ଓଡିଶା

odisha

ETV Bharat / state

ଏୟାରପୋର୍ଟର ଭ୍ରମ ସୃଷ୍ଟି କରୁଛି ବରମୁଣ୍ଡା ବସ ଟର୍ମିନାଲ, ଯାତ୍ରୀ ପାଇବେ ଏସବୁ ସୁବିଧା - ବରମୁଣ୍ଡା ବସଷ୍ଟାଣ୍ଡ

Baramunda Baba Saheb Bhimrao Ambedkar Bus Terminal: ବରମୁଣ୍ଡା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ ଟର୍ମିନାଲ ଲୋକାର୍ପିତ । ଯାତ୍ରୀଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା । ଅଧିକ ପଢ଼ନ୍ତୁ

ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ ଟର୍ମିନାଲ
ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ ଟର୍ମିନାଲ

By ETV Bharat Odisha Team

Published : Mar 2, 2024, 11:19 AM IST

ବାବା ସାହେବ ଭୀମ ରାଓ ଆମ୍ୱେଦକର

ଭୁବନେଶ୍ବର:ଲୋକାର୍ପିତ ହୋଇଛି ବରମୁଣ୍ଡା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ ଟର୍ମିନାଲ । ଯାହା ଏୟାରପୋର୍ଟ ଢାଞ୍ଚାରେ ନିର୍ମାଣ କରାଯାଇଛି । ଏହି ବସ ଟର୍ମିନାଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ଯାହା ଯାତ୍ରୀଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବ । ଚମକୁଥିବା ଏହି ବସ ଟର୍ମିନାଲ୍ ଦେଖିବାକୁ ଆକର୍ଷଣୀୟ ରହିଥିବା ବଳେ ଯାତ୍ରୀଙ୍କ ବିଶ୍ରାମ ସ୍ଥାନ ଠାରୁ ଆରମ୍ଭ କରି ଟିକେଟ କାଉଣ୍ଟର, ଏଟିଏମ୍, କୋରିୟର ସେବା, ପୋଲିସ ଆଉଟପୋଷ୍ଟ, ଲଗେଜ୍ ସ୍କାନର, ଫୁଡ୍ କୋର୍ଟ ସହ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଭୁବନେଶ୍ୱରର ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ ଟର୍ମିନାଲ । ଟର୍ମିନାଲରେ ରହିଛି ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ଯାତ୍ରୀଙ୍କ ରହଣୀ ପାଇଁ ବିଶ୍ରାମ ସ୍ଥାନରୁ ଆରମ୍ଭ କରି ଲିଫ୍ଟ, ଏସ୍କେଲେଟର, ଟିକେଟ କାଉଣ୍ଟର, ଏଟିଏମ, କୋରିୟର ସେବା, କଣ୍ଟ୍ରୋଲ ରୁମ, ପୋଲିସ ଆଉଟପୋଷ୍ଟ, ଫୁଡ଼ କୋର୍ଟ, ଲଗେଜ ସ୍କାନର, ଶିଶୁ ଯତ୍ନ ଗୃହ, ଶୌଚାଳୟ ସମେତ ଭିନ୍ନକ୍ଷମଙ୍କ ପାଇିଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରାୟ ୧୦ରୁ ଅଧିକ ଅତ୍ୟାଧୁନିକ ବ୍ୟବସ୍ଥା ଟର୍ମିନାଲରେ ହୋଇଛି ।

ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ ବ୍ୟବସ୍ଥା କରାଯାଇଛି । ଫୁଡ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି । ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ । ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲଇଡି ସ୍କ୍ରିନରେ ପ୍ରଦାନ କରାଯିବ । ଲିଫ୍ଟ, ଏସ୍କେଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯିବା ଆସିବା ଲାଗି ବ୍ୟବସ୍ଥା ରହିଛି । ଯାତ୍ରୀଙ୍କ ଲାଗି ଶୀତତାପ ନିୟନ୍ତ୍ରିତ କୋଠରୀ ରହିଛି । ଗୋଟିଏ ଛାତ ତଳେ ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ, ଏଟିଏମ, ଆହାର କେନ୍ଦ୍ର, ମେଡ଼ିକାଲ ଭଳି ସେବା ମିଳିବ ।

