ଓଡିଶା

odisha

ETV Bharat / state

ସମ୍ବିତଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, 'ଓଡିଆ ଅସ୍ମିତାକୁ ଆଘାତ ଦେଇଛି, ରାଜନୀତିରୁ ଊର୍ଦ୍ଧ୍ବରେ ମହାପ୍ରଭୁ' - PANDIAN ON SAMBIT PATRA CONTROVERSY - PANDIAN ON SAMBIT PATRA CONTROVERSY

VK Pandians reaction on Sambit Patra's Remark: ମହାପ୍ରଭୁଙ୍କୁ ଅପମାନ ଘଟଣାରେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଲେ ପାଣ୍ଡିଆନ । କହିଲେ ନବୀନ ପଟ୍ଟନାୟକଙ୍କୁ ଆଘାତ ଲାଗିଛି । ଅଧିକ ପଢନ୍ତୁ

VK Pandians reaction on Sambit Patra's Remark
VK Pandians reaction on Sambit Patra's Remark (ETV Bharat Odisha)

By ETV Bharat Odisha Team

Published : May 21, 2024, 4:52 PM IST

ହାଇଦ୍ରାବାଦ: ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତଙ୍କ ବୟାନକୁ ନେଇ ବିରୋଧୀଙ୍କ ସ୍ବର ତୀବ୍ର ହେବାରେ ଲାଗିଛି । ରାଜ୍ୟରେ ବିଜେଡି ଏବଂ କଂଗ୍ରେସ କଡା ସମାଲୋଚନା କରିଥିବା ବେଳେ ଦେଶରେ ଆପ୍ ଏବଂ କଂଗ୍ରେସ ଦୃଢ ନିନ୍ଦା କରିଛନ୍ତି । ଏହାରି ଭିତରେ ଏହି ଘଟଣାକୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସେ କହିଛନ୍ତି, " ବିଜେପି ସଦା ସର୍ବଦା ଓଡିଆ ଅସ୍ମିତାର କଥା କହୁଛି । ଓଡିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ହେଲେ ବିଜେପି ପ୍ରାର୍ଥୀଙ୍କ ଏଭଳି ମନ୍ତବ୍ୟ ଓଡିଆ ଅସ୍ମିତାକୁ ଆଘାତ ଦେଇଛି । ମହାପ୍ରଭୁଙ୍କ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ଜଗନ୍ନାଥଙ୍କ ପ୍ରତି ଅସମ୍ମାନ । ଏଭଳି କହିବା ଆଦୌ ଠିକ୍ ନୁହେଁ ।"

ନବୀନ ପଟ୍ଟନାୟକଙ୍କୁ ଆଘାତ ଲାଗିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା କୁହନ୍ତି ରାଜନୀତିକୁ ମହାପ୍ରଭୁଙ୍କୁ ଊର୍ଦ୍ଧ୍ବରେ ରଖିବା ଉଚିତ । ଭଗବାନ ହେଉଛନ୍ତି ଶାଶ୍ବତ । ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟରେ ଖୁବ ଆଘାତ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଯୋଗୁଁ ମୁଖ୍ୟମନ୍ତ୍ରୀ ମର୍ମାହତ । ଧର୍ମ କିମ୍ବା ମହାପ୍ରଭୁଙ୍କୁ ନେଇ ରାଜନୀତି କରିବାକୁ ଓଡିଶାବାସୀ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କୁ ଅପମାନ ଘଟଣାରେ କଂଗ୍ରେସର ସମାଲୋଚନା, 'ବିଜେପିରୁ ସମ୍ବିତ ପାତ୍ରଙ୍କୁ ବହିଷ୍କାର କରାଯାଉ' - Sambit Patra Controversy

ପୂର୍ବରୁ ମଧ୍ୟ ଭୁଲ କରିଛି ବିଜେପି:ଭିକେ ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, "ତେବେ ଏହା ବିଜେପିର ପ୍ରଥମ ଭୁଲ ନୁହେଁ, 2019 ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ବିଜେପି ଏଭଳି କରିଥିଲା । ସେମାନେ ସର୍ବଦା ଧର୍ମ ଏବଂ ଜଗନ୍ନାଥଙ୍କୁ ନେଇ କୌଣସି ବିଷୟ ସହିତ ଜଡିଥାନ୍ତି । ଅନେକ ଲୋକ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ କଡା ନିନ୍ଦା କରୁଛନ୍ତି ।"

ସମ୍ବିତ ପାତ୍ରଙ୍କ ଉପବାସ ରଖିବା ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା: ସମ୍ବିତଙ୍କ ସପକ୍ଷରେ ଦଳ ବିଜେପି ସାମ୍ନାକୁ ଆସିନଥିବା ବେଳେ ସମ୍ବିତ କିନ୍ତୁ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ତ୍ରୁଟିବଶତଃ ତାଙ୍କ ମୁଖରେ ଏପରି ଶବ୍ଦ ବାହାରିଯାଇଛି । ସେ ଏଥିପାଇଁ ଅନୁତପ୍ତ ଓ କ୍ଷମା ପ୍ରାର୍ଥନା କରୁଛନ୍ତି । ଆସନ୍ତା 3ଦିନ ପର୍ଯ୍ୟନ୍ତ ଏହାର ପ୍ରାୟଶ୍ଚିତ ସ୍ବରୂପ ଉପବାସ ରଖିବେ ବୋଲି ସମ୍ବିତ କହିଛନ୍ତି । ଏହାକୁ ନେଇ ପାଣ୍ଡିଆନ କହିଛନ୍ତି, "ସେ ଠିକ ଭାବେ ଖାଆନ୍ତୁ, ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ନିର୍ବାଚନକୁ ହାତରେ ମାତ୍ର ଆଉ 3-4 ଦିନ ରହିଛି । ସେ ମୂର୍ଚ୍ଚା ନହେବା ଉଚିତ । ସେ ଜଣେ ଡାକ୍ତର ସେ ଏହାକୁ ଠିକ ଭାବେ ବୁଝିଥିବେ । ତେବେ ଏଭଳି ଧାର୍ମିକ ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ରୋକିବାକୁ ଚେଷ୍ଟା କରୁଛି । ଏହା ବିଜେପିର ରାଜନୈତିକ ରଣନୀତି ଅଟେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details