ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ହାତରେ ମାତ୍ର ଆଉ କେଇ ଘଣ୍ଟା ରହିଛି । ଭୁବନେଶ୍ବରରେ ନିର୍ବାଚନ ପାଇଁ 23 ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ 25ରେ ମତଦାନ ହେବ । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏନେଇ ସୁରକ୍ଷା କଡ଼ା କରିଛି କମିଶନରେଟ୍ ପୋଲିସ।
ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ମୋଟ ୧୧୩୨ଟି ବୁଥରେ ମତଦାନ ହେବ । ରାଜଧାନୀରେ 5 ଟି ନିର୍ବାଚନ ମଣ୍ଡଳୀରେ ମୋଟ488 ଟି ସ୍ଥାନରେ 1132 ଟି ପୁଲିଂ ବୁଥ ରହିଛି । ଯେଉଁଥିରେ 152 ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ ସବୁ ସମ୍ବେଦନଶୀଳ ବୁଥରୁ ଓ୍ବେବକାଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି । ୫୨୫ ବୁଥରେ ଲାଇଭ ଷ୍ଟ୍ରିମିଂ ହେବ । ଏନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, "ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର । ମୋଟ ୧୧୩୨ ବୁଥରେରେ ପୋଲିସ ଛାଉଣୀରେ ଭୋଟ ଗ୍ରହଣ ହେବ । ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ସୁରକ୍ଷା କସରତ ହୋଇଛି । ଏହାରି ଭିତରେ ବିଶେଷ କରି ୪୨୧ ଟି ସଖି ବୁଥ କରାଯାଇଛି । ଯେଉଁଥିରେ କେବଳ ମହିଳା କର୍ମଚାରୀ ବୁଥ ପରିଚାଳନା ଦେଖିବାକୁ ମିଳିବ । ପ୍ରିଜାଇଡିଃ ଅଫିସର ଠୁ ଆରମ୍ଭ କରି ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ଏଥି ମଧ୍ୟରୁ 152 ଟି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରୁ ଓ୍ବେବ କ୍ୟାମ ଜରିଆରେ ସିଧା ଚିତ୍ର କଣ୍ଟ୍ରୋଲ ରୁମରୁ ମନିଟର ହେବ ।"
ଭୁବନେଶ୍ୱର ମଧ୍ୟରେ 50 ଟି ସ୍ଥାନରେ 200ଟି ବୁଥ ରହିଛି । ଏଥିରେ ମହିଳା କର୍ମଚାରୀ ନିୟୋଜିତ ହେବେ। ଭୁବନେଶ୍ୱର ଉତ୍ତରରେ 84ଟି ସ୍ଥାନରେ 254 ଟି ପୁଲିଂ ବୁଥ ରହିଛି । ଭୁବନେଶ୍ୱର ଏକାମ୍ରରେ 74 ଟି ସ୍ଥାନରେ 237 ଟି ପୁଲିଂ ବୁଥ ରହିଥିବା ବେଳେ ଜଟଣୀ ରେ 111 ଟି ସ୍ଥାନ ରେ 205 ଟି ପୁଲିଂ ବୁଥ ରହିଛି । 525 ବୁଥ ରେ ୱେବ କାଷ୍ଟିଂ କରାଯିବ ।