ବସ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ କେନ୍ଦ୍ର ତିଆରି ହୋଇଛି । ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏଠାରେ ଯଥେଷ୍ଟ ଉନ୍ନତମାନର ବ୍ୟବସ୍ଥା କରାଯାଇଛି । ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର ହୋଟେଲ ଭଳି ସୁବିଧା ମିଳିବ । ଏହା ସାଙ୍ଗକୁ ଯାତ୍ରୀଙ୍କୁ ମିଶନ ଶକ୍ତି କାଫେ, ଓର‌ମାସ ଓ ମିଲେଟ କାଫେରେ ମା’ ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ । ଅପେକ୍ଷାରତ ଶିଶୁଙ୍କ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି । ଟର୍ମିନାଲରେ ଅଛି ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ହୋଇଥିବା ପ୍ରତିମୂର୍ତ୍ତି । ଟର୍ମିନାଲର କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଟର୍ମିନାଲ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡିର ବ୍ୟବସ୍ଥା ରହିଛି । ବେସମେଣ୍ଟରେ ୧୧୫ କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ଟର୍ମିନାଲରେ ୫୦ ବସ ରହିବା ସହ ୨୦୦ ବସ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି । ସିଟି ବସ ପାଇଁ ୫ ସ୍ଥାନ ସଂରକ୍ଷିତ ବ୍ୟବସ୍ଥା ହୋଇଛି । ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି । ସ୍ୱତନ୍ତ୍ର ରାସ୍ତା ସହ ବସ ପ୍ରବେଶ ଓ ପ୍ରସ୍ଥାନ ଗେଟ ଅଲଗା ଅଲଗା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବହୁ ପ୍ରତୀକ୍ଷିତ ଆମ୍ବେଦକର ବସ ଟର୍ମିନାଲ ଉଦଘାଟିତ

15.5 ଏକର ଜାଗାରେ ଟର୍ମିନାଲ ନିର୍ମାଣ ହୋଇଛି । ୨୦୧୯ ନଭେମ୍ବର ମାସରେ ଟର୍ମିନାଲ ଆରମ୍ଭ ହୋଇ ୨୦୨୪ ମାର୍ଚ୍ଚରେ ଲୋକାର୍ପଣ ହୋଇଛି । ବିଳମ୍ବ ପାଇଁ କୋଭିଡ ଓ ଜବରଦଖଲ ଉଚ୍ଛେଦକୁ ଦୋଷ ଦିଆଯାଉଛି । ବେସମେଣ୍ଟ ୫୧୩୦ ସ୍କୋୟାର ମିଟର ଛାଡି ଟର୍ମିନାଲର ବିଲ୍ଡ ଅପ ଏରିଆ ୨୮୧୨୪.୫୬ ସ୍କୋୟର ମିଟର । ୩ ମହଲା ଯୁକ୍ତ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ୯୪୪୯ ସ୍କୋୟର ମିଟରରେ ୧୨୨ ଟି ଦୋକାନ ଘର ରହିଛି । ସେହିପରି ଦ୍ଵିତୀୟ ମହଲା ୯୨୨୬ ସ୍କୋୟାର ମିଟର । ସେଥିରେ ୮ ଦୋକାନ ରହିଛି । ତୃତୀୟ ମହଲା ୯୪୪୯ ସ୍କୋୟାର ମିଟର । ଟର୍ମିନାଲର ପ୍ରତି କୋଣରେ ୧୨୦ ସିସିଟିଭି ଖଞ୍ଜି ହୋଇଛି । ଗୋଟେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିଛି । ଯେଉଁଠାରେ ସମ୍ପୂର୍ଣ୍ଣ ବସ ଟର୍ମିନାଲକୁ ନିୟନ୍ତ୍ରଣ କରାଯିବ । ସବୁ ବିଭାଗର ଅଧିକାରୀ ଏଠାରେ ନିଯୁକ୍ତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details