ରାଉରକେଲା: ଲୋକସଭା ନିର୍ବାଚନକୁ ନେଇ ସରଗରମ ସୁନ୍ଦରଗଡ ରାଜନୀତି । ବିଜେପିରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ବର୍ତ୍ତମାନ ସୁନ୍ଦରଗଡ ଲୋକସଭା ଆସନରେ ସାଂସଦ ରହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କିନ୍ତୁ ଜନ କଲ୍ୟାଣକାରୀ ଯୋଜନା ବା ଲୋକଙ୍କ ନିକଟରେ ସାଂସଦ ପହଞ୍ଚି ପାରିନଥିବାରୁ ଜୁଏଲ ଓରାମଙ୍କ ବିରୋଧରେ ବଢୁଛି ଜନ ଅସନ୍ତୋଷ ।
ସାଂସଦ ହୋଇ ମଧ୍ୟ ଏହି ଲୋକସଭା ମଣ୍ଡଳୀରେ ଭଲ କାର୍ଯ୍ୟ କରିବାରେ ସେ ଫେଲ ମାରିଛନ୍ତି ବୋଲି ସାଧାରଣ ଲୋକଙ୍କ ମତ । ଆଜି ଯାଏଁ ସେ କହିଥିବା କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନାହିଁ ଏବଂ ସେ କେବଳ ନିର୍ବାଚନ ସମୟରେ ହିଁ ଭେଟ ହୁଅନ୍ତି ଏବଂ ଏହାପରେ ତାଙ୍କର ଦେଖା ମିଳେନି । ଜିଲ୍ଲାରେ କାଁ ଭାଁ ସମୟରେ ଦେଖା ମିଳେ । ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ପାଞ୍ଚ ପାଞ୍ଚ ଥର ସାଂସଦ ଏବଂ ଦୁଇ ଥରର ବଣାଇ ବିଧାୟକ ଜୁଏଲ ଆଜି ଜିଲ୍ଲାର ଉନ୍ନତି କାର୍ଯ୍ୟରେ ଫେଲ ମାରିଥିବା ନେଇ ହୋଇଛି ଅଭିଯୋଗ।
ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ବିଭିନ୍ନ ସମସ୍ୟା। ଭୋଟର ମାନଙ୍କ ନିକଟରେ ରହିଛି ସମସ୍ୟା ର ଲମ୍ବା ତାଲିକା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଗ୍ରାମଞ୍ଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇବାରେ ଅସଫଳ ହୋଇଛନ୍ତି ସାଂସଦ ଏବଂ ଲୋକଙ୍କ ଦୁଃଖ ବୁଝିବାରେ ମଧ୍ୟ ଅସଫଳ ହୋଇଛନ୍ତି ବୋଲି ଅଭିଯୋଗ ହେଉଛି। ଯୁବକ ଯୁବତୀଙ୍କ ପାଇଁ ରୋଜଗାର ଠାରୁ ଆରମ୍ଭ କରି ସବୁଥିରେ ସେ ଫେଲ ମାରିଥିବା କୁହାଯାଉଛି ।