ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲାରେ ବାଘ ଆତଙ୍କ । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଗାଁ ଜଗନ୍ନାଥପୁରରେ ବାଘ ବୁଲୁ ଥିବାର ନେଇ ଜଣା ପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନବିଭାଗ ବାଘକୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଭୟରେ ଘରୁ ବାହାରକୁ ଆସୁନାହାନ୍ତି ଲୋକେ । ବାଘଟିକୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଜାଲ ଓ ଟ୍ରାଙ୍କୁଲାଇଜ ଦ୍ବାରା ବାଘକୁ ଧରିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ ।
ଏହା ମଧ୍ୟ ପଢନ୍ତୁ-ଘରେ ପଶିଲା ବାଘ, ଧରିପାରିଲାନି ବନବିଭାଗ
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଜଗନ୍ନାଥପୁର ଗ୍ରାମରେ ବାଘ ପଶି ଆସିଥିବା ନେଇ ଖବର ପ୍ରଚାରିତ ହୋଇଯାଇଥିଲା । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଯେଉଁ ମାନେ ଘର ବାହାରେ ଚଳପ୍ରଚଳ କରୁଥିଲେ ସେ ସମୟରେ ବାଘ ରଡି ଶବ୍ଦ ଶୁଣି ଭୟଭୀତ ହୋଇ ଜୀବନ ବିକଳରେ ଏଣେ ତେଣେ ଦୌଡ଼ିଥିଲେ । ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବାରୁ ବାଘକୁ କାବୁ କରିବା ପାଇଁ ବନ ବିଭାଗ କର୍ମଚାରୀ ପ୍ରୟାସ ଆରମ୍ଭ କରିଥିଲେ । ଗ୍ରାମର ବିଭିନ୍ନ ସ୍ଥାନରେ ବନବିଭାଗ କର୍ମଚାରୀ ମାନେ ଜାଲ ବିଛାଇଛନ୍ତି ।