ଓଡିଶା

odisha

ସ୍ନାନଯାତ୍ରାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - Snana Yatra Preparation

By ETV Bharat Odisha Team

Published : Jun 19, 2024, 10:46 PM IST

Snana Yatra Preparation: ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବେଶ ନିର୍ମାଣରେ ଲାଗିଛନ୍ତି ବେଶ କାରିଗର । ଅଧିକ ପଢ଼ନ୍ତୁ,

Snana Yatra Preparation
Snana Yatra Preparation (ETV Bharat Odisha)

ପୁରୀ: ଆଉ ଦୁଇଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ନାନଯାତ୍ରା । ଏହିଦିନ ମହାପ୍ରଭୁ ଜଗନ୍ନାଥ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶ ପରିଧାନ କରିବେ। ସେଥିପାଇଁ ରାଘବଦାସ ମଠରେ ମହାପ୍ରଭୁଙ୍କ ହାତୀ ବେଶ ପାଇଁ ଲାଗି ପଡ଼ିଛନ୍ତି ସେବାୟତ । ମହାପ୍ରଭୁଙ୍କ ଗଜାନନ ବେଶ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ସୂଚନା ମିଳିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ ।

Snana Yatra Preparation (ETV Bharat Odisha)

ମହାପ୍ରଭୁଙ୍କ ଏହି ଦୁର୍ଲଭ ହାତୀ ବେଶ ପାଇଁ ସୋଲ, ଜରି, ଜମ୍ବୁରା, କଦଳିପଟୁକା, କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗର ମାନେ ଶ୍ରୀଜିଉଙ୍କ ନିମନ୍ତେ ମନଲୋଭା ହାତୀବେଶ ପ୍ରସ୍ତୁତ କରିଥାନ୍ତି । ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଡାଳି, କାନ, ଥୋଡ, ହାଣ୍ଡିଆ ଆଦି ରହିଛି। ଜଳ ଲାଗି ପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତ ଜନଙ୍କୁ ଦର୍ଶନ ଦେବେ। ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଶିଳ୍ପୀ ମାନେ ଅତି ନିଷ୍ଠା ଓ ପବିତ୍ରତାର ସହ ଏହି ବେଶ ପ୍ରସ୍ତୁତି କରୁଥିବା ବେଳେ ଏହି ସେବା କରିବାର ସୌଭାଗ୍ୟ ପାଇ ବେଶ ଖୁସିଥିବା ବ୍ୟକ୍ତ କରିଛନ୍ତି । ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତ କରି କାହିଁ କେତେ ବର୍ଷ ହେବ ପ୍ରଦାନ କରାଯାଉ ଅଛି।

ଏହା ମଧ୍ୟ ପଢ଼ନ୍ତୁ.. ରଥଯାତ୍ରା 2024: ଚଳଚଞ୍ଚଳ ରଥଖଳା, ଫଟୋରେ ଦେଖନ୍ତୁ ଖବର - Ratha Khala

ବର୍ଷକୁ ଥରେ ସ୍ନାନବେଦୀ ଉପରେ ଏହି ନିଆରା ଓ ଆକର୍ଷଣୀୟ ଗଜାନନ ବେଶରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯିବାର ବିଧି ପରମ୍ପରା ଆବାହମାନ କାଳରୁ ରହି ଆସିଛି। ଯେଉଁ ପରମ୍ପରାକୁ ଏବେ ପର୍ଯ୍ୟନ୍ତ ପାଳନ କରାଯାଉଛି। ସୁଧପୁତ ଭାବେ ଓ ସ୍ୱତନ୍ତ୍ର କଳା କୌଶଳରେ ଏହି ହାତୀ ବେଶକୁ କାରିଗର ମାନେ ପାରମ୍ପରିକ ଢଙ୍ଗରେ ନିର୍ମାଣ କରୁଥିବା ବେଳେ ରାଘବଦାସ ମଠ ପକ୍ଷରୁ ବେଶ ନିର୍ମାଣ ନେଇ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ତେବେ ଗୋପାଳ ତୀର୍ଥ ମଠ ପକ୍ଷରୁ ହାତୀ ବେଶ ନେଇ ସାମଗ୍ରୀ ସବୁ ଗତ କିଛି ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରିଗରଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡିଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ହାତୀବେଶ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ନିର୍ମାଣ ମଧ୍ୟ ବେଶ୍ ଆଗୁଆ ଚାଲିଛି। ଅନ୍ୟପଟେ ଶାନ୍ତି ଶୃଙ୍ଖଳାର ସହିତ ଉଭୟ ରଥଯାତ୍ରା ଏବଂ ସ୍ନାନଯାତ୍ରାକୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଥିବା ସୂଚନା ମିଳିଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details