ଓଡିଶା

odisha

ETV Bharat / state

ଭାପୁରରେ ଚାଞ୍ଚଲ୍ୟ; ଦୁର୍ଘଟଣା ନାଁ ହତ୍ୟା ଷଡ଼ଯନ୍ତ୍ର, ଅଭିଯୋଗ ପରେ ନୂଆ ମୋଡ଼

ଖଣ୍ଡପଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ରଣସିଂଙ୍କ ସଡ଼କ ଦୁର୍ଘଟଣାରେ ନୂଆ ମୋଡ । ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ପରିବାର ଲୋକେ ।

By ETV Bharat Odisha Team

Published : 4 hours ago

BHAPUR POLITICAL VIOLENCE
BHAPUR POLITICAL VIOLENCE (ETV Bharat Odisha)

ନୟାଗଡ଼: ଖଣ୍ଡପଡ଼ା ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର ରଣସିଂଙ୍କ ସଡ଼କ ଦୁର୍ଘଟଣାରେ ନୂଆ ମୋଡ । ହତ୍ୟା ଉଦ୍ୟମ ଅଭିଯୋଗରେ ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କ ନାଁରେ ଫତେଗଡ ଥାନାରେ ମାମଲା ରୁଜୁ । ଏହାକୁ ନେଇ ଭାପୁର ବ୍ଲକରେ ରାଜନୀତି ସରଗରମ ହୋଇଛି । ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ପତେଗଡ ଥାନା ପୋଲିସ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣା ନାଁ ହତ୍ୟା ଷଡ଼ଯନ୍ତ୍ର:

ସୂଚନା ଅନୁଯାୟୀ, ଜିତେନ୍ଦ୍ର ପ୍ରତିନିଧି ଜିତେନ୍ଦ୍ର ରଣସିଂ ଭାପୁର ବଜାରରେ ଥିବା ତାଙ୍କ ଅଫିସ ବନ୍ଦ କରି ଗତ ମଙ୍ଗଳବାର ରାତି ୯ ଟାରେ ନିଜ ଗାଁ ମରିଚିଆକୁ ଫେରୁଥିଲେ । ଭାପୁର କଳାପଥର ବାଇପାସ ରାସ୍ତାରେ ଥିବା ହନୁମାନ ମନ୍ଦିର ନିକଟରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଘୋଷାରି ହୋଇ ଛିଟିକି ପଡିଥିଲେ । ଯାହାଫଳରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ତେବେ ତାଙ୍କୁ କେହି ମାରି ଦେବା ପାଇଁ ଗାଡ଼ି ଧକ୍କା କରି ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ସେପଟେ ତଦନ୍ତ ପାଇଁ ଘଟଣା ସ୍ଥଳରେ ଏମ୍‌ଭିଆଇ ଓ ସାଇଣ୍ଟିଫିକ୍ ଟିମ୍‌ ସହ ପୋଲିସ ପହଞ୍ଚି ଛାନଭିନ୍ କରିଛି । ଆହତ ଜିତେନ୍ଦ୍ର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ଖଣ୍ଡପଡାର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ଭାପୁର ବ୍ଲକ୍ ଅଧ୍ୟକ୍ଷ ଗୟାଧର ପରିଡା,ବର୍ତ୍ତମାନର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,ଡାକ୍ତରଖାନାରେ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ହତ୍ୟା ଉଦ୍ୟମ ଅଭିଯୋଗ:

ସେପଟେ ଜିତେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ରଣସିଂହ ଅଭିଯୋଗ କରିଛନ୍ତି,"ଏହା ଦୁର୍ଘଟଣା ନୁହେଁ,ତାଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।"ଭାପୁର ବ୍ଲକର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ତାଙ୍କ ବଡଭାଇ ମନୋଜ କୁମାର ପ୍ରଧାନ, ସାନଭାଇ ପ୍ରକାଶ ପ୍ରଧାନ ଓ ଏଲିପଡା ଗ୍ରାମର ଅନୁଜ ବଳବନ୍ତରାୟଙ୍କୁ ସେ ଦାୟୀ କରିଛନ୍ତି । ଏହି ବ୍ୟକ୍ତିମାନେ ଗାଡି ଚଢ଼ାଇ ତାଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ସେ ଫତେଗଡ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ

ଏହା ମଧ୍ୟ ପଢନ୍ତୁ ...ଏନଏଚ-୫୫ରେ ସିରିଜ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ହାବୁଡରେ ପଡ଼ି ହଟହଟା ହେଲେ ମନ୍ତ୍ରୀ - ROAD ACCIDENT IN DHENKANAL

୪ ଜଣଙ୍କ ନାଁରେ ମାମଲା ରୁଜୁ:

ଏନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାକୁ ସମ୍ବେଦନଶୀଳ ଘଟଣା ଭାବେ ଗ୍ରହଣ କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷଚନ୍ଦ୍ର ପଣ୍ଡା, ଖଣ୍ଡପଡା ଏସ୍‌ଡିପିଓ ବିମଳ ବାରିକ, ଏମ୍‌ଭିଆଇ ହେମନ୍ତ କୁମାର ପାଢୀ, ଫତେଗଡ ଥାନା ଅଧିକାରୀ ପଞ୍ଚାନନ ପରିଡା, ଭାପୁର ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ପରିଡା ଓ ସାଇନଣ୍ଟିଫିକ ଟିମ ସୁଧାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ଦୁର୍ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ କରିଛନ୍ତି । ଏହା ରାଜନୀତି କରଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁଭବ କରିଥିବା ବେଳେ ଏତଲାକୁ ଭିଭିକରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ ଦୁଇଟି କାର୍ ଥାନାରେ ଅଟକ ରଖାଯାଇଥିବା ସୂତ୍ରରୁ ଜଣାପଡିଛି । ପ୍ରକୃତ ସତ୍ୟ ଉନ୍ମୋଚନ କରି ଦୋଷୀକୁ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ,ନୟାଗଡ଼

ABOUT THE AUTHOR

...view details