ଓଡିଶା

odisha

ETV Bharat / state

ଦନ୍ତା ନେଲା ଜୀବନ: ହାତୀ ଆକ୍ରମଣରେ ପୁଅ ମୃତ, ମା’ ଗୁରୁତର - ELEPHANT ATTACK IN KHORDHA

ଖୋର୍ଦ୍ଧାରେ ହାତୀ ଆତଙ୍କ । ଆକ୍ରମଣରେ ମାଆ ଗୁରୁତର, ପୁଅ ମୃତ ।

Elephant attack in Khordha
Elephant attack in Khordha (ETV Bharat Odisha)

By ETV Bharat Odisha Team

Published : Jan 20, 2025, 12:06 PM IST

ଖୋର୍ଦ୍ଧା: ହାତୀ ନେଲା ଜୀବନ । ଦନ୍ତା ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ବନାଞ୍ଚଳ ନନ୍ଦପୁର ପଞ୍ଚାୟତ ଅଣ୍ଡା ନିକଟ ମହତପଡାରେ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ବନବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହାତୀ ଆକ୍ରମଣରେ ପୁଅ ମୃତ, ମାଆ ଗୁରୁତର:

Elephant attack in Khordha (ETV Bharat Odisha)

ସୂଚନା ଅନୁଯାୟୀ, ଆଜି (ସୋମବାର) ସକାଳ ସମୟରେ ଖୋର୍ଦ୍ଧା ବନାଞ୍ଚଳ ନନ୍ଦପୁର ପଞ୍ଚାୟତ ଅଣ୍ଡା ନିକଟ ମହତପଡାର ସୁରେନ୍ଦ୍ର ମାର୍ଥାଙ୍କ ସ୍ତ୍ରୀ ସୁଲୋଚନା ମାର୍ଥା ଓ ତାଙ୍କ 14 ବର୍ଷୀୟ ପୁଅ ସତ୍ଯରଞ୍ଜନ ମାର୍ଥା ଶୌଚ ହେବାକୁ ଘର ବାରିପଟକୁ ଯାଇଥିଲେ । ଏହି ସମୟରେ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ତେବେ ଭୋର ସମୟରେ ଅନ୍ଧାର ଥିବାରୁ ହାତୀକୁ ସେମାନେ ଦେଖିପାରି ନଥିଲେ ।

ଘଟଣାସ୍ଥଳରେ ବନ ବିଭାଗ ଟିମ୍:

ଅନ୍ୟପଟେ ଖବର ପାଇ ବନବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁ ସହରରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି ହାତୀ ।ବିଶେଷକରି ଖୋର୍ଦ୍ଧା ବନାଞ୍ଚଳରେ ହାତୀ ବିଭିନ୍ନ ସମୟରେ ଆତଙ୍କ ରଚୁଥିବା ନଜରକୁ ଆସୁଛି । ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ଜୀବନ ଯାଉଛି ।

ଏହାମଧ୍ୟ ପଢନ୍ତୁ...

ବିପଦରେ ଦନ୍ତା ଜୀବନ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀ ମୃତ ! - Elephant Death

ହାତୀ ଆତଙ୍କ: ଘର ଭାଙ୍ଗିଲେ ୧୧ ଟିକିଆ ହାତୀପଲ

ବାରିପଦା ବନଖଣ୍ଡରେ ହାତୀ ଆତଙ୍କ, ଚାଲିଗଲା ଜଣଙ୍କ ଜୀବନ

ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଅଭିଯୋଗ

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତତ୍ପର ବନବିଭାଗ, ହାତୀମୃତ୍ୟୁ ରୋକିବାକୁ ଆକ୍ସନ ପ୍ଲାନ

ଗତ ଶନିବାର ଖୋର୍ଦ୍ଧା ବନାଞ୍ଚଳର ଡାଳତୋଳା ନିକଟ କାଣିବାରୀରେ ବିଦ୍ୟୁତ ଆଘାତରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ସକାଳୁ ହାତୀ ଆକ୍ରମଣରେ ମା ଗୁରୁତର ଆହତ ହୋଇଥିବା ବେଳେ ପୁଅର ମୃତ୍ୟୁ ହୋଇଛି ।

୨୦୨୪ରେ ଜିଲ୍ଲାରେ ୫ ହାତୀ ମୃତ:

ବିଦ୍ୟୁତ୍ ଆଘାତ ହେଉ ବା ବିଭିନ୍ନ କାରଣରୁ ଗତବର୍ଷ 5ଟି ହାତୀଙ୍କର ମୃତ୍ୟୁ ଘଟିଛି । ୨୦୨୪ରେ ଖୋର୍ଦ୍ଧାରେ ହାତୀ ଆକ୍ରମଣରେ 3 ଜୀବନ ଯାଇଥିବା ବେଳେ ବିଭିନ୍ନ କାରଣରୁ ୫ ହାତୀ ମରିଛନ୍ତି । ୨୦୨୪ ଫେବୃଆରୀ 2ରେ ବାଲୁଗାଁ ବନାଞ୍ଚଳରେ ଗୋଟିଏ ହାତୀର ମୃତଦେହ ଠାବ କରାଯାଇଥିଲା । ଅଗଷ୍ଟ 7ରେ ଟଙ୍ଗା ବନାଞ୍ଚଳ ଜମଣଭୂମି ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାର ମୃତ୍ୟୁ ଘଟିଥିଲା । ସେହି ମାସ 30ରେ ଜଣ୍ଟାରିଝର ନିକଟରୁ ଆଉ ଏକ ଦନ୍ତାର ମୃତଦେହ ମିଳିଥିଲା । ସେହିଭଳି ଡିସେମ୍ବର 10ରେ ମୟୂରଝାଲିଆରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ସେହିପରି ଜୁନ୍ 25ରେ ଗଙ୍ଗା ବନାଞ୍ଚଳ ଓଳସିଂହ ଗ୍ରାମରେ ଆଦିବାସୀ ସାହିର ରୀନା ପାତ୍ର ଓ ତାଙ୍କର 5 ବର୍ଷ ପୁଅ ବିଶ୍ବଜିତ୍ରଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details