ଓଡିଶା

odisha

ନନ୍ଦନକାନନରେ ନୂଆ ଅତିଥି, 3 ଶାବକ ଜନ୍ମ ଦେଲା ସିଂହୀ ରେଓ୍ବା - Lioness Rewa

By ETV Bharat Odisha Team

Published : Mar 25, 2024, 11:43 AM IST

Lioness Rewa: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦ୍ଵିତୀୟଥର ପାଇଁ ମା' ହେଲା ସିଂହୀ ରେୱା। ଅଧିକ ପଢନ୍ତୁ

Lioness Rewa
Lioness Rewa

Lioness Rewa

ଭୁବନେଶ୍ବର:ହୋଲିରେ ନନ୍ଦନକାନରୁ ଆସିଲା ଖୁସି ଖବର ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦ୍ଵିତୀୟଥର ପାଇଁ ମା' ହେଲା ସିଂହୀ ରେୱା । ରବିବାର ସିଂହୀ ରେୱା 3ଟି ଶାବକକୁ ଜନ୍ମ ଦେଇଛି । ନନ୍ଦନକାନନ ପାଇଁ ରବିବାର ଏକ ପ୍ରକାର ଖୁସିର ଦିନ ବୋଲି କୁହାଯାଇପାରେ । ପୂର୍ବରୁ ରେଓ୍ବାର ଦୁଇଟି ଛୁଆ ଜୀବିତ ରହିଛନ୍ତି ।

ସ୍ତନ୍ଯପାନ ନ କରାଇବାରୁ ବଢିଲା ଚିନ୍ତା: ପ୍ରଥମ ଶାବକ ସକାଳ 7ଟା ସମୟରେ ଜନ୍ମ ଦେଇଥିବା ବେଳେ ଅଧ ଘଣ୍ଟା ପରେ ଦ୍ଵିତୀୟ ଶାବକ ଜନ୍ମ ଦେଇଥିଲା । ଏହାପରେ ଦିନ 3ଟା 50 ମିନିଟରେ ଆଉ ଏକ ଶାବକକୁ ଜନ୍ମ ଦେଇଥିଲା । ତେବେ ସମସ୍ତ ଶାବକ ଅଣ୍ଡିରା ବୋଲି ପ୍ରାଥମିକ ସ୍ତରରେ ଜଣାପଡିଛି । ତେବେ ସିଂହୀ ରେୱା କିଛି ସମୟ ପର୍ଯ୍ୟନ୍ତ କୌଣସି ଶାବକଙ୍କୁ ଗ୍ରହଣ କରିନଥିଲା । ଏହାପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବୃଦ୍ଧି ପାଇଥିଲା । ତେବେ ସେମାନଙ୍କୁ ବେବି ରିୟରିଂ ସେଣ୍ଟରରେ ରଖାଯିବ ସହ ସେମାନଙ୍କୁ ଚିକିତ୍ସା କରାଯାଉଛି । ତେବେ ବର୍ତ୍ତମାନ ସମସ୍ତ ଶାବକ ଛୁଆ ସୁସ୍ଥ ରହିଥିବା ସୂଚନା ରହିଛି । ଏହି 3ଟି ଶାବକୁ ମିଶାଇ ନନନ୍ଦନକାନରେ ସିଂହ ସଂଖ୍ୟା 26ରେ ପହଞ୍ଚିଛି ।

ଡିସେମ୍ବରରେ ମିଳନ: ଏସୀୟ ସିଂହ ଜିତ୍ ସହ ସିଂହୀ ରେୱାର ମିଳନ ଗତବର୍ଷ ଡିସେମ୍ବରରେ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହୋଇଥିଲା । ଏନେଇ ସିଂହୀ ରେୱା ଉପରେ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦିଆଯାଇଥିଲା । ସିସିଟିଭି ଲଗାଇ ସିଂହୀ ରେୱା ଉପରେ କଡା ନଜର ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା’ ହେଲା ବିଜଲି

2017ରେ ରେଓ୍ବାର ଜନ୍ମ:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ 2017 ମସିହା ଅଗଷ୍ଟ 18 ତାରିଖରେ ସିଂହ ଆକାଶ ଓ ସିଂହୀ ମେଘାର ଔରଶରୁ ଜନ୍ମ ଗ୍ରହଣ କରିଥିଲା ସିଂହୀ ରେୱା । 2013 ଜାନୁଆରୀ 10 ତାରିଖରେ ସିଂହୀ ରେୱା ପ୍ରଥମ ଗର୍ଭରୁ ୪ ଶାବକକୁ ଜନ୍ମ ଦେଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଟି ସାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ମଧ୍ଯ ସିଂହୀ ରେୱାର ଦୁଇଟି ଛୁଆ ଶିବମ୍ ଓ ମାୟା ଜୀବିତ ଅଛନ୍ତି।

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଖାପାଖି ୧୬୬ଟି ପ୍ରଜାତିର ପାଖାପାଖି ୧୬୬୦ଟି ଜୀବଜନ୍ତୁ ରହିଛନ୍ତି । ଏଥିରେ ୬୭ଟି ପ୍ରଜାତିର ସ୍ତନ୍ୟପାୟୀ, ୮୧ ପ୍ରଜାତିର ପକ୍ଷୀ ଓ ୧୮ଟି ପ୍ରଜାତିର ସରୀସୃପ ରହିଛନ୍ତି । ତେବେ ଏବେବି ନନ୍ଦନକାନନରେ ଅନେକ ପ୍ରାଣୀମାନେ ଏକାକୀ ଜୀବନ ଅତିବାହିତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details