ଓଡିଶା

odisha

ETV Bharat / state

ମୋହନ ସରକାର ହାତରେ ମଙ୍ଗଳବଜାର ଡାକ୍ତରଖାନାର ଭବିଷ୍ୟତ - Demand for City Hospital - DEMAND FOR CITY HOSPITAL

DEMAND FOR CITY HOSPITAL: ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ଡାକ୍ତରଖାନା ହେବ କାର୍ଯ୍ୟକ୍ଷମ । ମିଳିବ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା । ହେଲେ ଏହାକୁ ସିଟି ହସ୍ପିଟାଲ ସହ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ଦାବି । ଅଧିକ ପଢନ୍ତୁ

DEMAND FOR CITY HOSPITAL
DEMAND FOR CITY HOSPITAL (ETV Bharat Odisha)

By ETV Bharat Odisha Team

Published : Aug 18, 2024, 8:32 PM IST

ଝାରସୁଗୁଡ଼ା:ସିଟି ହସ୍ପିଟାଲ ନା UPHC । ମୋହନ ସରକାର ଉପରେ ନିର୍ଭର କରେ ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାର ଭବିଷ୍ୟତ । ୨୪ଘଣ୍ଟା ଚିକିତ୍ସା ସୁବିଧା ପାଇବେ ତ ସହରବାସୀ ? ଦୀର୍ଘ ୬ବର୍ଷ ଧରି ଝାରସୁଗୁଡ଼ା ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରିବ ପାଇଁ ସହରବାସୀ ଦାବି କରିଆସୁଛନ୍ତି । ଏଥର ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ଆସିବା ପରେ ଏ ଦିଗରେ ଧ୍ୟାନ ଦେଇଛନ୍ତି । ଯଥା ଶୀଘ୍ର ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ କହିଛନ୍ତି । ହେଲେ ପୂର୍ବକୁ ସିଟି ହସ୍ପିଟାଲ କରିବା ପାଇଁ ଦାବି ହେଉଥିବାବେଳେ ଏବେ କିନ୍ତୁ ସରକାର ଶଯ୍ୟା ସଂଖ୍ୟା କମାଇ UPHC ଭାବେ ସେବା ପ୍ରଦାନ କରାଯିବା ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

DEMAND FOR CITY HOSPITAL (ETV Bharat Odisha)

ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାର ଭବିଷ୍ୟତ କ'ଣ ?

ଝାରସୁଗୁଡ଼ା ଜିଲ୍ଲାର ଭାବାବେଗ ସହିତ ଜଡ଼ିତ ରହିଛି ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନା । ଦିନ ଥିଲା ଲୋକେ ଏହି ହସ୍ପିଟାଲ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିଲେ । ପୂର୍ବରୁ ଏହି ହସ୍ପିଟାଲରେ ୫୦ରୁ ଉର୍ଦ୍ଧ୍ବ ଶଯ୍ୟା ସଂଖ୍ୟା ରହିଥିଲା । ୨୦୦୧ ମସିହାରେ ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଦିନକୁ ଦିନ ସହରରେ ଜନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ଫଳରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା । କିନ୍ତୁ ସବୁଠାରୁ ବଡ଼ ସମସ୍ୟା ଥିଲା ହସ୍ପିଟାଲର ପରିସୀମା ବହୁତ କମ୍ ଥିଲା । ଫଳରେ ରୋଗୀଙ୍କୁ ପଡୋଶୀ ଜିଲ୍ଲା ସମ୍ବଲପୁର ସ୍ଥିତ ବୁର୍ଲା ବଡ଼ ମେଡିକାଲ ଉପରେ ନିର୍ଭର ହେବାକୁ ପଡୁଥିଲା ।

କାର୍ଯ୍ୟକ୍ଷମ କରିବା ପାଇଁ ଚିଠି ଲେଖିଥିଲେ ନବ ଦାସ :

