ଓଡିଶା

odisha

ETV Bharat / state

ପୁଣି ମା’ ହେଲା ସିଂହୀ ରେୱା, ନନ୍ଦନକାନନକୁ ଆସିଲେ 3 ଅତିଥି - LIONESS REWA GIVES BIRTH

ତୃତୀୟ ଥର ପାଇଁ ମାଆ ହେଲା ସିଂହୀ ରେୱା । 3ଟି ଶାବକକୁ ଜନ୍ମ ଦେଇଛି ରେୱା । ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଛି । ସିଂହ ସଂଖ୍ୟା ପହଞ୍ଚିଲା 24କୁ ।

ଶାବକଙ୍କୁ ଜନ୍ମଦେଲା ସିଂହୀ ରେୱା
ଶାବକଙ୍କୁ ଜନ୍ମଦେଲା ସିଂହୀ ରେୱା (ETV Bharat Odisha)

By ETV Bharat Odisha Team

Published : Jan 26, 2025, 7:37 AM IST

ଭୁବନେଶ୍ବର: ଖୁସି ଖବର ଦେଲା ସିଂହୀ ରେୱା । ତୃତୀୟ ଥର ପାଇଁ ସିଂହୀ ରେୱା ମା’ ହେବା ସହ 3ଟି ଶାବକକୁ ଜନ୍ମ ଦେଇଛି । ପ୍ରଥମ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ଶାବକ ICUରେ ଭର୍ତ୍ତି ହୋଇଛନ୍ତି । ୨ ଜୀବିତ ଶାବକଙ୍କ ମଧ୍ୟରୁ ଗୋଟିଏ ମାଈ, ଅନ୍ୟଟି ଅଣ୍ଡିରା । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।



ସିଂହୀ ରେୱାର ତୃତୀୟ ଗର୍ଭଧାରଣ:
ସିଂହୀ ରେୱା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତୃତୀୟ ଥର ପାଇଁ ୩ଟି ଶାବକକୁ ଜନ୍ମ ଦେଇଛି । ଗତକାଲି(ଶନିବାର) ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ରେୱା ତିନି ଛୁଆ ଜନ୍ମ ଦେଇଛି । ପ୍ରଥମ ଛୁଆଟି ସକାଳ ୯ ଟା ୩୩ ମିନିଟରେ ଜନ୍ମ ହୋଇଥିବା ବେଳେ ପ୍ରାଣ ହରାଇଥିଲା । ତେବେ ଦ୍ୱିତୀୟ ଶାବକଟି ୩ ଟା ୫୮ ମିନିଟରେ ଏବଂ ତୃତୀୟ ଶାବକଟି ୫ଟା ୫୬ ମିନିଟରେ ଜନ୍ମ ହୋଇଥିଲା । ଉଭୟ ଛୁଆଙ୍କୁ ରେୱା ଆପଣାଇଲା ନାହିଁ । ତେବେ ଦୁଇ ଶାବକଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ସେମାନଙ୍କୁ ବର୍ତ୍ତମାନ ତୀକ୍ଷ୍ଣ ନଜର ରଖାଯାଇଛି ।

ଶାବକଙ୍କୁ ଜନ୍ମଦେଲା ସିଂହୀ ରେୱା (ETV Bharat Odisha)

ଇନ୍ଦୋରରୁ ଆସିଥିଲା ସିଂହୀ ରେୱା:

୭ ବର୍ଷ ବୟସରେ ରେୱାଙ୍କୁ ୨୦ ଡିସେମ୍ବର ୨୦୨୦ରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସିମ୍ବା, କେଶରୀ, ଶିବମ୍, ଏବଂ ମାୟା ଜୀବନ୍ତ ଏବଂ ନନ୍ଦନକାନନରେ ପାଳିତ ହେଉଛନ୍ତି ।



ସିଂହ ‘ଜିତ ଓ ସିଂହୀ ‘ରେୱା’ଙ୍କ ମିଳନରୁ ୩ଟି ଶାବକ:

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ଯେ, ସିଂହ ‘ଜିତ ଓ ସିଂହୀ ‘ରେୱା’ଙ୍କ ମିଳନରୁ ଗତକାଲି(ଶନିବାର) ୩ଟି ଶାବକ ଜନ୍ମ ନେଇଥିଲେ । ତିନି ଶାବକଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ହୋଇଥିବା ବେଳେ ଅନ୍ୟ ଦୁଇଟି ମାଈ ଅଟନ୍ତି । ଜନ୍ମିତ ଶାଵକ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଶାବକକୁ ଯତ୍ନ ମା’ ରେୱା ନେଇ ନଥିଲା । ଯାହା ଫଳରେ ମା' ଠାରୁ ଛୁଆ ଦୁଇଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହସ୍ତପାଳିତ କେନ୍ଦ୍ରକୁ ଅଣାଯାଇଛି । ଏମାନଙ୍କର ଗତିବିଧି ଉପରେ ନଜର ରଖିଛି ନନ୍ଦନକାନନ କର୍ତ୍ତୃପକ୍ଷ ।

ଶାବକଙ୍କୁ ଜନ୍ମଦେଲା ସିଂହୀ ରେୱା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଖୁସି ଖବର ଦେଲା ସିଂହୀ ବିଜିଲି, ନନ୍ଦନକାନନକୁ ଆସିଲେ 5 ନୂଆ ଅତିଥି - Lioness Bijli Gives Birth to 5 Cubs

ନନ୍ଦନକାନନକୁ ନୂଆ ଅତିଥି, ଗୋଟିଏ ଶାବକକୁ ଜନ୍ମଦେଲା ଧଳା ବାଘୁଣୀ ମୌସୁମୀ - TIGRESS MOUSUMI BECAME MOTHER

ପ୍ରତିଷ୍ଠା ଦିବସରେ ନନ୍ଦନକାନନକୁ ଆସିଲା କୁନି ଅତିଥି

ନନ୍ଦନକାନନରେ 'ବାନରଙ୍କ ଦୁନିଆ', ଗୋଟିଏ ସ୍ଥାନରେ ବିଶ୍ବର ବିଭିନ୍ନ ପ୍ରଜାତିର ମାଙ୍କଡ଼

ପୂର୍ବରୁ ସିଂହୀ ୫ଟି ସନ୍ତାନର ଜନନୀ:

୨୦୨୦ ମସିହା ଡିସେମ୍ବର ୨୦ ତାରିଖ ଦିନ ‘ରେୱା’କୁ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସେହି ସମୟରେ ରେୱାକୁ ୭ ବର୍ଷ ବୟସ ହେଉଥିଲା । ରେୱା ପ୍ରଥମ ଥର ମା’ ହୋଇନାହିଁ । ପୂର୍ବରୁ ‌ମଧ୍ୟ ଏହି ସିଂହୀ ୫ଟି ସନ୍ତାନର ଜନନୀ ହୋଇସାରିଛି । ଏମାନଙ୍କ ମଧ୍ୟରୁ ସିମ୍ବା, କେଶରୀ, ଶିଭମ୍‌ ଓ ମାୟା ଜୀବିତ ଅଛନ୍ତି । ନନ୍ଦନକାନନରେ ଏବେ ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details