢା । ଅଧିକ ପଢ଼ନ୍ତୁ

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

By ETV Bharat Odisha Team

Published : Feb 2, 2024, 9:04 PM IST

Updated : Feb 2, 2024, 9:26 PM IST

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

କଟକ:କାମଚଳା ଅଧ୍ୟାପକରେ ଚାଲିଛି ପାଠପଢା । ସ୍ଥାୟୀ ଅଧ୍ୟାପକ ନାହାନ୍ତି କି ସ୍ଥାୟୀ ଭାବରେ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ନାହାନ୍ତି । ଏଭଳି ସ୍ଥିତି ଭିତରେ କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପାଠପଢା ଚାଲିଛି । ସ୍ଥାୟୀ ଅଧ୍ୟାପକ ନଥିବାରୁ ଅସ୍ଥାୟୀ ଅଧ୍ୟାପକଙ୍କ ସହାୟତାରେ ଶିକ୍ଷାଦାନ ଚାଲିଛି । ତେବେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅଭାବ ଥିବା ଆରଟିଆଇ ତଥ୍ୟରେ ସ୍ପଷ୍ଟ ଭାବରେ ସୂଚନା ଦିଆଯାଇଛି ।

2021 ମସିହା ଏପ୍ରିଲ 28 ତାରିଖରେ କଟକ ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ବର୍ତ୍ତମାନ ପାଖାପାଖି 800 ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ଗୋଟିଏ ବି ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହୋଇ ନାହାନ୍ତି । ବଡ଼ କଥା ହେଉଛି କାମଚଳା ଅଧ୍ୟାପକଙ୍କ ଦ୍ଵାରା ଚାଲିଛି ବିଶ୍ୱବିଦ୍ୟାଳୟର ପାଠପଢା ବ୍ୟବସ୍ଥା । ନାଁ କୌଣସି ଟିଚିଂ ଷ୍ଟାଫ ଅଛନ୍ତି ନାଁ କୌଣସି ନନ୍‌ଟିଚିଂ ଷ୍ଟାଫ ଅଛନ୍ତି । ଯାହା RTI ତଥ୍ୟରୁ ସ୍ପଷ୍ଟ ହୋଇଛି । ତେବେ କାମଚଳା ଅଧ୍ୟାପକଙ୍କ ମଧ୍ୟରୁ ଯଦି କାହାକୁ ଅନ୍ୟ କେଉଁ ଭଲ ସ୍ଥାନରେ ଚାକିର ମିଳିଯାଉଛି ତେବେ ସେମାନେ ମଧ୍ୟ କଲେଜ ଛାଡି ପଳାଉଛନ୍ତି । ବିଶ୍ୱବିଦ୍ୟାଳୟରେ ଯଦିଓ କାମଚଳା ଅଧ୍ୟାପକ ପାଠ ପଢ଼ାଉଛନ୍ତି, ତଥାପି ସ୍ଥାୟୀ ଅଧ୍ୟାପକ ଆସିଲେ ପାଠପଢା ଆହୁରି ଭଲ ହେବ ବୋଲି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କହିଛନ୍ତି ।

ଏନେଇ ବିଶ୍ୱବିଦ୍ୟାଳୟ କୂଳସଚିବ ନିରୂପମା ସ୍ୱାଇଁ କହିଛନ୍ତି, "ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୫୦ ଟି ବିଭିନ୍ନ ପଦବୀ ପାଇଁ ପୋଷ୍ଟ ମଞ୍ଜୁର କରିଥିଲେ । ସେଥିରୁ ୬ ଜଣ ପ୍ରଫେସର, ୧୨ ଜଣ ଆସୋସିଏଟ ପ୍ରଫେସର, ୨୪ ଜଣ ଆସିଷ୍ଟାଣ୍ଡ ପ୍ରଫେସର ଓ ୮ ଜଣ ବିଭିନ୍ନ ବିଷୟ ପଢ଼ାଇବା ପାଇଁ ପଦବୀ ସୃଷ୍ଟି କରିଥଲେ । ମାତ୍ର କିଛି ଆଇନଗତ ସମସ୍ୟା ପାଇଁ ଏହି ପଦବୀ ଗୁଡିକରେ ନିଯୁକ୍ତି ଦିଆଯାଇନାହିଁ । ଏହି ମାମଲା ଏବେ ବିଚାରଧୀନ ରହିଥିବାରୁ ଏଥିରେ ସମସ୍ୟା ଦେଖା ଯାଇଛି । ଫଳରେ କାମଚଳା ଅଧ୍ୟାପକମାନଙ୍କ ଦ୍ୱାରା ପାଠପଢା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାୟ ୫୦ ରୁ ଊର୍ଦ୍ଧ୍ବ କାମଚଳା ଅଧ୍ୟାପକଙ୍କୁ ନେଇ ବିଶ୍ୱବିଦ୍ୟାଳୟରେ ପାଠପଢା ହେଉଛି । ପାଠପଢା ପାଇଁ ଛାତ୍ରଛାତ୍ରୀମାନେ ଯେପରି କୌଣସି ଅସୁବିଧାରେ ନପଡନ୍ତି ସେଥିପ୍ରତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟର ନନଟିଚିଂ ଷ୍ଟାଫମାନଙ୍କ ଅବସ୍ଥା ମଧ୍ୟ ପ୍ରାୟ ସମାନ । ଅସ୍ଥାୟୀ ନନଟିଚିଂ ଷ୍ଟାଫଙ୍କୁ ନେଇ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ.....Odisha Assembly: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ନାହାଁନ୍ତି ସ୍ଥାୟୀ ଶିକ୍ଷକ

ସେପଟେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ୨୪ ଟି ଆଇନ କଲେଜ ରହିଛନ୍ତି । ଏଭଳି ସ୍ଥିତିରେ ସେହି କଲେଜ ଗୁଡ଼ିକରେ ପରୀକ୍ଷା କରିବା, ମୂଲ୍ୟାୟନ କରିବା ଏବଂ ସଠିକ ସମୟରେ ଫଳ ପ୍ରକାଶ କରିବା ବି ବଡ଼ ସମସ୍ୟା ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 2, 2024, 9:26 PM IST

ABOUT THE AUTHOR

...view details