ତତ୍କାଳୀନ ବିଜେଡି ସରକାର ଗୁରୁତ୍ୱ ଦେଇ ଝାରସୁଗୁଡ଼ା ବାଲିଯୋରୀ ଠାରେ ୬ ମହଲା ବିଶିଷ୍ଟ ୩ଶହ ବେଡ୍ ହସ୍ପିଟାଲ ନିର୍ମାଣ କରିଥିଲେ । ହେଲେ ସହରରୁ ୭କିଲୋମିଟର ଦୂରରେ ରହିଥିବା ଯୋଗୁଁ ସହରବାସୀଙ୍କୁ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଯାହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ହସ୍ପିଟାଲକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମଙ୍ଗଳବଜାର ହସ୍ପିଟାଲରେ ୨୪ ଘଣ୍ଟା ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଉଭୟ ସରକାରଙ୍କୁ ଚିଠି ଲେଖିଥିଲେ । ଏହାସହ ୧୦୦ ଶଯ୍ୟା ହସ୍ପିଟାଲ, ୨୪/୭ ସ୍ବାସ୍ଥ୍ୟସେବା ଏବଂ ସିଟି ହସ୍ପିଟାଲ ଭାବେ ମାନ୍ୟତା ଦେବା ପାଇଁ ଦାବି କରିଥିଲେ ।

ପୁଣି ମଙ୍ଗଳବଜାର ପୁରୁଣା ଡାକ୍ତରଖାନାର କାର୍ଯ୍ୟକ୍ଷମ ହେବ -

ଗତ ୨୦୧୯ରେ ମହାମାରୀ କୋରୋନାର ପ୍ରାଦୁର୍ଭାବ ଦେଖି ଏହାକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡ ପ୍ରଭାବ କମିବା ପରେ ଏହି ହସ୍ପିଟାଲକୁ ପୁଣି ବନ୍ଦ କରି ଦିଆଯାଇଥିଲା । ପୁଣି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ହେବା ପରେ ଏହା ଉପରେ ସରକାର ନଜର ପକେଇ ଥିଲେ । କିନ୍ତୁ ନବ ଦାସଙ୍କ ହତ୍ୟା ଏବଂ ରାଜ୍ୟ ସରକାର ବଦଳିବା ପରେ ମୋହନ ସରକାର ଏ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ନବ ନିର୍ବାଚିତ ବିଧାୟକ ଟଙ୍କଧର ତ୍ରିପାଠୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନେଇ ଝାରସୁଗୁଡ଼ା ଗସ୍ତରେ ଆସି ଏହି ହସ୍ପିଟାଲର ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଏହାକୁ ପୁନର୍ବାର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ ଏକ ବୈଠକରେ ଏହାକୁ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ ବୋଲି କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ ।

ଏହା ମଧ୍ୟ ପଢନ୍ତୁ ....୨ ନୂଆ ESI ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, କେଉଁ ଜିଲ୍ଲାରେ ହେବ ଜାଣନ୍ତୁ

ମୁହାଁମୁହିଁ ଶାସକ ଏବଂ ବିରୋଧୀ:

ଏନେଇ ଜିଲ୍ଲା ବିଜେଡି ଉପସଭାପତି ରଘୁମଣି ପଟେଲ କହିଛନ୍ତି,"ଯଥା ଶୀଘ୍ର ଏହି ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିବର୍ତ୍ତନ କରାଯାଉ । କେବଳ ଘୋଷଣା କରି ଅବା ଅଳ୍ପ ସଂଖ୍ୟା ବିଶିଷ୍ଟ ହସ୍ପିଟାଲ ହେଲେ ଏହି ସରକାର କେବଳ ଲୋକହସା ହେବ ।" ସେହିପରି କଂଗ୍ରେସ ନେତା ସିଆରାମ ଦାସ କହିଛନ୍ତି," ଏହି ହସ୍ପିଟାଲ ସହର ମଝିରେ ରହିଛି । ଏହା କାର୍ଯ୍ୟକ୍ଷମ ହେଲେ ଲୋକେ ଲାଭାନ୍ବିତ ହେବେ । ହେଲେ ବେଡ୍ ସଂଖ୍ୟା କମାଇଦେଲେ ଲୋକେ ଠିକ୍ ସେବାରୁ ବଞ୍ଚିତ ହେବେ । ୧୦୦ଶଯ୍ୟା ସହ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ କରାଯାଉ ।"

ଏହାର ଜବାବରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି,"ବିଜେପି ସରକାରକୁ ଏଥର ଓଡ଼ିଶା ତଥା ଝାରସୁଗୁଡ଼ାବାସୀ ସୁଯୋଗ ଦେଇଛନ୍ତି । ଆମ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି ନିଶ୍ଚିତ ଭାବେ ପୂରଣ କରିବ । ଏହି ହସ୍ପିଟାଲକୁ ଯଥାଶୀଘ୍ର ୨୪ ଘଣ୍ଟିଆ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । "

ଇଟିଭି ଭାରତ,ଝାରସୁଗୁଡ଼ା

ABOUT THE AUTHOR

...view details