ଓଡିଶା

odisha

ETV Bharat / state

ତାତିରୁ ମିଳିଲା ତ୍ରାହି, ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା ! - ଓଡ଼ିଶା ପାଣିପାଗ ଅପଡେଟ

Odisha Weather Update: ରାଜ୍ୟରେ ତାତିରୁ ମିଳିଲା ତ୍ରାହି । ଆଜିଠୁ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Odisha Weather Update
Odisha Weather Update

By ETV Bharat Odisha Team

Published : Feb 24, 2024, 5:35 PM IST

Updated : Feb 24, 2024, 8:17 PM IST

ତାତିରୁ ମିଳିଲା ତ୍ରାହି, ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା !

ଭୁବନେଶ୍ବର: ଫେବୃଆରୀ ଡରାଉଥିବା ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି ତେଣୁ 5 ଦିନ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଦକ୍ଷିଣ ଛତିଶଗଡ଼ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ରହିଥିବା ବେଳେ ଆକାଶ ମେଘୁଆ ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ତେବେ ଆଜିଠାରୁ ପଶ୍ଚିମା ଝଡର ସର୍ବାଧିକ ପ୍ରଭାବ ରହିବ । ଏହି ପ୍ରଭାବକୁ ନେଇ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ବିଜୁଳି ସହ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡିଶାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ପୁରୀର କିଛି ଜିଲ୍ଲାରେ ମେଘୁଆ ଆକାଶ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ତାତିରୁ ତ୍ରାହି : ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା, 14 ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ସେହିପରି ୨୫ ତାରିଖରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ରାୟଗଡା, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବ । ୨୬, ୨୭ ଏବଂ ୨୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ଆକଳନ କରାଯାଇଛି । ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମ୍ ରହିଲେ ବି ରାତ୍ରିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହୋଇଛି । ଗଜପତି ଜିଲ୍ଲାର ମହେନ୍ଦ୍ର ଗଡରେ ୬.୬ ମିମି ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2024, 8:17 PM IST

ABOUT THE AUTHOR

...view details