ଜଗତସିଂହପୁର:ନିକଟରେ ରାଜ୍ୟ ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଓ ୫ଟି ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ । ଏହି ତାଲିକାରୁ ବର୍ଷ ବର୍ଷ ଧରି ଏନଏସି ମାନ୍ୟତା ଦାବି କରୁଥିବା ଅନେକ ଅଞ୍ଚଳ ବାଦ୍ ପଡିବା ପରେ ଚାରିଆଡରେ ବିରୋଧ ତେଜିଛି । ତନ୍ମଧ୍ୟରେ ରହିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ । ଏହି ଅଞ୍ଚଳକୁ ଏନଏସି ମାନ୍ୟତା ନମିଳିବା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହିତ ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି (ଶନିବାର) କୁଜଙ୍ଗରେ ବନ୍ଦ ପାଳନ ହେବ । ଏନେଇ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କୁଜଙ୍ଗ ଅଞ୍ଚଳର କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗକୁ NAC ମାନ୍ୟତା ପ୍ରଦାନ କରାନଯିବା ଦୁର୍ଭାଗ୍ୟଜନକ । କୁଜଙ୍ଗ ଅଞ୍ଚଳ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଭାବରେ ଜଣାଶୁଣା । ଏହି ଅଞ୍ଚଳର ତହସିଲ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଶହ ଶହ ଶିଳ୍ପାଞ୍ଚଳ ଗଢି ଉଠିଛି । କିନ୍ତୁ ରାଜ୍ୟ ସରକାର କୁଜଙ୍ଗ ମାଟିର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ୩୫ଟି ସ୍ଥାନକୁ NAC ମାନ୍ୟତା ପ୍ରଦାନ କଲେ କିନ୍ତୁ ପୂର୍ବରୁ କୁଜଙ୍ଗକୁ ସବଡିଭିଜନ ପାଇଁ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏହାପ୍ରତି ସରକାର ବିଚାର କଲେ ନାହିଁ ।
ଏହା ମଧ୍ୟ ପଢନ୍ତୁ: କାକଟପୁରକୁ ଏନ୍ଏଏସି ଦାବିରେ ବନ୍ଦ ପାଳନ, ଯାତାୟତ ଠପ୍