ETV Bharat / state

ନୂତନ ପାଠ୍ୟକ୍ରମରେ ସ୍ଥାନ ପାଇବ ଜଙ୍ଗଲ ସୁରକ୍ଷା ସମ୍ପର୍କିତ କାହାଣୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ - DHARMENDRA PRADHAN SAMBALPUR VISIT

ରାଜ୍ୟ ସରକାରଙ୍କ ନୂତନ ପାଠ୍ୟକ୍ରମରେ ସ୍ଥାନ ପାଇବ ଜଙ୍ଗଲ ସୁରକ୍ଷା ସମ୍ପର୍କିତ କାହାଣୀ। ସମ୍ବଲପୁର ଗସ୍ତରେ ଆସି ଏନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

DHARMENDRA PRADHAN
DHARMENDRA PRADHAN (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 8:57 PM IST

ସମ୍ବଲପୁର: ନୂତନ ପାଠ୍ୟକ୍ରମରେ ସାମିଲ ହେବ ଓଡ଼ିଶା ଜଙ୍ଗଲର ଗୁରୁତ୍ୱ ଓ ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ରତା ସଂଗ୍ରାମର କାହାଣୀ । ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କହିଛନ୍ତି । ଏହାସହ ବନ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ କଣ ପଦକ୍ଷେପ ନିଆ ଯାଇ ପାରିବ ସେନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପାଠ୍ୟକ୍ରମରେ ସ୍ଥାନ ପାଇବ ଓଡ଼ିଶା ଜଙ୍ଗଲ:

DHARMENDRA PRADHAN SAMBALPUR VISIT (ETV Bharat Odisha)

ସମ୍ବଲପୁର ସ୍ଥିତ ବୁର୍ଲା ଏମସିଏଲର କର୍ପୋରେଟ କାର୍ଯ୍ୟାଳୟରେ ଅଣଗେଜେଟେଡ଼ ବନ ସେବା ସଂଘଙ୍କ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଶିକ୍ଷାନୀତିରେ ଓଡ଼ିଶା ଜଙ୍ଗଲ ବିଷୟ ଉଲ୍ଲେଖ ରହିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତିକୁ ଲାଗୁ କରିବେ l ଏନେଇ ରାଜ୍ୟ ସରକାର ଔପଚାରିକ ନିଷ୍ପତ୍ତି ନେଇ ସାରିଛନ୍ତି l ତେଣୁ ନୂତନ ପାଠ୍ୟକ୍ରମରେ ଜଙ୍ଗଲର ଗୁରୁତ୍ବ, ଜଙ୍ଗଲ ଯୋଗୁଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ରତା ସଂଗ୍ରାମର କାହାଣୀ ସବୁ ସ୍ଥାନ ପାଇବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

ଗୋଟିଏ ଗଛ ମାଙ୍କ ନାଁରେ:

DHARMENDRA PRADHAN SAMBALPUR VISIT

ଏହି ଅବସରରେ ସେ ଆହୁରି କହିଛନ୍ତି," ବର୍ତ୍ତମାନ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି l ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଏକ ପେଡ ମା କେ ନାମ (ଗୋଟିଏ ଗଛ ମାଙ୍କ ନାଁରେ)" ନାରା ଦେଇଛନ୍ତି l ତେଣୁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ବଡ଼ ଦାୟିତ୍ୱ l ଓଡିଶାରେ ଥିବା 19ଟି ଅଭୟରଣ୍ୟରୁ 4 ଟା ସମ୍ବଲପୁର ଅଞ୍ଚଳରେ ରହିଛି l ଏଠିକାର ଲୋକଙ୍କ ଅର୍ଥନୀତି, ଚଳଣି ସବୁ ଜଙ୍ଗଲ ଉପରେ ଆଧାରିତ l ତେଣୁ ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ l ତେଣୁ ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ଜଙ୍ଗଲ ଭିତରେ ଜଳାଶୟ ସୃଷ୍ଟି କରାଯିବ l ଜଙ୍ଗଲ ଜମି ପଟ୍ଟା, ପେସା ଆଇନ କିପରି ଲାଗୁ ହେବ ସେନେଇ କାର୍ଯ୍ୟ ଚାଲିଛି l ବେଳେ ବେଳେ ଜଙ୍ଗଲ ର ଜୀବଜନ୍ତୁ ଓ ବିକାଶ ସାମ୍ନାସାମ୍ନି ହେଉଛନ୍ତି । ତେଣୁ ଏହି ସମସ୍ୟାର ସମାଧାନର ବାଟ ବାହାର କରିବାର ଆବଶ୍ୟକତା ରହିଛି l"

ଏହାମଧ୍ୟ ପଢନ୍ତୁ...

ଜଙ୍ଗଲ ରକ୍ଷା-ପରିବେଶ ସୁରକ୍ଷା: କୋରାପୁଟରେ ଜଙ୍ଗଲ ଜଗୁଛନ୍ତି ମହିଳା, ପାଳି କରି ପହରା

Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

ବନ୍ୟ ପରିଚାଳନାରେ ଏଆଇ ଟେକ୍ନୋଲୋଜି:

ଅନ୍ୟପଟେ ବର୍ତ୍ତମାନ ବନ୍ୟ ପରିଚାଳନାରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ହେଉଛି l ଏହା ବହୁତ ଭଲ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ l ଏହା ସହ ବନ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ କଣ ପଦକ୍ଷେପ ନିଆ ଯାଇ ପାରିବ ସେନେଇ ଆଲୋଚନା ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.