ଓଡିଶା

odisha

ETV Bharat / state

ମିଳିଲା ହଜିଲା ଝିଅର ଠିକଣା, ୧୪ ବର୍ଷ ପରେ ଘରକୁ ବାହୁଡ଼ିଲେ ଲକ୍ଷ୍ମୀ - LAXMI RETURNED HOME AFTER 14YEARS

୧୪ ବର୍ଷ ହେଲା ନିଖୋଜ ଥିବା ଆସାମର ଲକ୍ଷ୍ମୀ ମୁନି ଶେଷରେ ନିଜ ଠିକଣା ପାଇଛନ୍ତି । ତାଙ୍କୁ ଝାରସୁଗୁଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇ ମିଶନ ଆଶ୍ରା-୨ରେ ଭର୍ତ୍ତି କରାଯାଇଥିଲା ।

ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି
ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି (ETV Bharat Odisha)

By ETV Bharat Odisha Team

Published : Jan 19, 2025, 12:37 PM IST

Updated : Jan 19, 2025, 1:36 PM IST

ଝାରସୁଗୁଡ଼ା:ଚଉଦ ବର୍ଷ ପରେ ଘରକୁ ଫେରିଲେ ଆସାମର ଲକ୍ଷ୍ମୀ ମୁନି ସରକାର । ୧୪ ବର୍ଷ ହେଲା ନିଖୋଜ ଥିବା ଆସାମର ଜଣେ ମାନସିକ ଭିନ୍ନକ୍ଷମ ମହିଳା ଲକ୍ଷ୍ମୀ ମୁନି ସରକାର ଶେଷରେ ନିଜ ପରିବାର ପାଖକୁ ଫେରିଛନ୍ତି । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଓ ପିପୁଲ୍ସ ଫୋରମ୍ ଦ୍ବାରା ପରିଚାଳିତ ମିଶନ ଆଶ୍ରା ୨ରେ 'ଘର ବାହୁଡ଼ା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦୀର୍ଘ ବର୍ଷ ପରେ ନିଜ ଝିଅକୁ ପାଖରେ ଦେଖି ବିଭୋର ହେଲେ ବାପା ।

ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି (ETV Bharat Odisha)

କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ପ୍ରାୟ ୨ ବର୍ଷ ତଳେ ଲକ୍ଷ୍ମୀ ମୁନି ନାମକ ଜଣେ ମହିଳାଙ୍କୁ ବ୍ରଜରାଜନଗର ବୁନ୍ଦିଆ ଅଞ୍ଚଳର ଗ୍ରାମବାସୀମାନେ ଉଦ୍ଧାର କରି କଟାପାଲି ସ୍ଥିତ ମିଶନ ଆଶ୍ରା ୨ରେ ଭର୍ତ୍ତି କରିଥିଲେ । ୨ ବର୍ଷର ସେବାଯତ୍ନ, କାଉନସେଲିଂ ଓ ନିୟମିତ ଔଷଧ ମାଧ୍ୟମରେ ଉକ୍ତ ମହିଳା ଜଣଙ୍କ ସୁସ୍ଥ ହୋଇଥିଲେ । ଫଳରେ ସେ ନିଜ ଘର ଠିକଣା ମନେ ପକାଇଥିଲେ । ତାଙ୍କ ଘର ଆସାମର କାମପୁର ଜିଲ୍ଲାରେ ବୋଲି ଜଣାଇଥିଲେ । ଏହାପରେ ମିଶନ ଆଶ୍ରାର କର୍ମଚାରୀମାନେ ସେହି ଠିକଣା ଖୋଜିବାରେ ଲାଗି ପଡ଼ିଥିଲେ । ଗତ ବର୍ଷ ଡିସେମ୍ବର ମାସରେ ଆସାମର ପୋଲିସ ସହାୟତାରେ ଲକ୍ଷ୍ମୀ ମୁନିଙ୍କ ବାପାଙ୍କୁ ନିଜ ଝିଅ ବିଷୟରେ ସୂଚନା ଦିଆଯାଇଥିଲା । ଝିଅର ଖବର ପାଇବା ମାତ୍ରେ ବାପା ଝାରସୁଗୁଡ଼ା ମିଶନ ଆଶ୍ରା ୨ରେ ପହଞ୍ଚିଥିଲେ । ନିଜ ଝିଅକୁ ଏତେ ବର୍ଷ ପରେ ଦେଖି ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ।

ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି (ETV Bharat Odisha)

ଏମିତି କହିଲେ ଲକ୍ଷ୍ମୀଙ୍କ ବାପା:

ଏନେଇ ଲକ୍ଷ୍ମୀ ମୁନିଙ୍କ ବାପା କହିଛନ୍ତି," ୧୪ ବର୍ଷ ପରେ ଝିଅକୁ ପାଇ ବହୁତ ଖୁସି ଅଛି । ଆଜି ବିଶ୍ୱାସ ହେଉନି ଯେ ମୋ ଝିଅକୁ ପୁଣିଥରେ ପାଇପାରିଛୁ । ଅତ୍ୟନ୍ତ ଖୁସି ଲାଗୁଛି । ଝାରସୁଗୁଡ଼ା ପ୍ରଶାସନ ଏବଂ ପିପୁଲ୍ସ ଫୋରମର ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।"

ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ନବ ଦାସ ହତ୍ୟା ମାମଲାରେ ହେବ କି CBI ତଦନ୍ତ ? - NABA DAS MURDER CASE

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି - SINGAPORE PRESIDENT

ଏହା ମଧ୍ୟ ପଢନ୍ତୁ...ଶିଖାଉଛନ୍ତି ଜୈବିକ ଚାଷ: ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ଜାନୁଆରୀ 26 ରେ ଯିବେ ଦିଲ୍ଲୀ - PRESIDENT INVITE FARMER

ଘରକୁ ଫେରିଲେ ଆସାମ ନିଖୋଜ ଲକ୍ଷ୍ମୀ ମୁନି (ETV Bharat Odisha)

କଣ କହିଲେ ପିପୁଲ୍ସ ଫୋରମର ପଶ୍ଚିମାଞ୍ଚଳ ମୁଖ୍ୟ:

ସେହିପରି ପିପୁଲ୍ସ ଫୋରମର ପଶ୍ଚିମାଞ୍ଚଳ ମୁଖ୍ୟ ସଞ୍ଜୟ ଜେଠୀ କହିଛନ୍ତି," ୧୪ ବର୍ଷ ହେଲା ଆସାମର ଲକ୍ଷ୍ମୀମୁନି ନିଖୋଜ ଥିଲେ । ହେଲେ ୨୦୨୩ ମସିହାରେ ଆମ ସଂସ୍ଥା ଏବଂ ବୁନ୍ଦିଆ ଅଞ୍ଚଳର କିଛି ଗ୍ରାମବାସୀ ମିଶି ତାଙ୍କୁ ଉଦ୍ଧାର କରି ମିଶନ ଆଶ୍ରା ୨ରେ ଚିକିତ୍ସା କରାଯାଇଥିଲା । ଦୀର୍ଘ ଦିନ ପରେ ତାଙ୍କର ଘର ଠିକଣା ମନେ ପଡ଼ିଥିଲା । ଆମେ ଆସାମ ପୋଲିସ ସହ ଯୋଗାଯୋଗ କରିଥିଲୁ ।" ସେପଟେ ଲକ୍ଷ୍ମୀମୁନିର ଘର ବାହୁଡା଼ ଦେଖି କେନ୍ଦ୍ରର ଅନ୍ୟ ଅନ୍ତେବାସୀମାନେ ଭାବ ବିହ୍ୱଳ ହୋଇ ସେମାନେ କେବେ ଘରକୁ ଯିବେ ବୋଲି କେନ୍ଦ୍ରର କର୍ମଚାୀମାନଙ୍କୁ ପଚାରିଛନ୍ତି । ବର୍ତ୍ତମାନ ଏହି କେନ୍ଦ୍ରରେ ୯୩ ଜଣ ଅନ୍ତେବାସୀ ରହିଛନ୍ତି ।


ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Jan 19, 2025, 1:36 PM IST

ABOUT THE AUTHOR

...view details