ଓଡିଶା

odisha

ETV Bharat / state

ପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ - FAKE BILL FOR ROAD

ରାସ୍ତା କାମ ନାଁରେ ୮ ଲକ୍ଷ ଟଙ୍କା ହଡ଼ପ ଏଭିଯୋଗ । ଖୋର୍ଦ୍ଧା ବେଗୁନିଆ ମୂଳରେରେ ଏମିତି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି ।

FAKE BILL FOR ROAD
FAKE BILL FOR ROAD (ETV Bharat Odisha)

By ETV Bharat Odisha Team

Published : Nov 10, 2024, 9:21 PM IST

ଖୋର୍ଦ୍ଧା: ପୁରୁଣା ରାସ୍ତାର ଫଳକରେ ନୂଆ କୋଡ ନମ୍ବର ଲେଖି ୮ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ । ରାସ୍ତାର ନାଁ ଗନ୍ଧ ନଥିବା ବେଳେ ରାସ୍ତା କାମରେ ୮ ଲକ୍ଷ ଖର୍ଚ୍ଚ ହୋଇଥିବା ଜାଣିବା ପରେ ଲାଗିଥିବା ଫଳକକୁ ଭାଙ୍ଗି ଦେଇଛନ୍ତି । ତେବେ ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆ ମୂଳ ଗ୍ରାମରୁ । ଗାଁର ଶ୍ମଶାନ ଭୂମି ଉନ୍ନତି କରଣ ଯୋଜନାରେ ଆସିଥିବା ୮ ଲକ୍ଷ ଟଙ୍କାକୁ ଚଞ୍ଚକତା ଭାବେ ହରିଲୁଟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ଅଭିଯୋଗ କରି ନିରାଶ ହୋଇଛନ୍ତି । ଶେଷରେ ଅଭିଯୋଗ ପାଇ ଖୋର୍ଦ୍ଧା ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ବୋଲଗଡ ବିଡିଓ କହିଛନ୍ତି ଘଟଣାର ବିଭାଗୀୟ ତଦନ୍ତ କରାଯିବ ।


୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ:

ରାସ୍ତା କାମ ନକରି ୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ । ରାସ୍ତା ନଥାଇ ରାସ୍ତା କାର୍ଯ୍ୟ ହୋଇଥିବା ଦେଖାଇ ମିଳିମିଶି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆ ମୂଳ ଗ୍ରାମରୁ । ବେଗୁନିଆ ମୂଳ ଗ୍ରାମର ଶ୍ମଶାନକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ଦ୍ବାରା ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୬ ଲକ୍ଷ ଟଙ୍କା । ଏହି କାମର ସବିଶେଷ ତଥ୍ୟ ଫଳକରେ ଉଲ୍ଲେଖ ରହିଥିଲା । ହେଲେ ସେହି ଶ୍ମଶାନ ଜମିର ଉନ୍ନତିକରଣ ପାଇଁ ଆଉ ୮ ଲକ୍ଷ ଟଙ୍କା ମଞ୍ଜୁର ହେବାପରେ ପୁରୁଣା ଫଳକରେ କେବଳ ନୂଆ କାମର କୋଡ ନମ୍ବର ଲେଖି କୌଣସି କାମ ନକରି ସମ୍ପୂର୍ଣ୍ଣ ଟଙ୍କା ବ୍ଲକରୁ ଉଠାଇ ନିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

FAKE BILL FOR ROAD (ETV Bharat Odisha)
ଭିଜିଲାନ୍ସ ତଦନ୍ତ ଜାରି:

ଯେଉଁ ରାସ୍ତାରେ ୮ ଲକ୍ଷ ଖର୍ଚ୍ଚ ହୋଇଥିବା ଫଳକେରେ ଲେଖା ଯାଇଛି ସେ ରାସ୍ତାରେ ମାଟି ମଧ୍ୟ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଡି ମଟରତ ଦୂରର କଥା ଏହି ରାସ୍ତାରେ ପାଦରେ ଚାଲିକିଯିବା ମଧ୍ୟ ଅସମ୍ଭବ । ତେବେ ଏହି ହରିଲୁଟ ଖବର ପାଇବାପରେ ଗ୍ରାମବାସୀ ଘଟଣାର ଖୋଳତାଡ କରିବାପରେ ରାତି ଅଧିଆ ଫଳକକୁ ଭାଙ୍ଗି ଦିଆଯାଇଛି । ଏହି ୮ ଲକ୍ଷ ହଡପ ଘଟଣାରେ ପଞ୍ଚାୟତର ଲୋକପ୍ରତିନିଧିଙ୍କ ସହିତ ବ୍ଲକ କାର୍ଯ୍ୟାଳୟର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଫେରାଦ ହୋଇଥିଲେ । ହେଲେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଖୋର୍ଦ୍ଧା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅନିୟମିତତା ହୋଇଥିବା ସ୍ଥାନୀୟ ସରପଞ୍ଚ ସ୍ବୀକାର କରିବା ସହିତ ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ସ୍ବାଗତ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ଏସମ୍ପର୍କରେ ଭିଜିଲାନ୍ସ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବୋଲଗଡ ବିଡିଓ କହିଛନ୍ତି ବିଭାଗୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

FAKE BILL FOR ROAD (ETV Bharat Odisha)
'ଧରାପଡ଼ିଯିବା ଭୟରେ ଫଳକ ଭାଙ୍ଗି ଦିଆଯାଇଛି':

