ଓଡିଶା

odisha

ETV Bharat / state

ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ନିର୍ବାଚନ ପ୍ରସ୍ତୁତି; ନିୟୋଜିତ ହେବେ 10 କମ୍ପାନୀ ସିଏପିଏଫ୍‌ - Election preparation in Khordha - ELECTION PREPARATION IN KHORDHA

Election preparation in Khordha: ଓଡ଼ିଶାର ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା । ଅଧିକ ପଢ଼ନ୍ତୁ

Election preparation in Khordha
Election preparation in Khordha (ETV Bharat Odisha)

By ETV Bharat Odisha Team

Published : May 21, 2024, 10:54 PM IST

Election preparation in Khordha (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାର ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବ । ସହରୀ ଭୋଟରଙ୍କୁ ମତଦାନକୁ ଆକର୍ଷିତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସଖୀ, ଯୁବ ଓ ଦିବ୍ୟାଙ୍ଗ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ବୁଥ ସ୍ଥାପନ ମଧ୍ୟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ୧୦ କମ୍ପାନୀ ସିଏପିଏଫ୍‌ ସହ କମିଶନରେଟ ପୋଲିସର ନିୟୋଜନକୁ ଚୂଡାନ୍ତ କରାଯାଇଛି । ସେହିପରି 1144 ବୁଥରେ ୱେବ୍‌ କାଷ୍ଟିଂର ବ୍ୟବସ୍ଥା ହୋଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା କହିଛନ୍ତି, "ଆସନ୍ତା 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଭୁବନେଶ୍ବର ଲୋକସଭା ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିର୍ବାଚନ ମଣ୍ଡଳୀକୁ ମତଦାନ ସାମଗ୍ରୀ ଯିବ । ସେହିପରି 24 ତାରିଖରେ ଖୋର୍ଦ୍ଧା, ଏକାମ୍ର, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀକୁ ମତଦାନ ସାମଗ୍ରୀ ଯିବ । 5331 ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଥିଲେ । ଏହି ପ୍ରକ୍ରିୟା ଚାଲିଛି । ସେହିପରି 1500ରୁ ଊର୍ଦ୍ଧ୍ବ ବୟସ୍କ ଓ ଭିନ୍ନକ୍ଷମ ହୋମ ଭୋଟିଂ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କଟକରେ 2ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - Cuttack District Administration

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ମୋଟ 1923ଟି ବୁଥ ରହିଛି । ସେଥିରୁ 525ଟି ସଖୀ ବୁଥ ରହିଛି । ଏହି ବୁଥରେ କେବଳ ମହିଳା ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବ । ସେହିପରି ଭୁବନେଶ୍ବର ମଧ୍ୟକୁ ସଖୀ ନିର୍ବାଚନ ମଣ୍ଡଳୀ କରାଯାଇଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାୟ 200 ବୁଥକୁ ମହିଳା ପୋଲିଂ ଅଧିକାରୀ ପରିଚାଳନା କରିବେ । ପୋଲିସ ଫୋର୍ସ ମଧ୍ୟ ମହିଳା ଅଧିକାରୀ ରହିବେ । ପୋଲିଂ ଏଜେଣ୍ଟ ମହିଳା ଦେବାକୁ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି । ଭିନ୍ନକ୍ଷମ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ବୁଥ 8ଟି ରହିଛି । ସମସ୍ତ ଭିନ୍ନକ୍ଷମ ଅଧିକାରୀ ଏଠାରେ ନିୟୋଜିତ ହେବେ । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଜିଲ୍ଲାରେ ୪୦ଟି ଯୁବ ବୁଥ ହୋଇଛି । ଏଠାରେ ସମସ୍ତ ଅଧିକାରୀଙ୍କ ବୟସ 30 ବର୍ଷରୁ କମ ରହିବ । 7ଟି ଇକୋ ଫ୍ରେଣ୍ଡଲୀ ବୁଥ କରାଯାଇଛି । ଏହି ସଂଖ୍ୟା ବଢାଇବା ଲାଗି ଯୋଜନା ରହିଛି ।

