ଓଡିଶା

odisha

By ETV Bharat Odisha Team

Published : May 21, 2024, 4:43 PM IST

ETV Bharat / state

କେନ୍ଦ୍ରାପଡାରେ ପାଣ୍ଡିଆନଙ୍କ ପ୍ରଚାର, ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ - VK Pandian Targets BJP

VK Pandian Targets BJP: କେନ୍ଦ୍ରାପଡା ଗସ୍ତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରିବା ସହିତ ଯୋଡି ଶଙ୍ଖକୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

VK Pandian Targets BJP
VK Pandian Targets BJP (ETV Bharat Odisha)

VK Pandian Targets BJP (ETV Bharat Odisha)

କେନ୍ଦ୍ରାପଡା:ହାତରେ ମାତ୍ର ଆଉ ଦିନ କେଇଟା ରହିଥିବା ବେଳେ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ରାଜନୈତିକ ଦଳ । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ଟି ବିଧାନସଭା ମଣ୍ଡଳୀରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମାରାଥନ ପ୍ରଚାର କରିଛନ୍ତି । କଟକ ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ଓଳାଭରସ୍ଥିତ କାଳୀ ପଡ଼ିଆରେ ଜନସଭାର ସମ୍ବୋଧିତ କରିବା ବେଳେ ମଞ୍ଚରୁ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ସେହିପରି ରାଜନଗର, ମହାକାଳପଡ଼ା ସଭା ଶେଷକରି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡ଼ିୟମରେ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ପହଞ୍ଚି ପାଟକୁରାରେ ଯୋଡ଼ି ଶଙ୍ଖରେ ବିପୁଳ ସଂଖ୍ୟାରେ ମୋହର ମାରି ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରିବା ପାଇଁ କହିଥିଲେ । ଏହାସହ ପାଟକୁରାର ଦଳୀୟ ବିଧାୟକ ପ୍ରାର୍ଥ ଅରବିନ୍ଦ ମହାପାତ୍ର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଦଳୀୟ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ସଂଖ୍ୟାରେ ମୋହର ମାରି ଜିତାଇବା ପାଇଁ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ । ବିରୋଧି ଦଳ ଓଡ଼ିଶାର ଜନସାଧାରଣଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ । ବିଶେଷ କରି କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିବା ନିର୍ବାଚନୀ ଇସ୍ତାହାର ଏକ ଧୂଆଁବାଣ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ - kendrapara lok sabha constituency

ଭିକେ ପାଣ୍ଡିଆନ କହିଥିଲେ, "ନବୀନ ସରକାର ଲୋକମାନଙ୍କୁ ୧୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହିଥିବା ବେଳେ ବିଜେପି ସରକାର ଲୋକମାନଙ୍କୁ ଟଙ୍କା ଖର୍ଚ୍ଚ କରି ସୋଲାର ପ୍ଲେଟ ଲଗାଇ ମାଗଣା ବିଜୁଳି ଦେବା କଥା କହୁଛନ୍ତି । ଏଥିସହିତ ନବୀନ ସରକାର ମା’ମାନଙ୍କୁ ସମ୍ମାନ ଜଣାଇ ମିଶନଶକ୍ତି ମା'ମାନଙ୍କୁ ପେନସନ୍ ଯୋଜନାରେ ଅନ୍ତର୍ଭୂକ୍ତ କରିବା, ସର୍ବୋପରି ବିଜୁସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ଆମ ରାଜ୍ୟର ଲୋକମାନେ ମାଗଣାରେ ଓଡ଼ିଶା ସମେତ ଓଡ଼ିଶା ବାହାରେ ୧୮ଟି ରାଜ୍ୟର ବଡ଼ ବଡ଼ ବେସରକାରୀ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି । ଯେଉଁଥିପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଓଡ଼ିଶାର ଜନସାଧାରଣଙ୍କ ପାଇଁ ସଂଜୀବନୀ ସଦୃଶ ହୋଇଛି ।"

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି 5T ଅଧକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ l ଓଡିଶାକୁ ଏକ ନମ୍ବର ରାଜ୍ୟ କରିବା ନେଇ ବିଜେପି କେନ୍ଦ୍ରୀୟ ନେତା ଓ ଆସାମ ମୁଖ୍ୟମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହାର କଡ଼ା ଜବାବ ଦେଇଛନ୍ତି ପାଣ୍ଡିଆନ । କଟାକ୍ଷ କରି କହିଛନ୍ତି, ଯଦି ଆସାମ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ନମ୍ବର କରିବେ ତେବେ ଆସାମକୁ କଣ କରିବେ ହାରିବା ଭୟରେ କେନ୍ଦ୍ର ବିଜେପିର ଚାଷୀଙ୍କ କଥା ମାନେ ପଡୁଛି ଏମଏସପି ୩୧୦୦ ଟଙ୍କା କରିବା ପ୍ରତିଶୃତି କୁଆଡେ ଗଲା? ବିଜେଡି ମାଗଣା ବିଜୁଳି ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି ତେଣୁ ମାଗଣା ବିଜୁଳି ଦେବ କହି ଓଡିଶା ବାସୀଙ୍କୁ ବିଜେପି ଲଣ୍ଠନ ଦେଖାଉଛି ବୋଲି କହି କଟାକ୍ଷ କରିଛନ୍ତି ଭିକେ ପାଣ୍ଡିଆନ l

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details