ବଲାଙ୍ଗୀର: ପୋଲିଂ ଅଧିକାରୀଙ୍କ ଅକାଳ ମୃତ୍ୟୁ । ନିର୍ବାଚନରେ କାର୍ଯ୍ୟରତ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛିବଲାଙ୍ଗୀର ଜିଲ୍ଲାରେ । ତେବେ ମୃତକ ଜଣକ ହେଲେ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ । ଇଭିଏମ୍ ସାମଗ୍ରୀ ଆଣିବା ବେଳେ ଅସୁସ୍ଥ ହୋଇଥିଲେ ଉକ୍ତ ଶିକ୍ଷକ ଜଣକ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଯୋଗ୍ୟ, ବଲାଙ୍ଗୀର ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ । ଆସନ୍ତାକାଲି ଭୋଟ ପାଇଁ ଟିଟିଲାଗଡ଼ ଡି.ଏ. ଭି କଲେଜ ଡିସ୍ପୋର୍ଶାଳ ସେଣ୍ଟରରୁ ଭୋଟିଂ ସରଞ୍ଜାମ ସଂଗ୍ରହ କରୁଥିଲେ ପୋଲିଂ କର୍ମଚାରୀ । ଏହି ସମୟରେ ଥାର୍ଡ଼ ପୋଲିଂ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇଥିଲେ ।
ତେବେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଶିକ୍ଷକଙ୍କ ମୃତ୍ୟୁର ଖବର ପାଇଁ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତକ ସୁଶୀଲଙ୍କ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ସରକାରୀ ସହାୟତା ଦାବି କରିଛନ୍ତି ।