ସମ୍ୱଲପୁର:କ୍ଷତିପୂରଣ ଦାବିରେ ଲୋୟର ଶୁକତେଲ ନଦୀବନ୍ଧ ପ୍ରକଳ୍ପ ବିସ୍ଥାପିତ । ବଲାଙ୍ଗୀର ଜିଲ୍ଲାର ଲୋୟର ଶୁକତେଲ ନଦୀବନ୍ଧ ପ୍ରକଳ୍ପକୁ ଗତ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଏହି ପ୍ରକଳ୍ପରେ ମୋଟ 29ଟି ଗାଁର ଲୋକେ ବିସ୍ଥାପିତ ହୋଇଥିବା ସୂଚନା ରହିଛି । ତେବେ ବିସ୍ଥାପିତ ହେବା ପରେ ରାଜ୍ୟ ସରକାର ବିସ୍ଥାପିତ ପରିବାର ଗୁଡିକୁ ଆଇନ ଓ ସମ୍ବିଧାନ ହିସାବରେ ଉଚିତ ନ୍ୟାୟ ଦେଇ ନଥିବା ଅଭିଯୋଗ ଆଣିଛି ନ୍ୟାସନାଲ ଏଲାଇନ୍ସ ଫର ପିପୁଲସ ମୁଭମେଣ୍ଟ (NAPM) l
Lower Suktel irrigation project displaced (ETV Bharat Odisha) ବିସ୍ଥାପିତଙ୍କୁ ନ୍ୟାୟ ଦାବି:
ଏନେଇ ସୋମବାର ସମ୍ବଲପୁର ସହରର ଅରବିନ୍ଦ ସ୍କୁଲ ନିକଟରେ ଥିବା ସାମ୍ବାଦିକ ଭବନରେ NAPM ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦେଇଛନ୍ତି NAPMର ଆବାହକ ପ୍ରଫୁଲ୍ଲ ସାମନ୍ତରାୟ ଓ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ପ୍ରମୁଖ ସଦସ୍ୟ ଚାଷୀନେତା ଲିଙ୍ଗରାଜ l ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି," ଲୋୟର ଶୁକତେଲ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଆଇନ ଓ ସମ୍ବିଧାନ ହିସାବରେ ନ୍ୟାୟ ଦିଆଯାଇ ନାହିଁ l ଲୋକଙ୍କ ମାନବିକ ଅଧିକାର ଉଲ୍ଲଂଘନ କରି ଜୋର ଜବରଦସ୍ତ ବିସ୍ଥାପିତ କରାଯାଇଛି l ଏଥିପାଇଁ ନୂଆ ରାଜ୍ୟ ସରକାର ଯଥାଶୀଘ୍ର ଏହି ସମସ୍ୟାର ପ୍ରତିକାର କରିବା ସହ ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।"
Lower Suktel irrigation project displaced (ETV Bharat Odisha) ଏହାମଧ୍ୟ ପଢନ୍ତୁ.. ଶୁକତେଲ ପ୍ରକଳ୍ପ ପାଇଁ ବଳି ପଡିଲା ବିରାଟ ଜଙ୍ଗଲ, ହୋଇପାରିବ କି ଭରଣା ? - Lower Suktel Irrigation Project
ଏହାମଧ୍ୟ ପଢନ୍ତୁ..ସ୍ଥାନାନ୍ତର କରି ଭୁଲିଗଲା ପ୍ରଶାସନ: ଦୁର୍ଦ୍ଦିନରେ 32 ବିସ୍ଥାପିତ ପରିବାର, ଅସ୍ଥାୟୀ କ୍ୟାମ୍ପରେ ଟିଣ ତଳେ ବିତୁଛି ଜୀବନ - Lower Suktel displaced problem
ସେ ଆଉ ମଧ୍ୟ କହିଛନ୍ତି, " ବିସ୍ଥାପିତମାନଙ୍କୁ 2013ର ଆଇନ ମୁତାବକ କ୍ଷତିପୂରଣ ଦେବା କଥା କିନ୍ତୁ ସମସ୍ତଙ୍କୁ 2013 ଅନୁସାରେ କ୍ଷତିପୂରଣ ଦିଆଯାଇନାହିଁ l ଏହାସହ ଜମିହରା ବିସ୍ଥାପିତମାନଙ୍କୁ ଯେଉଁ ଅସ୍ଥାୟୀ କଲୋନୀରେ ରଖାଯାଇଛି ସେଠାରେ ଥିବା ଘର ଟିଣରେ ତିଆରି ହୋଇଛି l ଏହିଭଳି ଘରେ ରହିବା ବହୁତ କଷ୍ଟକର l ଫରେଷ୍ଟ ଆକ୍ଟ ଲାଗୁ କରାଯାଇ ନାହିଁ ଓ ଜମି ବଦଳରେ ଜମି ଦିଆଯାଇନାହିଁ l"
Lower Suktel irrigation project displaced (ETV Bharat Odisha) 'ସରକାର ଶୁଣୁନାହାନ୍ତି' ଅନ୍ୟପଟେ ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମ ପଞ୍ଚାୟତର କମିହାପାଲି ଗାଁର ବିସ୍ଥାପିତ ପ୍ରେମରାଜ ବରିହା କହିଛନ୍ତି," ଆମର ଆଦିବାସୀ 50 ପରିବାର ଅଛୁ l 50ଟି ପରିବାରର ଅତି କମରେ 18ଟି ପଟ୍ଟା ( ପାରଚା ) ରହିଛି l 170 ଏକର ଜମି ରହିଛି l ଆମର ଜମି ସବୁ ଯିବ କିନ୍ତୁ ଆମେ ସରକାରଙ୍କୁ 2013 ଆକ୍ଟ ଅନୁସାରେ କ୍ଷତିପୂରଣ ଦାବି କରୁଛୁ । ସରକାର ଶୁଣୁନାହାନ୍ତି ଆଉ ସେଥିପାଇଁ ଆମର ସର୍ଭେ ହେଉନାହିଁ । ଆଉ ଆମେ କ୍ଷତିପୂରଣ ପାଉନାହୁଁ । ଆମର 20 ଏକର ଜମି ଅଛି ତେବେ ସେଥିମଧ୍ୟରୁ 4 ଏକର ଜମିର ଫସଲରେ ପାଣି ମାଡିଯାଉଛି । ସେହିପରି ଆମ ଗାଁର 50 ଜଣ ଚାଷୀଙ୍କ 20 ଏକର ଜମିର ଫସଲରେ ପାଣି ମାଡି ଯାଉଛି ।"
ଇଟିଭି ଭାରତ, ସମ୍ବଲପୁର