ଓଡିଶା

odisha

ETV Bharat / state

ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା, ତାତିଲେ ଶ୍ରମିକ ସଂଗଠନ - ବାଲେଶ୍ୱର

Labour Union Protest : ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ଦାବି । ଶ୍ରମିକଙ୍କ ସମସ୍ୟା ସମାଧାନରେ ସମ୍ପୂର୍ଣ୍ଣ ଫେଲ ହୋଇଥିବା ଅଭିଯୋଗ । ଆନ୍ଦୋଳନକୁ ଓହ୍ଲାଇଲା ଶ୍ରମିକ ଏବଂ କର୍ମଚାରୀ ମିଳିତ ମଞ୍ଚ । ଅଧିକ ପଢନ୍ତୁ

ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା , ତାତିଲେ ଶ୍ରମିକ ସଂଗଠନ
ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା , ତାତିଲେ ଶ୍ରମିକ ସଂଗଠନ

By ETV Bharat Odisha Team

Published : Feb 22, 2024, 8:01 PM IST

ଶ୍ରମ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା , ତାତିଲେ ଶ୍ରମିକ ସଂଗଠନ

ବାଲେଶ୍ୱର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ଏବଂ କର୍ମଚାରୀ ମିଳିତ ମଞ୍ଚ (TUACC) ପକ୍ଷରୁ ଧାରଣା । ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ବ୍ୟାପକ ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଶ୍ରମିକ ସଂଗଠନ । ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି ମିଳିତ ଶ୍ରମିକ ସଂଗଠନ । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡିଏଲସି(ଡିଭିଜିନାଲ ଲେବର କମିଶନର) ପଦବୀ ଖାଲି ପଡ଼ି ଥିବାବେଳେ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି । ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ଦାବି କରିଛନ୍ତି ଶ୍ରମିକ ସଂଗଠନ । କର୍ମଚାରୀ ଅଭାବରୁ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ବର୍ଷ ବର୍ଷ ଧରି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏମିତି କି ପଞ୍ଜିକରଣ ପ୍ରମାଣ ପତ୍ରର ନବୀକରଣ ମଧ୍ୟ ସଠିକ୍ ସମୟରେ କରାଯାଉ ନଥିବା ଅଭିଯୋଗ କରିଛନ୍ତି ।ଏହାସହ ଶ୍ରମିକମାନଙ୍କ ପାଇଁ ପ୍ରଣିତ ଶ୍ରମ ଆଇନ୍ ଓ ଶିଳ୍ପ ସଂପର୍କ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉନଥିବା ସଂସ୍ଥା ଗୁଡ଼ିକର ମଧ୍ୟ ଦୀର୍ଘବର୍ଷ ଧରି ତଦନ୍ତ ହେଉନାହିଁ । ଅବସର ପରେ ଗ୍ରାଚ୍ୟୁଇଟି ଓ କାର୍ଯ୍ୟରତ ଶ୍ରମିକମାନଙ୍କୁ କ୍ଷତି ପୂରଣ ମୋକଦ୍ଧମାଗୁଡ଼ିକ ବିଚାର ନ ହୋଇ ଦୀର୍ଘବର୍ଷ ପଡ଼ି ରହୁଥିବା ଅସନ୍ତଷ ପ୍ରକାଶ କରିଛନ୍ତି ଶ୍ରମିକ ।

ସେପଟେ ଶ୍ରମିକ ଏବଂ କର୍ମଚାରୀଙ୍କ ମିଳିତ ମଞ୍ଚ ଟିୟୁଏସିସିର ନେତୃତ୍ୱରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ସଂଗଠନ ପକ୍ଷରୁ ଶହଶହ ଶ୍ରମଜୀବୀ ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେଠାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଶ୍ରମ ବିଭାଗର ଅପାରଗତା ସଂପର୍କରେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା

ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସିରୁ ଭାଗବତ ପ୍ରତିହାରୀ, ସିଆଇଟିୟୁରୁ ବିଜୟ ପାତ୍ର, ଟିୟୁସିସିରୁ ସର୍ବେଶ୍ୱର ମିଶ୍ର, ଏଚ୍ଏମ୍ଏସ୍ରୁ ପୀତାମ୍ବର ମାଝୀ, ଏଆଇସିସିଟିୟୁରୁ ଉମାକାନ୍ତ ଦାସ, ଆଇଏନ୍‌ଟିୟୁସିରୁ ଜୟନ୍ତୀ ତପସୀ, ସମବାୟ ବ୍ୟାଙ୍କ କର୍ମଚାରୀ ନେତା ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶ୍ରମିକ କିମ୍ବା କର୍ମଚାରୀଙ୍କ ସମସ୍ୟା ସୁଧାରିବାରେ ଶ୍ରମ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଫେଲ ହେଉଥିବା ଅଭିଯୋଗ କରିଥିଲେ । ତେଣୁ ସମସ୍ତ ଦାବି ପୂରଣ ନ ହେବା ଯାଏ ଧାରଣା ଚାଲୁ ରହିବା ସହ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବା ବୋଲି ଚେତାବନୀ ଦେଇଛନ୍ତି ।

ଇଟିିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details