ଏନେଇ ବେଗୁନିଆ ମୂଳ ଗ୍ରାମର ସର୍ବେଶ୍ଵର ମାର୍ଥା କହିଛନ୍ତି, "ମନରେଗା ଅଧିନରେ କାଳିଗିରି ରୋଡ ପାଇଁ ଆସିଥିବା ୮ ଲକ୍ଷ ଟଙ୍କାର ଜାଲ ବିଲ୍‌ ହୋଇଛି । ଏକଥା ଜାଣିବାପରେ ଗ୍ରାମବାସୀମାନେ ସମିତିସଭ୍ୟଙ୍କୁ କାମ ବିଷୟରେ ପଚାରିଥିଲୁ । ସେ କିଛି ଜାଣିନଥିବା କହିଥିଲେ । ପରେ ଏନେଇ ଆମେ ଜିଲ୍ଲାପାଳ, ବିଡ଼ିଓଙ୍କୁ ଅଭିଯୋଗ କରି ନିରାଷ ହେବା ପରେ ଭିଜିଲାନ୍ସ ତଦନ୍ତ ପାଇଁ ଜଣାଇଥିଲୁ । ଭିଜିଲାନ୍ସ ତଦନ୍ତରେ ଧରାପଡ଼ିଯିବା ଭୟରେ ଫଳକ ବୋର୍ଡକୁ ରାତି ଅଧିଆ ଭାଙ୍ଗି ଦିଆଯାଇଛି । ଆମେ ଦାବି କରୁଛୁ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ନୂତନ ରାସ୍ତା ନାମରେ ଟଙ୍କା ହଡପ:

FAKE BILL FOR ROAD (ETV Bharat Odisha)

ଗ୍ରାମବାସୀ ପ୍ରଭାତ କୁମାର ବାରିକ କହିଛନ୍ତି, "ଗୋଟିଏ ଫଳକରେ ୨ଟି କାମ କରାଯାଇଛି । କିନ୍ତୁ ଗୋଟିଏ କାମ କରାଯାଇ ଆଉ ଏକ କାମର ଟଙ୍କାକୁ ମିଳିମିଶି ସମସ୍ତେ ହଡପ କରିଛନ୍ତି । ଭୁବନେଶ୍ବର ଭିଜିଲାନ୍ସ ଏହାର ତଦନ୍ତ କରୁଛନ୍ତି । ଆଶା କରୁଛୁ ଭିଜିଲାନ୍ସ ଏହାର ସଠିକ ତଦନ୍ତ କରି ଯେଉଁମାନେ ଏଥିରେ ଦୋଷୀ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବେ।"

ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ଚମ୍ପତ୍ତି କହିଛନ୍ତି, "କାଳିଗିରି ନଦୀକୁ ନୂତନ ରାସ୍ତା ନାମରେ ଟଙ୍କା ହଡପ କରାଯାଇଛି । ଗ୍ରାମବାସୀ କରିଥିବା ଫଳକରେ ମିଥ୍ୟା ତଥ୍ୟ ଲେଖି ଟଙ୍କା ହଡପ କରାଯାଇଛି ।" ଗ୍ରାମବାସୀ ଭ୍ରମରବର ଚମ୍ପତ୍ତି କହିଛନ୍ତି, "ଶ୍ମଶାନ ଭୂମି ଉନ୍ନତିକରଣ ପାଇଁ ୬ ଲକ୍ଷ ଟଙ୍କା ଆସିଥିଲା । ଗାଁ କମିଟି ମାଧ୍ୟମରେ ଏହି କାର୍ଯ୍ୟ କରାଯାଇଥିଲା । ସେ ପୁରୁଣା କାର୍ଯ୍ୟର ଫଳକରେ ୮ ଲକ୍ଷ ଟଙ୍କାର ରାସ୍ତା କାମ କରାଯାଇବା ଲେଖି ଟଙ୍କା ହଡ଼ପ କରିଛନ୍ତି । ଏନେଇ ବିଡିଏ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇବା ପରେ କିଛି ସୁଫଳ ନ ହେବାରୁ ଭିଜିଲାନ୍ସ ପାଖରେ ଅବିଯୋଗ କରିଥିଲୁ । ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ ଚାଲିଛି ।"

FAKE BILL FOR ROAD (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା ପାଇଁ ରାସ୍ତାରୋକ, ବାଙ୍କୀ-ସିମର ରାସ୍ତାରେ ଯାତାୟାତ ଠପ

'ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ':

ସପଟେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ରାଉତରାୟକହିଛନ୍ତି, "ମୋ ଡଙ୍ଗଲ ଜିଆରଏସଙ୍କ ପାଖରେ ରହୁଥିଲା । ଗ୍ରାମବାସୀଙ୍କ ଠାରୁ ଏ ଘଟଣା ବିଷୟରେ ଜଣିବା ପରେ ୩ ଜଣ ମିଶି ଏଥିରେ ଘୋଟାଲା କରିଥିବା ଜାଣି ବିଡିଓଙ୍କୁ ଦରଖାସ୍ତ ଦେଇ ମୋ ଦଙ୍ଗଲକୁ ଆଣି ମୋ ପାଖରେ ରଖିଛି । ଜିଆରଆସ ଏକ ଫାଇଲରେ ଜୋରଜବରଦସ୍ତ ଦସ୍ତଖତ କରିବାକୁ କହିଥିଲେ । ମୁଁ ନ କରିବାରୁ ମୋତେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏନେଇ ମୁଁ ପୋଲିସ ପାଖରେ ଅଭିଯୋଗ କରିଛି ।" ସେହିପରି ଘଟମାକୁ ନେଇ ବୋଲଗଡ ବିଡିଓ ଶରତଚନ୍ଦ୍ର ମଲ୍ଲିକ କହଛନ୍ତି, "ଏନେଇ ବିଭାଗୀୟ ତଦନ୍ତ ଚାଲିଛି । ଭିଜିଲାନ୍ସ ମଧ୍ୟ ତଦନ୍ତ କରୁଛି । ଯିଏ ଦୋଷୀ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details