ଓଡିଶା

odisha

ETV Bharat / state

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ବରଗଡ଼ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ବରଗଡ ଜିଲ୍ଲାରେ ଆସନ୍ତାକାଲି ହେବାକୁ ଯାଉଛି ମତଦାନ । ପୋଲିଂ ପାର୍ଟିମାନେ ବୁଥମୁହାଁ ହୋଇଛନ୍ତି । ତେବେ ଏନେଇ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024 (ETV Bharat Odisha)

By ETV Bharat Odisha Team

Published : May 19, 2024, 10:38 PM IST

Lok Sabha Election 2024 (ETV Bharat Odisha)

ବରଗଡ:ଆସନ୍ତାକାଲି ବରଗଡ ଜିଲ୍ଲାରେ ହେବାକୁ ଯାଉଛି 2024 ସାଧାରଣ ନିର୍ବାଚନ ପାଇଁ ମତଦାନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ମତଦାନ ନିମନ୍ତେ ପୁଲିଂ ପାର୍ଟିଙ୍କୁ ଇଭିଏମ୍ ଏବଂ ଭିଭିପ୍ୟାଟ୍ ସହ ସମସ୍ତ ସାମଗ୍ରୀ ଯୋଗେଇଦେଇ ତାଙ୍କ ଗନ୍ତବ୍ୟ ସ୍ଥାନକୁ ସୁରକ୍ଷିତ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ପ୍ରସ୍ତୁତି । ବରଗଡ ପଞ୍ଚାୟତ କଲେଜରେ ଓ ପଦ୍ମପୁରର RMC ମାର୍କେଟ ୟାର୍ଡରେ ନୋଡ଼ାଲ ସେଣ୍ଟର କରାଯାଇଛି l ବରଗଡ ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁଯାଉଛି ।

ବରଗଡ, ଅତାବିରା ଏବଂ ଭଟଲି ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ତ ବୁଥ ମାନଙ୍କରେ ନିୟୋଜିତ ହୋଇଥିବା ପୋଲିଂ କର୍ମଚାରୀ ମାନଙ୍କ ପାଇଁ ବରଗଡ ପଞ୍ଚାୟତ କଲେଜ ଠାରେ ପୋଲିଂ ସାମଗ୍ରୀ ଯୋଗେଇବାର ବ୍ୟବସ୍ଥା କରାଯାଇଛି । ସେହିପରି ପଦ୍ମପୁର ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ତ ବୁଥ ମାନଙ୍କରେ ନିୟୋଜିତ ପୋଲିଂ କର୍ମଚାରୀ ମାନଙ୍କ ପାଇଁ ପଦ୍ମପୁର RMC ମାର୍କେଟ ୟାର୍ଡ ଠାରେ ପୋଲିଂ ସାମଗ୍ରୀ ଯୋଗେଇବାର ବ୍ୟବସ୍ଥା କରାଯାଇଛି । ତେବେ ଆଜି ସକାଳ 7 ଟାରୁ ପୋଲିଂ ପାର୍ଟି ମାନଙ୍କୁ EVM ଓ VV PAD ଯୋଗେଇବା ଆରମ୍ଭ କରଯାଇଥିଲା । ବ୍ୟାପକ ଅବ୍ୟବସ୍ଥା ଭିତରେ ଏହି ପ୍ରକ୍ରିୟା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା ।

ବରଗଡ ଜିଲ୍ଲାର 5ଟି ବିଧାନସଭା ଆସନରେ ସମୁଦାୟ 1115ଟି ସ୍ଥାନରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇ। 1397ଟି ବୁଥରେ ଭୋଟର ମତଦାନ କରିବେ । ଯେଉଁ ପୋଲିଂ ଷ୍ଟେସନରେ ଅଧିକ ଭୋଟର ରହିଛନ୍ତି ସେହି ସ୍ଥାନରେ ବୁଥ ସଂଖ୍ୟା ବଢାଯାଇଛି । ଜିଲ୍ଲାରେ ସମୁଦାୟ 1397 ଗୋଟି ବୁଥ ପାଇଁ 1397 ପୋଲିଂ ଟିମ ନିଯୋଜିତ ରହିଥିବା ବେଳେ ସମୁଦାୟ 9264 ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗୋଟେ ପୋଲିଂ ଟିମରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଓ 5 ଜଣ ପୋଲିଙ୍ଗ ଅଫିସର ରହିଛନ୍ତି । ସେହିପରି ସମୁଦାୟ 145 ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..ରାତି ପାହିଲେ ଭୋଟ ଦେବ ସୁନ୍ଦରଗଡ଼, ବୁଥ୍ ମୁହାଁ ପୋଲିଂ ଟିମ - Odisha Second Phase Election

ଆସନ୍ତାକାଲି ପଦ୍ମପୁରରେ 323ଟି ବୁଥରେ ସମୁଦାୟ 269246 ଭୋଟର ମତଦାନ କରିବେ । ସେହିପରି ବିଜେପୁରରେ 288ଟି ବୁଥରେ ସମୁଦାୟ 240144 ଭୋଟର ମତଦାନ କରିବେ । ବରଗଡରେ 232ଟି ବୁଥରେ ସମୁଦାୟ 215246 ଭୋଟର ମତଦାନ କରିବେ । ଅତାବିରା ବିଧାନସଭା ଆସନରେ 261ଟି ବୁଥରେ ସମୁଦାୟ 222914 ଭୋଟର ମତଦାନ କରିବେ ଓ ଭଟଲି ବିଧାନସଭା ଆସନରେ 293ଟି ବୁଥରେ ସମୁଦାୟ 230967 ଭୋଟର ମତଦାନ କରିବାର ସୂଚନା ରହିଛି । ତେବେ ପଦ୍ମପୁର ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ରହିଥିବା ସମ୍ବେଦନଶୀଳ ବୁଥ ମାନଙ୍କୁ ଗୁପ୍ତ ରଖାଯାଇଛି ଓ ପୋଲିସ ବିଭାଗ ପକ୍ଷରୁ ଏହି ଅଞ୍ଚଳ ମାନଙ୍କରେ କଢା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ପଦ୍ମପୁର ଅଞ୍ଚଳରେ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନର ସମୟ ରଖାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details