ଓଡିଶା

odisha

ETV Bharat / state

ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ସରିଲା ନୟାଗଡର T3 ଟନେଲ କାର୍ଯ୍ୟ - NAYAGARH T3 TUNNEL

ନୟାଗଡର T3 ଟନେଲ କାର୍ଯ୍ୟ ଶେଷ । ଖୋର୍ଦ୍ଧା- ବଲାଙ୍ଗୀରକୁ ରେଳପଥ ସଂଯୋଗୀକଣର ଆଉ ଏକ ମାଇଲଖୁଣ୍ଟ ହାସଲ କଲା ରେଳବାଇ ।

tunnel T3 construction work finished
tunnel T3 construction work finished (ETV Bharat Odisha)

By ETV Bharat Odisha Team

Published : Jan 14, 2025, 5:59 PM IST

ଭୁବନେଶ୍ୱର:ଆଉ ପାଦେ ଆଗେଇଲା ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ । ରେଳପଥସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ରେଳବାଇ । ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଖନନ କାର୍ଯ୍ୟ ଶେଷ ହୋଇଛି । 2,620 ମିଟର ଦୈର୍ଘ୍ୟ ଏବଂ 2-ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

  • ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ:

ଖୋର୍ଦ୍ଧା ରୋଡ୍ ଓ ବଲାଙ୍ଗୀର ମଧ୍ୟରେ ଚାଲୁରହିଥିବା ସମଗ୍ର ରେଳ ଲାଇନ୍‌ ପ୍ରକଳ୍ପ ମଧ୍ୟରେ ସୁଡ଼ଙ୍ଗ ନମ୍ବର T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଏବଂ ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ । ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା । ଦୁର୍ଗମ ଅଞ୍ଚଳରେ ଏହାର ନିର୍ମାଣ କାର୍ଯ୍ୟ ବେଶ ଆହ୍ୱାନ ଭରା ରହିଥିଲା । ଏହି ଟନେଲ୍‌ ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

tunnel T3 construction work finished (ETV Bharat Odisha)
  • ସୁଡ଼ଙ୍ଗ ନିର୍ମାଣରେ ପ୍ରମୁଖ ଚ୍ୟାଲେଞ୍ଜ:

ଖୋର୍ଦ୍ଧା ରୋଡ୍ - ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ 301 କିଲୋମିଟର । ଏହାର ନିର୍ମାଣ କ୍ଷେତ୍ରରେ ଅନେକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଥିଲା । ଏହି ପ୍ରକଳ୍ପର 75 କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ । ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ । ପୂର୍ବଘାଟର କଷ୍ଟକର ଭୂଖଣ୍ଡ ମଧ୍ୟରେ ଏହାକୁ ନିର୍ମାଣ କରିବା ବେଶ ଆହ୍ୱାନ ଭରା ରହିଥିଲା । ଏହି ସୁଡ଼ଙ୍ଗଗୁଡ଼ିକ ମଧ୍ୟରୁ, ସୁଡ଼ଙ୍ଗ ନମ୍ବର T7 ଯାହାର ଦୈର୍ଘ୍ୟ 4.885 କିଲୋମିଟର ସବୁଠାରୁ ଲମ୍ବା ସୁଡ଼ଙ୍ଗ । ଏହାର ଅର୍ଦ୍ଧାଧିକ ଖନନ କାର୍ଯ୍ୟ ସମାପ୍ତ ହୋଇଛି । ସେହିପରି ସୁଡ଼ଙ୍ଗ ନମ୍ବର T1, ସୁଡ଼ଙ୍ଗ ନମ୍ବର T3 ଏବଂ ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସରିଛିି । ବିଭିନ୍ନ ମାଟି ଘନତା ଏବଂ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ କରାଯାଉଛି ।

tunnel T3 construction work finished (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ, ଚାଲିଛି ୭ ଟନେଲର ନିର୍ମାଣ - Railway Tunnel In Boudh

ଖୋଲିଲା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଟନେଲ, ଆନନ୍ଦିତ ଜିଲ୍ଲାବାସୀ - Railway Connectivity

  • ପ୍ରକଳ୍ପରେ ରହିଛି 7ଟି ଟନେଲ୍‌

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ସାତଟି ସୁଡ଼ଙ୍ଗ ନିର୍ମାଣ କରାଯାଉଛି । ଯାହାର ମୋଟ ଲମ୍ବ 12.76 କିଲୋମିଟର । ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଦୈର୍ଘ୍ୟ 2,620 ମିଟର ଏବଂ 2-ଡିଗ୍ରୀ ବକ୍ର । ସବୁଠାରୁ ଲମ୍ବା ସୁଡ଼ଙ୍ଗର ଦୈର୍ଘ୍ୟ 4.885 କିଲୋମିଟର, ଯାହା ଅଢେନିଗଡ଼ ନିକଟରେ ଅବସ୍ଥିତ । ଏହାର ସୁରକ୍ଷା ପାଇଁ 700 ମିଟର ଏସ୍କେପ୍ ଟନେଲ୍ ଅନ୍ତର୍ଭୁକ୍ତ । ଆଜି ପର୍ଯ୍ୟନ୍ତ ସାତଟି ସୁଡ଼ଙ୍ଗ ମଧ୍ୟରୁ ଚାରୋଟିରେ 'ବ୍ରେକ ଥ୍ରୁ' କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି ।

tunnel T3 construction work finished (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details