ଖୋର୍ଦ୍ଧା ଜିଲ୍ଲାରେ 384ଟି ମଡେଲ ବୁଥ କରାଯାଇଛି । ଏଠାରେ ଅତିରିକ୍ତ ବ୍ୟବସ୍ଥା କରାଯିବ । ଯେଉଁଠି କମ ମତଦାନ ହୁଏ, ସେଠାରେ ଭୋଟରଙ୍କୁ ଆକର୍ଷିତ କରିବାକୁ ଏହି ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ 10 କମ୍ପାନୀ ସିଏପିଏଫ୍‌ ମୁତୟନ ହେବେ । ସିଏପିଏଫ୍‌ ମୁତୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମତଦାନ ପରେ ହିଂସାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ତିନି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗରୁମ କରାଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ, ଖୋର୍ଦ୍ଧାରେ ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା କ୍ଷେତ୍ରର ଇଭିଏମ ରହିବ । ପିଏନ୍‌ କଲେଜ ଖୋର୍ଦ୍ଧାରେ ଚିଲିକା ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ରହିବ । ବାକି 5 ବିଧାନସଭା କ୍ଷେତ୍ରର ଷ୍ଟ୍ରଙ୍ଗ ରୁମ ବିଜେବି କଲେଜରେ ହୋଇଛି । ଯେଉଁଠି ଷ୍ଟ୍ରଙ୍ଗ ରୁମ ଅଛି, ସେଠାରେ ହିଁ କାଉଣ୍ଟିଂ ସେଣ୍ଟର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବର ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବ 'ମୋ ବୁଥ' - Mo Booth Mobile App launched

ଏଥର ନୂଆ କରି ବିଧାନସଭା ନିର୍ବାଚନ ମଣ୍ଡଳୀର ଗଣନା ଓ ବିଧାନସଭା ସେଗମେଣ୍ଟର ଗଣନା ଦୁଇଟି ଅଲଗା ଅଲଗା ରୁମରେ ହେବ । ଅଧିକ ସଂଖ୍ୟାରେ ଟେବୁଲ ବ୍ୟବସ୍ଥା ହେବା ଦ୍ଵାରା ଶୀଘ୍ର ଭୋଟ ଗଣତି ମଧ୍ୟ ହୋଇପାରିବ । ପ୍ରତ୍ୟେକ ଗଣତି କେନ୍ଦ୍ରରେ ସେହି ନିର୍ବାଚନ ମଣ୍ଡଳୀରେ ପୋଷ୍ଟାଲ ବାଲାଟର ଗଣତି ବ୍ୟବସ୍ଥା ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୯୫ ଜଣ ପ୍ରାର୍ଥୀ ରହିଛନ୍ତି । ଲୋକସଭା କ୍ଷେତ୍ରରେ ୧୨ ଜଣ ପ୍ରାର୍ଥୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୋଟ 1923ଟି ବୁଥରୁ 1144ଟି ବୁଥରେ ୱେବ୍‌ କାଷ୍ଟିଂ ହେବ । ଯାହା ପ୍ରାୟ 60 ପ୍ରତିଶତ ହେବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଠାରୁ ଏଥିପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଟୋଲ ଫ୍ରି ନମ୍ବର 9050ରେ ନିର୍ବାଚନ ସମ୍ପର୍କିତ ଅଭିଯୋଗ କରିପାରିବେ ।

ବିଗତ ବର୍ଷରେ ଭୁବନେଶ୍ବରରେ ମତଦାନ କମ ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ନିକଟରେ ମୋ ବୁଥ ଆପ ଲୋକାର୍ପଣ ହୋଇଛି । ଭୁବନେଶ୍ବରର ଭୋଟର ନିଜର ବୁଥର ସ୍ଥିତି, ବୁଥ ଭିତରେ ଲୋକଙ୍କ ସଂଖ୍ୟା, ବୁଥକୁ ଯିବାକୁ ବାଟ ଜାଣିପାରିବେ । ଏହା ସହ ଗ୍ରୀଷ୍ମପ୍ରବାହ ଓ ଲଘୁଚାପକୁ ଦୃଷ୍ଟିରେ ରଖି ପଦକ୍ଷେପ ମଧ୍ୟ ନିଆ ଯାଉଛି । ସେହିପରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଠାରୁ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ 20 କୋଟି ଟଙ୍କା, ନିଶା ସାମଗ୍ରୀ ଓ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details