ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ଚମକାଇ ଦେଇଛି ନିର୍ବାଚନୀ ଫଳାଫଳ । ବିଜେଡି ଦୁର୍ଗକୁ ଭାଙ୍ଗି ସରକାର ଗଠନ ପ୍ରକ୍ରିୟା ନେଇ ସଜବାଜ ହେଉଛି ପଦ୍ମ ଦଳ । ସେପଟେ କଂଗ୍ରେସ ଦଳ ଜାତୀୟ ସ୍ତରରେ ଭଲ ପଦର୍ଶନ କରିବା ବେଳେ ଓଡ଼ିଶାରେ ଗୋଟିଏ ଲୋକସଭା ସହ 14ଟି ବିଧାନସଭା କ୍ଷେତ୍ରରେ ଜିତିବାର ସମର୍ଥ ହୋଇପାରିଛି । 9 ରୁ 90 ମିଶନ ନେଇଥିବା କଂଗ୍ରେସ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ପଛରେ ପଡିଯାଇଛି । ମାତ୍ର 14ଟି ସିଟ ଜିତିବାକୁ ସକ୍ଷମ ହୋଇଛି । କଂଗ୍ରେସ ରାଜ୍ୟରେ ବିଜେଡି ବିଜେଡିର ବିକଳ୍ପ ବୋଲି ନାରା ଦେଇ ଆସୁଥିବା କଂଗ୍ରେସ କାହିଁକି ଓଡିଶାବାସୀଙ୍କ ଭାବାବେଗ ସହ ଯୋଡି ହୋଇ ପାରିଲା ନାହିଁ, କାହିଁକି ଓଡିଶା ଫର ଓଡ଼ିଆ,ଏହି ଓଡ଼ିଆ ଅସ୍ମିତା ସ୍ଲୋଗାନକୁ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇ ପାରିଲା ନାହିଁ ? କଣ ରହିଛି ଏହା ପଛର କାରଣ ? ସେପଟେ ମୁଦା ବିଜେପି ଉଠାଇ ପୂର୍ଣ୍ଣ ମାତ୍ରାରେ ସଦୁପଯୋଗ କରି ସଫଳତା ପାଇଲା । ସେପଟେ ଓଡ଼ିଶାର ନିର୍ବାଚନ ଫଳାଫଳକୁ ଆମେ ନମ୍ରତା ସହ ଗ୍ରହଣ କରୁଛୁ । ଆମେ କେଉଁଠି ପଛରେ ରହିଲୁ ତାହାକୁ ମଧ୍ୟ ଅନୁଧ୍ୟାନ କରିବା ଆରମ୍ଭ କରିଛୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।
ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି, ଗଣତନ୍ତ୍ରର ବିଜୟ ହୋଇଛି: କଂଗ୍ରେସ - election results 2024
Odisha Congress Press Meet: ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ବୋଲି କହିଲେ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।
Published : Jun 6, 2024, 3:16 PM IST
ଏହା ମଧ୍ୟ ପଢନ୍ତୁ-ଆଜି ଦିଲ୍ଲୀ ଯିବେ ଓଡିଶାର 20 ବିଜେପି ସାଂସଦ, କାଲି ଦଳର ସଂସଦୀୟ ବୋର୍ଡ ବୈଠକ - BJP ALL MP TO VISIT DELHI
ଓଡ଼ିଶାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ଗଣତନ୍ତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାକୁ ଚେଷ୍ଟା ଚାଲିଥିଲା ତାହାର ମଧ୍ୟ ପତନ ହୋଇଛି । ଓଡ଼ିଶାର ନିର୍ବାଚନ ଫଳାଫଳକୁ ଆମେ ନମ୍ରତା ସହ ଗ୍ରହଣ କରୁଛୁ । ରାଜ୍ୟରେ କଂଗ୍ରେସ ପାର୍ଥୀ ଭଲ ଲଢେଇ କରିଛନ୍ତି । ତଥାବି ଆମର ଯେଉଁଠି ଲାକୁନା ରହିଛି ଆମେ ତାହାକୁ ମଧ୍ୟ ଅନୁଧ୍ୟାନ କରିବା ଆରମ୍ଭ କରିଛୁ । ଏଥର କଂଗ୍ରେସ ଫିଲ୍ଡରେ ଭଲ କାମ କରିବ । ଆମେ ବିରୋଧୀ ଦଳ ଭାବରେ ଲଢେଇ ଜାରି ରଖୁବୁ । ଆଗକୁ ଲଢେଇ ଜୋରଦାର ହେବ । ରାଜ୍ୟରେ ଗୋଟିଏ ବଡ ବିକଳ୍ପ ଭାବରେ ବିଜେପିକୁ ଚୟନ କରିଛନ୍ତି ଜନତା । କିନ୍ତୁ ଯାହା ଭାରତ ବର୍ଷର ସ୍ଥିତି ରହିଛି । ସେହିଭଳି ରାଜ୍ୟ ବିଜେପିର ମଧ୍ୟ ସ୍ଥିତି । ରାଜ୍ୟ ବିଜେପି ସବୁ ଠିକ ନାହିଁ । ଆଗକୁ ଦେଖିବେ ସେଠାରେ କଣ ସ୍ଥିତି ହେବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି ।
ସେପଟେ ଜାତୀୟ ସ୍ତରରେ ସରକାର ଗଠନ ନେଇ ଚାଲିଛି ପ୍ରକ୍ରିୟା । ଆଜି ଉଭୟ NDA ଏବଂ ଇଣ୍ଡିଆ ମେଣ୍ଟର ବୈଠକ ଗତକାଲି ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ସରକାର ଗଠନ ପାଇଁ ଆଲୋଚନା ହୋଇଛି । NDA ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ମୋଦି । ଟିଡିପିର ଚନ୍ଦ୍ରବାବୁ ନାଇଡୁ,ଜେଡିୟୁର ନୀତିଶ କୁମାର,ମହାରାଷ୍ଟ୍ରର ଶିବସେନା ନେତା ଏକନାଥ ସିନ୍ଧେ, ବିହାରର ଏଲଜେପିର ଚିରାଗ ପାଶ୍ୱନ ଏବଂ ଅନ୍ୟ ଦଳ ନେତା ମାନେ ଏହି ବୈଠକରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର