ଭୁବନେଶ୍ବର:ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମଧ୍ୟାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇଛି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସର୍ବାଧିକ ୪୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ବରଗଡ଼ରେ ୩୮.୧୮%, ଝାରସୁଗୁଡାରେ ୪୦.୮୨ % ମତଦାନ ହୋଇଛି । ତେବେ ଅନ୍ୟ ସବୁ ଲୋକସଭା ଏବଂ ବିଧାନସଭା କ୍ଷେତ୍ରରେ କେତେ ପ୍ରତିଶତ ଭୋଟ ହୋଇଛି ସେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ ।
ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ବରଗଡ଼ରେ ୩୮.୧୮%, ବଲାଙ୍ଗୀର ୩୨.୮୨%, ବୌଦ୍ଧରେ ୪୦.୬୦%, ଗଞ୍ଜାମରେ ୩୩.୯୮%, କନ୍ଧମାଳରେ ୩୫.୦୯ , ଆସିକାରେ ୩୮.୦%, ଝାରସୁଗୁଡା ୪୦.୮୨ %, ସୁନ୍ଦରଗଡ଼ରେ ୩୬.୩୨% ମତଦାନ ହୋଇଛି । ସେହିପରି ହିଞ୍ଜିଳି କାଟୁରେ ୩୭.୬୭%, ନୟାଗଡ଼ରେ ୩୭.୧୭%, ସୁବର୍ଣ୍ଣପୁରରେ ୩୫.୧୦ %, କଣ୍ଟାବାଞ୍ଜିରେ ୨୬.୭୭ %, ସାନଖେମୁଣ୍ଡିରେ ୩୫.୧୮ %, ରାଉରକେଲା ୩୦.୧୬%ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଜାରି ରହିଛି । ମତଦାନ ସମୟରେ କିଛି EVMରେ ତ୍ରୁଟି ଦେଖା ଦେଇଥିଲ , 48 ବାଲଟ ୟୁନିଟକୁ ପରିବର୍ତ୍ତନ କରା ଯାଇଛି 170 VVPAT ମେସିନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଗଣମାଧ୍ୟମରେ ନିର୍ବାଚନ ହିଂସା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ୍ୟ ନୁହେଁ । ବରଗଡ଼ ନିର୍ବାଚନ ମଣ୍ଡଳୀ ସରସରାରେ ମଦ ପିଇ ହିଂସାକାଣ୍ଡ ଘଟିଛି । ମନୋଜ ମହାନନ୍ଦ ଏବଂ ବିଶ୍ୱନାଥ ମିରଦାଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ହତ୍ୟାକାଣ୍ଡ ହୋଇଛି । ବିଶ୍ୱନାଥ ମିରଦାଙ୍କର ମୃତ୍ୟୁ ପରେ ହତ୍ୟାକାରୀ ମନୋଜ ଫେରାର ଅଛି । ଗୋଟିଏ ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଉକ୍ତ ଅଞ୍ଚଳରେ ପୋଲିସର ବରିଷ୍ଠ ଅଧିକାରୀ I.G ହିମାଂଶୁ ଲାଲ ଏବଂ ବରଗଡ଼ ଜିଲ୍ଲା ଏସପି ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।